www.samajalive.in
Tuesday, December 9, 2025
26.1 C
Bhubaneswar

କନ୍ଧମାଳ ପୁଲିସର ବଡ଼ ସଫଳତା : ୪କ୍ୟାଡର ମାଓବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଫୁଲବାଣୀ : ସଟଡାଉନରେ କନ୍ଧମାଳ ପୁଲିସକୁ ବଡ଼ ସଫଳତା ମିଳିଛି । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଶିର୍ଲା ଜଙ୍ଗଲ ନିକଟରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ରବିବାର ସକାଳେ ଗୁଳିବିନିମୟ ହୋଇଛି। ଏଥିରେ ୪ ଜଣ କ୍ୟାଡର ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ନିହତ ୪ ଜଣଙ୍କ ମଧ୍ୟରେ ଜଣେ ମହିଳା ଏବଂ ୩ପୁରୁଷ ରହିଥିବା ଜଣାପଡ଼ିଛି। ମୃତ କ୍ୟାଡର ମାଓବାଦୀମାନେ ବିଜିଏନ ଡିଭିଜନ୍‌ର କ୍ୟାଡର ସଦସ୍ୟ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ମଧ୍ୟ କରାଯାଇଛି।

ମିଳିଥିବା ସୂଚନାଅନୁଯାୟୀ, ଆଜି ସକାଳୁ ଗୁଇନ୍ଦା ସୂଚନା ଆଧାରରେ ଡିଭିଏଫ୍ ଓ ଏସ୍ଓଜି ଯବାନ ମିଳିତ ଭାବେ ମାଓବାଦୀଙ୍କ କ୍ୟାମ୍ପ ଉପରେ ଚଢ଼ଉ କରିଥିଲେ। ଏହି ସମୟରେ ମାଓବାଦୀଙ୍କ ସହିତ ସେମାନଙ୍କର ଗୁଳିବିନିମୟ ହୋଇଥିଲା। ଗୁଳିବିନିମୟରେ ୪ଜଣ ନିହତ ହୋଇଥିବା ବେଳେ ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏହାପରେ ଉକ୍ତ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ନିହତ ମାଓବାଦୀଙ୍କ ଉପରେ ରାଜ୍ୟ ସରକାର ପୁରସ୍କାର ଘୋଷଣା କରିଥିଲେ।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories