www.samajalive.in
Tuesday, December 9, 2025
15.1 C
Bhubaneswar

ଜାତୀୟ ସ୍ତରରେ ଚର୍ଚ୍ଚା : କରୋନା ମୁକାବିଲାରେ ଅନନ୍ୟ ଯୋଦ୍ଧା ମଞ୍ଜୁ

ଖୋର୍ଦ୍ଧା : ସମ୍ପ୍ରତି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲୁଥିବା ବେଳେ ଲୋକଙ୍କ ମଧ୍ୟରେ ଆଶଙ୍କା ମଧ୍ୟ ବଢୁଛି। ଯେତିକି ଡର କରୋନାକୁ ନେଇ ହୋଇଛି, ତାଠୁ ଅଧିକ ହେଉଛି ଯେଉଁମାନେ ସଂକ୍ରମିତ ହେଉଛନ୍ତି ସେମାନଙ୍କ ପ୍ରତି ସାମାଜିକ ବାସନ୍ଦ ବା ପାତର ଅନ୍ତର। ସେମାନଙ୍କୁ ସହଯୋଗ କରିବା ପରିବର୍ତ୍ତେ ଗାଁରେ ପୁରାଇ ନଦେବା, ଘରେ ରଖେଇ ନଦେବା ବିକୃତ ମାନସିକତା କରୋନା ଆକ୍ରାନ୍ତଙ୍କୁ ମାନସିକ ଯନ୍ତ୍ରଣା ଦେଉଛିି। ଯେଉଁମାନଙ୍କ ରିେପାର୍ଟ ପଜିଟିଭ ଆସିନି ସେମାନେ ବି ଡରିକି ରହୁଛନ୍ତି କାଳେ ତାଙ୍କର କୌଣସି ଅସୁବିଧା ହେବନି ତ। ସାଇପଡିଶା କଣ କହିବେ, ମନରେ ଏ ପ୍ରକାର ମାନସିିକତା ସୃଷ୍ଟି ହେଉଛି। ଏଭଳି ସମୟରେ ମାନସିକ ଦୁଃଶ୍ଚିନ୍ତାକୁ ଦୂର କରିବା ପାଇଁ ଆଶା କର୍ମୀ ମଞ୍ଜୁ ଆରମ୍ଭ କରିଛନ୍ତି ସଚେତନତା କ୍ରାନ୍ତି। ଗାଁରେ ପ୍ରବାସୀଙ୍କୁ ଫେରିବା ଓ କରୋନା ସଂକ୍ରମଣଙ୍କୁ ନେଇ ବାଛ ବିଚାର ଓ ପାତରଅନ୍ତର ନୀତିକୁ ଦୂରକରିବାକୁ ସେ ଚେଷ୍ଟା କରୁଛନ୍ତି। କରୋନାକୁ ଡରିବାନି, ସଫଳ ମୁକାବିଲା କରିବାର ବାର୍ତ୍ତା ବାଣ୍ଟୁଛନ୍ତି। ମଞ୍ଜୁ ଦିଦିଙ୍କ କାର୍ଯ୍ୟକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ମଞ୍ଜୁଙ୍କ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସୂଚନା ଲୋକ ସମ୍ପର୍କ ବିଭାଗ ପିଆଇବିରେ ରିପୋର୍ଟ ପ୍ରକାଶ ପାଇଛି।
ରାଜ୍ୟରେ ତୃଣମୂଳ ସ୍ତରରେ କରୋନା ମୁକାବିଲା କରିବା ଦିଗରେ ଆଶାକର୍ମୀଙ୍କ ଭୁମିକା ପ୍ରଶସଂନୀୟ। ଓଡିଶାରେ ପ୍ରାୟ ୪୬୬୨୭ ନିଯୁକ୍ତ ଆଶା କର୍ମୀ କୋଭିଡ ମୁକାବିଲାରେ ମୁଖ୍ୟ ଯୋଦ୍ଧା ପାଲଟିଛନ୍ତି। ଏମିତି ଜଣେ ଆଶା କର୍ମୀ ହେଉଛନ୍ତି ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ଛତାବର ପଞ୍ଚାୟତର ମଞ୍ଜୁ ଜେନା। ୪୭ ବର୍ଷୀୟ ମଞ୍ଜୁ ୧୨ବର୍ଷ ହେବ ଆଶା କର୍ମୀ ଭାବରେ କାର୍ଯ୍ୟକରି ଆସୁଛନ୍ତି। ଛତାବର ପଞ୍ଚାୟତରେ ସମସ୍ତେ ତାଙ୍କ କଥା ଶୁଣନ୍ତି। କରୋନା ମୁକାବିଲା