www.samajalive.in
Sunday, December 7, 2025
26.1 C
Bhubaneswar

ଦିଲ୍ଲୀ ଟୁର୍ ଏଣ୍ଡ ଟ୍ରାଭେଲ୍ ଆସୋସିଏସନର ବଡ ନିଷ୍ପତ୍ତି, ଚୀନ୍ ନାଗରିକଙ୍କୁ ଦିଲ୍ଲୀରେ ମିଳିବନି ଟ୍ୟାକ୍ସି ସେବା

ନୂଆନିଲ୍ଲୀ : ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦ ଧିରେ ଧିରେ ବଢିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଚୀନ ସମାଗ୍ରୀ ବର୍ଜନର ନାରା ଜୋର ଧରିଛି।  ଏପରି ପରିସ୍ଥିତିରେ ଦିଲ୍ଲୀ ଟୁର୍ ଏଣ୍ଡ ଟ୍ରାଭେଲ୍ ଆସୋସିଏସନର ବଡ ନିଷ୍ପତ୍ତି ନେଇଛି। ଟୁର୍ ଏଣ୍ଡ ଟ୍ରାଭେଲ୍ ଆସୋସିଏସନର ନିଷ୍ପତ୍ତି ଅନୁସାରେ ଏଣିକି କୌଣସି ଚୀନ୍ ନାଗରିକଙ୍କୁ ଦିଲ୍ଲୀରେ ଟ୍ୟାକ୍ସି ସେବା ମିଳିବନାହିଁ।

ଦିଲ୍ଲୀର ଟୁର୍ ଏଣ୍ଡ ଟ୍ରାଭେଲ୍ ଆସୋସିଏସନ୍ ଉପାଧ୍ୟକ୍ଷ କମଲ ଛିବରଙ୍କ ସୂଚନା  ଅନୁସାରେ, ସଂଘ ନିଷ୍ପତ୍ତି ନେଇଛି ସେମାନଙ୍କ ଗାଡ଼ିରେ କୌଣସି ଚୀନ ନାଗରିକଙ୍କୁ ବସାଇବେ ନାହିଁ । କମଲ କହିଛନ୍ତି ଯେ ୫୦୦ ରୁ ଅଧିକ ଟ୍ୟାକ୍ସି ଅପରେଟର ଦିଲ୍ଲୀର ଟୁର୍ ଏଣ୍ଡ ଟ୍ରାଭେଲ୍ ଆସୋସିଏସନ୍ ସହିତ ଜଡିତ। ଏଭଳି ପରିସ୍ଥିତିରେ ଏହି ନିଷ୍ପତ୍ତିରେ ସମସ୍ତେ ସହମତ ହୋଇଛନ୍ତି ।  କିଛି ଟ୍ରାଭେଲ୍ ଏଜେନ୍ସୀ ସେମାନଙ୍କ ଅଫିସ ଆଗରେ ଏସମ୍ପର୍କିତ ନୋଟିସ୍ ବି ମାରିଛନ୍ତି । ଏପରିକି ଟାକ୍ସି ମାଲିକ ଗାଡ଼ିରେ ବି ଚୀନ୍ ନାଗରିକଙ୍କ ଉପରେ ନିଷେଧାଦେଶ ଜାରି ହୋଇଥିବା ନେଇ ନୋଟିସ ମଧ୍ୟ ଲଗାଇ ସାରିଲେଣି ।

- Advertisement -

ସୂଚନାଯୋଗ୍ୟ ଦିଲ୍ଲୀର ଟୁର୍ ଏଣ୍ଡ ଟ୍ରାଭେଲ୍ ଆସୋସିଏସନ୍ ଚୀନ୍ ନାଗରରିକଙ୍କୁ ଟ୍ୟାକ୍ସି ସେବା ପ୍ରଦାନ ନକରିବା ନିଷ୍ପତ୍ତି ପୂର୍ବରୁ ଦିଲ୍ଲୀର ହୋଟେଲ ସଂଘ ମଧ୍ୟ  ଚୀନ ନାଗରିକଙ୍କୁ ହୋଟେଲରେ ରଖିବେନି ବୋଲି ନିଷ୍ପତ୍ତି ନେଇଛନ୍ତି।

 

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories