www.samajalive.in
Monday, December 15, 2025
14.1 C
Bhubaneswar

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ କି ବାତ୍, ଆଜି ୬୬ତମ ସଂସ୍କରଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନିଜ ମନର କଥା କହୁଛନ୍ତି। ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୬୬ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କରୋନା ସଙ୍କଟ ସମ୍ବନ୍ଧରେ କହିଛନ୍ତି ଏବଂ ସାଧାରଣ କ୍ଷେତ୍ରରେ ପ୍ରତିଦିନ ଘଟୁଥିବା ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱବ୍ୟାପୀ କରୋନା ମହାମାରୀ ଆସିବା ପରେ, ମାନବଜାତି ଉପରେ ସଙ୍କଟ ବୃଦ୍ଧି ପାଇଛି ଯେଉଁଥି ପାଇଁ ଲୋକଙ୍କ ମଧ୍ୟରେ ଗୋଟିଏ ବିଷୟ ଉପରେ କ୍ରମାଗତ ଭାବରେ ଆଲୋଚନା ହେଉଛି ଯେ ଏହି ମହାମାରୀ କେବେ ଶେଷ ହେବ ଓ ପୁଣି କେବେ ସ୍ୱାଭାବିକ ସମୟ ଫେରି ଆସିବ।

- Advertisement -

ମୋଦୀ କହିଛନ୍ତି, କିଛି ଦିନ ପୂର୍ବରୁ ସାମୁଦ୍ରିକ ବାତ୍ୟା ଅମ୍ଫାନ୍ ଦେଶର ପୂର୍ବ ଏବଂ ପଶ୍ଚିମ ଭାଗରେ ଅନେକ କ୍ଷୟକ୍ଷତି କରିଥିଲା। ଅନେକ ରାଜ୍ୟରେ ପଙ୍ଗପାଳ ଆକ୍ରମଣରେ ଆମ କୃଷକମାନେ ଅସୁବିଧାରେ ପଡିଛନ୍ତି ଏବଂ ଦେଶର ଅନେକ ସ୍ଥାନରେ ଭୂକମ୍ପର ଭୟ ମଧ୍ୟ ସୃଷ୍ଟି ହୋଇଛି। ଏଭଳି ସମୟରେ ଆମର କିଛି ପଡ଼ୋଶୀଙ୍କ ଦ୍ୱାରା ସୃଷ୍ଟି କରାଯାଉଥିବା ସମସ୍ୟାର ଦେଶ ସାହସର ସହିତ ମୁକାବିଲା କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ବାସ୍ତବରେ ଏତେ ସଂଖ୍ୟକ ବିପର୍ଯ୍ୟୟ ଏକ ଥରକେ କ୍ୱଚିତ୍ ଦେଖାଯାଏ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ଇତିହାସ ହେଉଛି ବିପର୍ଯ୍ୟୟ ଏବଂ ଆହ୍ୱାନକୁ ସଂକଳ୍ପ ଭାବେ ଗ୍ରହଣ କରି ଜିତାପଟ ହାସଲ କରିବା ଏବଂ ପୂର୍ବଠାରୁ ଅଧିକ ବଳଶାଳୀ ହୋଇ ନିଜକୁ ଦୃଢ କରିବା। ଶହ ଶହ ବର୍ଷ ଧରି ବିଭିନ୍ନ ଆକ୍ରମଣକାରୀ ଭାରତ ଉପରେ ଆକ୍ରମଣ କରିଛନ୍ତି ଯେତେବେଳେ ଲୋକମାନେ ଭାବିଛନ୍ତି ଯେ ଭାରତର ମୌଳିକ ଢାଞ୍ଚା ନଷ୍ଟ ହୋଇଯିବ, କିନ୍ତୁ ଏହି ସଙ୍କଟକୁ ସାମ୍ନା କରି ଭାରତ ଆହୁରି ଭବ୍ୟ ହୋଇପାରିଛି।

ସେ କହିଛନ୍ତି ଯେ ଯେତେବେଳେ ଭାରତରେ ବଡ ବଡ ସଙ୍କଟ ଆସିଛି, ସେତେବେଳେ ସମସ୍ତ ବାଧାବିଘ୍ନକୁ ଦୂରକରି ଅନେକ ସୃଜନଶୀଳତା ମଧ୍ୟ ସୃଷ୍ଟି ହୋଇଛି। ନୂତନ ସାହିତ୍ୟ ସୃଷ୍ଟି ହୋଇଛି, ନୂତନ ଅନୁସନ୍ଧାନ କରାଯାଇଛି ଅର୍ଥାତ୍ ସଙ୍କଟ ସମୟରେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ସୃଷ୍ଟି ପ୍ରକ୍ରିୟା ଜାରି ରହିଛି ଏବଂ ଆମ ସଂସ୍କୃତି ଅଧିକ ପ୍ରସ୍ପୁଟିତ ହୋଇପାରିଛି। ସେ କହିଛନ୍ତି ଯେ ସଙ୍କଟ ଯାହା ହେଉନା କାହିଁକି, ତାହା ନିସ୍ୱାର୍ଥପର ସେବା କରିବାକୁ ପ୍ରେରଣା ଯୋଗାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଙ୍କଟ ସମୟରେ ଭାରତ ଯେଉଁଭଳି ଭାବରେ ବିଶ୍ୱକୁ ସାହାଯ୍ୟ କରିଛି ତାହା ଆଜି ଶାନ୍ତି ଏବଂ ବିକାଶ କ୍ଷେତ୍ରରେ ଭାରତର ଭୂମିକାକୁ ମଜବୁତ କରିଛି ବୋଲି କହିଛନ୍ତି। ବିଶ୍ୱ ମଧ୍ୟ ଭାରତର ବିଶ୍ୱ ଭ୍ରାତୃଭାବର ମହତ୍ୱକୁ ଅନୁଭବ କରିଛି। ଏହାସହ ବିଶ୍ୱ ଭାରତର ଶକ୍ତି, ସାର୍ବଭୌମତ୍ୱ ତଥା ସୀମା ରକ୍ଷା ପାଇଁ ଭାରତର ପ୍ରତିବଦ୍ଧତା ମଧ୍ୟ ଦେଖିଛି ବୋଲି ସେ କହିଛନ୍ତି।

ଲଦାଖରେ ସୀମା ସଂଘର୍ଷରେ ପ୍ରାଣବଳି ଦେଇଥିବା ଆମ ଦେଶର ସହୀଦମାନଙ୍କୁ ସ୍ମରଣ କରି ମୋଦୀ କହିଛନ୍ତି ଯେ ଯେଉଁମାନଙ୍କ ପରିବାରର ସାହସୀ ପୁଅ ଦେଶପାଇଁ ବଳିଦାନ ଦେଇଛି ସେମାନଙ୍କ ଭାବନା ହେଉଛି ଦେଶ ପାଇଁ ଉତ୍ସାହ ଓ ଶକ୍ତି। ସେ କହିଛନ୍ତି, ଯେଉଁ ପିତାମାତାଙ୍କ ପୁଅମାନେ ସହିଦ ହୋଇଛନ୍ତି ସେମାନେ ସେମାନଙ୍କର ଅନ୍ୟ ପୁଅମାନଙ୍କୁ ଓ ଘରର ଅନ୍ୟ ପିଲାମାନଙ୍କୁ ମଧ୍ୟ ସେନାକୁ ପଠାଇବା ବିଷୟରେ କହୁଛନ୍ତି। ଏହି ଦିଗରେ ସମସ୍ତ ପ୍ରୟାସ କରାଯିବା ଉଚିତ, ଯାହା ସୀମା ସୁରକ୍ଷା ପାଇଁ ଦେଶର ଶକ୍ତି ବୃଦ୍ଧି କରିବ, ଦେଶକୁ ଅଧିକ ଦକ୍ଷ ଓ ଆତ୍ମନିର୍ଭରଶୀଳ କରିବ ଏବଂ ତାହା ମଧ୍ୟ ଆମର ସହିଦମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।

ମୋଦୀ ତାମିଲନାଡୁର ମଦୁରାଇର ମୋହନ ରାମମୂର୍ତ୍ତିଙ୍କ କହିଛନ୍ତି ଯେ ଲେଖିଛନ୍ତି, ସେ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବା ଚାହୁଁଛନ୍ତି। ସେ କହିଛନ୍ତି ଯେ ସ୍ୱାଧୀନତା ପୂର୍ବରୁ ଆମ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ଅନେକ ଦେଶଠାରୁ ଆଗରେ ଥିଲା। ଆମର ଦେଶରେ ଅନେକ ଗୋଳାବାରୁଦ କାରଖାନା ଥିଲା। ସେହି ସମୟରେ, ଆମ ଦେଶଠାରୁ ବହୁ ପଛରେ ଥିବା ଅନେକ ଦେଶ ଆଜି ଆମଠାରୁ ଆଗରେ ଅଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories