ଘରର କେଉଁସ୍ଥାନରେ ଆଲମିରା ରଖିଲେ ମିଳିବ ଶୁଭଫଳ, ଆସନ୍ତୁ ଜାଣିବା

0

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଆଲମିରା ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଛି । ଏହି ନିୟମ ପାଳନ କଲେ ଘରେ ଧନର ଅଭାବ ରହି ନଥାଏ । ପରିବାର ସଦସ୍ୟଙ୍କ ଆର୍ଥିକ ଉନ୍ନତି ମଧ୍ୟ ଘଟିଥାଏ । ତେଣୁ ଆସନ୍ତୁ ଜାଣିବା ଘରେ ଆଲମିରାକୁ କେଉଁଠି ରଖିବା ?
ବାସ୍ତୁଶାସ୍ତ୍ର ଅନୁଯାୟୀ ଆଲମିରାକୁ ଘରର ଦକ୍ଷିଣପଟ କାନ୍ଥକୁ ଲଗାଇ ରଖିଲେ ଏହାର ମୁଖ ଉତ୍ତର ପଟକୁ ରହିଥାଏ । ଏହି ଦିଗର ସ୍ୱାମୀ କୁବେର ଅଟନ୍ତି । ତେଣୁ ଏଠାରେ ଆଲମିରା ରଖିଲେ ଏହା ଶୁଭ ଫଳ ଦେବା ସହ ଧନ ସଞ୍ଚୟ ହୋଇଥାଏ ।
ପୂର୍ବ ଦିଗ ଆଡ଼କୁ ମୁହଁ କରି ରଖିଲେ ଏହା ପଶ୍ଚିମ କାନ୍ଥକୁ ଲାଗି କରି ରହେ । ଏହି ଦିଗର ସ୍ୱାମୀ ଇନ୍ଦ୍ର ଅଟନ୍ତି ।ତେଣୁ ଏଠାରେ ଆଲମିରା ରଖିଲେ ଧନ ବୃଦ୍ଧି କରାଇଥାଏ । ଏହା ଉନ୍ନତିର ଦିଗ ହେତୁ ଅଧିକ ଉନ୍ନତି ହୁଏ ।
ପଶ୍ଚିମ ଦିଗକୁ ମୁହଁ କରି ଆଲମିରା ରଖନ୍ତୁ ନାହିଁ । କାରଣ ଏହି ଦିଗର ସ୍ୱାମୀ ବରୁଣ ଅଟନ୍ତି । ଏହି ଦିଗରେ ଆଲମିରା ରହିଲେ ଧନ ପ୍ରାପ୍ତିରେ ଅଧିକ ସମୟ ଲାଗିବା ସହ କଷ୍ଟ ମଧ୍ୟ ହୋଇଥାଏ ।
ଦକ୍ଷିଣ ଆଡ଼କୁ ଆଲମିରା ମୁହଁ କରି ରଖିଲେ ଏହା ମଧ୍ୟ ଧନ ହାନିର କାରଣ ହୋଇଥାଏ ।
ଘରେ ଆଲମିରାକୁ ବାସ୍ତୁ ବିଜ୍ଞାନ ଅନୁଯାୟୀ ରଖିଲେ ଏହା ସଭିଁଙ୍କୁ ଶୁଭ ଫଳ ଦେବା ସହ ଧନ ବୃଦ୍ଧି ଘଟାଇଥାଏ ।

kalyan agarbati
Leave A Reply