www.samajalive.in
Saturday, December 6, 2025
16.1 C
Bhubaneswar

କରାଚୀ ଆକ୍ରମଣ ପାଇଁ ଭାରତକୁ ଦୋଷ ଦେଲା ପାକିସ୍ତାନ, ୟୁଏନଏସସିରେ ଚୀନର ଅପଚେଷ୍ଟା ପଣ୍ଡ

ନ୍ୟୁୟର୍କ: ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ର ଅସ୍ଥାୟୀ ସଦସ୍ୟ ଭାବେ ଭାରତ ନିର୍ବାଚିତ ହେବା ପରେ ଚୀନ ଏବଂ ପାକିସ୍ତାନ ପାଇଁ ଅଡୁଆ ବଢ଼ିଯାଇଛି। ତେଣୁ ଭାରତକୁ ୟୁଏନଏସସିରେ ନିନ୍ଦିତ କରିବା ଲାଗି ଏହି ଦୁଇ ଦେଶ ଯେଉଁ ଅପଚେଷ୍ଟା କରିଛନ୍ତି ତାହା ପଣ୍ଡ ହୋଇଯାଇଛି। ନିକଟରେ ପାକିସ୍ତାନର କରାଚୀଠାରେ ଥିବା ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜ ଉପରେ ଆକ୍ରମଣ ହୋଇଥିଲା। ବେଲୁଚିସ୍ତାନ ଲିବରେଶନ ଆର୍ମି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା। କିନ୍ତୁ ଆକ୍ରମଣ ପାଇଁ ଭାରତକୁ ଦୋଷ ଦେଉଛି ପାକିସ୍ତାନ। ଏହି ପ୍ରସଙ୍ଗକୁ ଚୀନ ୟୁଏନଏସସିରେ ଉଠାଇ ଭାରତକୁ ବଦନାମ କରିବାକୁ ଉଦ୍ୟମ କରିଥିବାବେଳେ ତାହା ଫସର ଫାଟିଯାଇଛି। ଓଲଟି ୟୁଏନଏସସିର ସଦସ୍ୟମାନେ ଚୀନର ଏହି ଚକ୍ରାନ୍ତରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, କରାଚୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଆକ୍ରମଣକାରୀ ବେଲୁଚିସ୍ତାନ ଲିବରେଶନ ଆର୍ମିର ୪ ସଦସ୍ୟ ବି ପ୍ରାଣ ହରାଇଥିଲେ। ଏହି ଆକ୍ରମଣ ପରେ ଚୀନ ୟୁଏନଏସସିର ମନ୍ତବ୍ୟ ପ୍ରସ୍ତାବ ରଖିଥିଲା। ଯେକୌଣସି ସ୍ଥାନରେ ଆକ୍ରମଣ ପରେ ୟୁଏନଏସସି ଦ୍ବାରା ଏପରି ବୟାନ ଜାରି କରାଯାଇଥାଏ। ତେବେ କରାଚୀ ଆକ୍ରମଣକୁ ନେଇ ପାକିସ୍ତାନ ଅବାଚ୍ଛିତ ମନ୍ତବ୍ୟ ଦେଉଥିବାରୁ ଚୀନକୁ ଛାଡ଼ି ୟୁଏନଏସସିର ଅନ୍ୟ ସଦସ୍ୟମାନେ ଏଥିରେ ହସ୍ତକ୍ଷେପ କରିଥିଲେ। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବିଦେଶ ମନ୍ତ୍ରୀ ଶାହ ମେହମ୍ମୁଦ କୁରେଶୀଙ୍କ ସହିତ ମିଶି କୌଣସି ପ୍ରମାଣ ନ ଥାଇ ଭାରତକୁ ଦୋଷୀ ବୋଲି କହିଛନ୍ତି। ଭାରତ ଏହାକୁ ଖଣ୍ଡନ କରିଛି। ୟୁଏନଏସସି ସଦସ୍ୟମାନେ କହିଛନ୍ତି, ସୁରକ୍ଷା ପରିଷଦ ଦ୍ବାରା ଏହି ମାମଲାର ସମାଧାନ କରାଯିବ ନାହିଁ। କାରଣ କୁରେଶୀଙ୍କ ମନ୍ତବ୍ୟରେ ପରିଷଦର ଜଣେ ଅସ୍ଥାୟୀ ସଦସ୍ୟକୁ ଦୋଷୀ କୁହାଯିବା ଦ୍ବାରା ପରିଷଦର ପରିବେଶକୁ ନଷ୍ଟ କରିଦିଆଯାଇଛି। ତେବେ ୟୁଏନଏସସି ସଦସ୍ୟମାନଙ୍କ ଏପରି ମନ୍ତବ୍ୟ ପରେ ଚୀନ ଅସନ୍ତୋଷ ବ୍ୟକ୍ତ କରିଛି। ଏହି ମାମଲାରେ ଶିଥିଳ କାର୍ଯ୍ୟାନୁଷ୍ଠାନ ନିଆଯିବା ଦ୍ବାରା ଏକ ଭୂଲ ବାର୍ତ୍ତା ଯାଉଛି ବୋଲି ଚୀନ କହିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories