www.samajalive.in
Tuesday, December 9, 2025
26.1 C
Bhubaneswar

ଗ୍ରାମ୍ୟ ରାସ୍ତା ବିପର୍ଯ୍ୟସ୍ତ ; ପକ୍କା ଫାଟି ଉଠିଲାଣି ଘାସ

ରାଜନଗର : ରାଜନଗର ବ୍ଲକ ସାନବଡଗୋପାଳପୁର ପଞ୍ଚାୟତର ସାନଓଲରା ଗ୍ରାମ। ଏହି ଗ୍ରାମରେ ୫୦ଟି ପରିବାରର ୫ ଶହରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି। ଏହି ଗାଁରୁ ୧ କିଲୋମିଟର ଯିବା ପରେ ମୁଖ୍ୟ ରାସ୍ତା ପଡେ। ଏହି ଗୋଟିଏ କିଲୋମିଟର ରାସ୍ତାରୁ ଅଧେ କଚ୍ଚା ରାସ୍ତା ଥିବା ବେଳେ ଆଉ ଅର୍ଦ୍ଧେକ ପକ୍କାରାସ୍ତା କରାଯାଇଥିଲା। ସାନବଡଗୋପାଳପୁର ପଞ୍ଚାୟତର ଏକ ନମ୍ବର ୱାର୍ଡର ଦୁର୍ଦଶା କହିଲେ ନ ସରେ। ବର୍ଷାଦିନ ଆସିଲେ କଥା ସରିଲା। ଆମ୍ବୁଲାନ୍ସ ତ ଦୂରର କଥା, ସାଧାରଣ ଲୋକଟିଏ ଚାଲିକରି ଯିବା କାଠିକର ପାଠ। ଗାଁରେ କେହି ଅସୁସ୍ଥ ହେଲେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାକୁ ଏହି ଏକ କି.ମି. ରାସ୍ତା ସାଙ୍ଗିଭାରରେ ଯିବାକୁ ପଡ଼େ। ମୁଖ୍ୟରାସ୍ତା କଡ଼ରେ ରହିଛି ଓଲରା ପ୍ରାଥମିକ ବିଦ୍ୟାଳୟ ଓ କପିଳେଶ୍ୱର ଉ.ପ୍ରା. ବିଦ୍ୟାଳୟ। ଉଭୟ ବିଦ୍ୟାଳୟକୁ ଏହି ଗ୍ରାମର ପିଲାମାନେ ପାଠ ପଢିବାକୁ ପାଦଚଲା ରାସ୍ତାରେ ବହୁ କଷ୍ଟରେ ଯିବା ଆସିବା କରିଥାନ୍ତି। ବର୍ଷା ଦିନରେ ଅଭିଭାବକମାନେ ପିଲାଙ୍କୁ ଆଣି ବିଦ୍ୟାଳୟରେ ଛାଡଥାନ୍ତି ଓ ବିଦ୍ୟାଳୟ ଛୁଟି ପରେ ଘରକୁ ନେଇଥାନ୍ତି। ୨୦୧୧-୧୨ ମସିହାରେ ପଞ୍ଚାୟତ ସମିତି ପକ୍ଷରୁ ଗାଁ ପାଖରୁ ଅଧ କିଲୋମିଟର ପକ୍କା ରାସ୍ତା କରାଯାଇଥିଲା। ସେ ରାସ୍ତା ପୂର୍ବରୁ ଫାଟି ଯାଇଥିବା ବେଳେ ରାସ୍ତା ଉପରେ ଘାସ ଉଠି ବିପଦସଙ୍କୁଳ ପାଲଟିଛି। ଗ୍ରାମବାସୀ ବାରମ୍ବାର ରାଜନେତାଠାରୁ ଆରମ୍ଭ କରି ପ୍ରଶାସନକୁ ଅନୁରୋଧ କଲେ ମଧ୍ୟ କେହି ଶୁଣୁନଥିବା ନେଇ ଗ୍ରାମର ମୁରବି ରବିନାରାୟଣ ସ୍ୱାଇଁ, ଦୁର୍ଗାଚରଣ ସ୍ୱାଇଁ, ନରହରି ସ୍ୱାଇଁ, କୁଞ୍ଜବିହାରୀ ରାଉତ, କିଶୋର ରାଉତ, ବିଶ୍ୱନାଥ ରାଉତ, ସହଦେବ ରାଉତ, ଜଗନ୍ନାଥ ରାଉତ ପ୍ରମୁଖ ଅଭିଯୋଗ କରିଛନ୍ତି। ଏସଂପର୍କରେ କେନ୍ଦ୍ରାପଡା ଜିଲାପାଳ ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories