କାଶ୍ମୀର ପଥର ଫିଙ୍ଗାଳିଙ୍କ ମୁକାବିଲା କରିବେ ‘ସୁପର ୫୦୦’ ମହିଳା କମାଣ୍ଡୋ

0

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ଶିଶୁ ଏବଂ ମହିଳା ପଥର ଫିଙ୍ଗାଳିଙ୍କ ମୁକାବିଲା ପାଇଁ ସିଆରପିଏଫ ପକ୍ଷରୁ ୫୦୦ ମହିଳା କମାଣ୍ଡୋଙ୍କୁ ପ୍ରସ୍ତୁତ କରାଯାଉଛି। ‘ସୁପର ୫୦୦’ ନାମକ ଏହି ମହିଳା କମାଣ୍ଡୋ ଦଳକୁ ପଥର ଫିଙ୍ଗାଳିଙ୍ଗ ମୁକାବିଲା ପାଇଁ ଏବେ ପ୍ରଶିକ୍ଷଣ ଦିଆଯାଉଛି। ଶ୍ରୀନଗରରେ ଏକ ପ୍ରଶିକ୍ଷଣ ଶିବିରରେ ମହିଳା କମାଣ୍ଡୋ ପ୍ରଶିକ୍ଷଣ ନେଉଛନ୍ତି। ସେମାନଙ୍କୁ ପ୍ରଥମେ ଆତ୍ମରକ୍ଷା କୌଶଳ, ପଥର ଫିଙ୍ଗାଳିଙ୍ଗ ମୁକାବିଲା, ଭିଡ଼କୁ ନିୟନ୍ତ୍ରଣ କରିବା ଓ ବଳ ପ୍ରୟୋଗ ଦ୍ୱାରା କାର୍ଯ୍ୟ ହାସଲର ପ୍ରଶିକ୍ଷଣ ଦିଆଯାଉଛି। ଶିଶୁ ଓ ମହିଳା ପଥର ଫିଙ୍ଗାଳିଙ୍କ ମୁକାବିଲା ପାଇଁ ସୁରକ୍ଷା କର୍ମୀଙ୍କ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରାଯିବା ସହ ମାନବାଧିକାର ଉଲ୍ଲଙ୍ଘନ କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା। ଫଳରେ ଶିଶୁ ଓ ମହିଳା ପଥର ଫିଙ୍ଗାଳିଙ୍କ ମୁକାବିଲା ପାଇଁ ଏକ ମହିଳା କମାଣ୍ଡୋ ଦଳ ପ୍ରସ୍ତୁତ କରାଯାଇଛି। ଏହସହ ସେମାନଙ୍କୁ ବିଭିନ୍ନ ଅଭିଯାନରେ ସାମିଲ ହେବାର ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି। ଆଉ ମାସେ ପରେ ମହିଳା କମାଣ୍ଡୋ ଦଳକୁ ନିୟୋଜିତ କରାଯିବ ବୋଲି ସୂଚନା ମିଳିଛି। ସେମାନେ କୁମ୍ବିଂ, ଏନକାଉଣ୍ଟର ଏବଂ ଉଦ୍ଧାର କାର୍ଯ୍ୟରେ ମଧ୍ୟ ନିୟୋଜିତ ହେବେ।

kalyan agarbati
Leave A Reply