ତାଲିମ ଗ୍ରହଣ କରିବା ପରେ ସବୁଦିନ ସକାଳୁ ଉଠି ଘରଘର ବୁଲି ମହାମାରୀକୁ କିପରି ପରାସ୍ତ କରି ସୁରକ୍ଷିତ ରହିବା ଦିଗରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି। ଗାଁଲୋକଙ୍କୁ ବୁଝାଇଲା ବେଳେ ତାଙ୍କର ତାଗିଦ ଭରା କଥା ହେଉ ଅବା ଅନୁରୋଧକୁ ସମସ୍ତେ ସମ୍ମାନ ଦିଅନ୍ତି। ଗୋଷ୍ଠୀ ସେବା କ୍ଷେତ୍ରରେ ତାଙ୍କର ବର୍ଷବର୍ଷର ଉତ୍ସର୍ଗୀକୃତ ସେବା ଓ ଅଭିଜ୍ଞତା ତାଙ୍କ ପାଇଁ ସାମାଜିକ ପୁଞ୍ଜି ପାଲଟିଛି। ତାହାକୁ କାର୍ଯ୍ୟରେ ଲଗାଇ ସେ କୋଭିଡ ସମ୍ପର୍କରେ ଲୋକଙ୍କ ମଧ୍ୟରେ ଥିବା ଭ୍ରାନ୍ତ ଧାରଣା ଦୂର କରିବାକୁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଜଣେ ପ୍ରବାସୀ ଯୁବକ ଗାଁକୁ ଫେରିବା ପରେ ଲୋକେ ତାଙ୍କୁ ଏହି ଧାରଣାର ବଶବର୍ତ୍ତୀ ହୋଇ ଗ୍ରାମରେ ପୁରେଇ ଦେଇ ନଥିଲେ। ତେଣୁସେ ଘରକୁ ଯାଇପାରି ନଥିଲେ। ଲୋକଙ୍କ ଏହି ହୀନ ବ୍ୟବହାର ପରିବର୍ତ୍ତନ ପାଇଁ ସମ୍ପୃକ୍ତ ଗୋଷ୍ଠୀ ସହ ମଞ୍ଜୁଙ୍କ ମୁହାଁମୁଁହିଁ ହେବାକୁ ପଡିଥିଲା। ବହୁ ଉଦ୍ୟମ କରି ଲୋକଙ୍କୁ ବୁଝାସୁଝା କରାଇବା ପରେ ସମ୍ପୃକ୍ତ ଯୁବକ ନିଜ ଘରେ କ୍ବାରେଣ୍ଟାଇନରେ ରହିବାର ସୁଯୋଗ ପାଇଥିଲେ। ଲକଡାଉନ ସମୟରେ ସେ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଣ କ୍ଷେତ୍ରରେ ଲୋକଙ୍କୁ ସହଯୋଗ କରିଆସୁଛନ୍ତି। ସେ ଏକାଧିକ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ଯାଇ ସୁରକ୍ଷିତ ପ୍ରସବ କରାଇବାକୁ ଉତ୍ସାହିତ କରିବା ସହିତ ଏଥିରେ ସେମାନଙ୍କୁ ସାହାଯ୍ୟ କରିଆସୁଛନ୍ତି। ନିଜ ଦାୟିତ୍ୱ ସମ୍ପାଦନ ସହ ମଞ୍ଜୁ ମଧ୍ୟ ନିଜ ଘରେ ମାକ୍ସ ତିଆରିକରି ତାହାକୁ ଗାଁରେ ଗରିବ ଲୋକଙ୍କୁ ବାଣ୍ଟୁଛନ୍ତି। କରୋନା ବିରୋଧି ଲଢେଇ ସମୟରେ ଓଡିଶାର ସହର ଓ ଗ୍ରାମାଞ୍ଚଳରେ ପ୍ରାୟ ୪୬୬୨୭ ଆଶା କର୍ମୀ କାମକରୁଛନ୍ତି। ସେମାନେ ସ୍ଥାନୀୟ ଲୋକଙ୍କର ସମସ୍ତ ପ୍ରକାର ପ୍ରାଥମିକ ସ୍ୱାସ୍ଥ୍ୟସେବା ଆବଶ୍ୟକ ପୁରଣ କରୁଛନ୍ତି। ଗାଁ କଲ୍ୟାଣ ସମିତି ସହିତ ସେମାନେ ମିଶି ନିବିଡ ଭାବେ କାର୍ଯ୍ୟକରୁଛନ୍ତି। ମଞ୍ଜୁ ନିଜର କର୍ତ୍ତବ୍ୟ ସମ୍ପାଦନ କରି ଅନ୍ୟନ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories