www.samajalive.in
Monday, December 15, 2025
15.1 C
Bhubaneswar

କରୋନା ପାଇଁ ଘରକୁ ଘର ବୁଲି ସର୍ବେକ୍ଷଣ, କଟକ ସହରରେ ୪୮୧ ଇନ୍‌ଫ୍ଲୁଏନଞ୍ଜା ରୋଗୀ ଚିହ୍ନଟ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ଅନୁଯାୟୀ କଟକ ସହରରେ କୋଭିଡ୍‌-୧୯ ନିୟନ୍ତ୍ରଣ ପାଇଁ କଟକ ମହାନଗର ନିଗମ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କଟକ ସହରରେ ଘରକୁ ଘର ବୁଲି ବାରମ୍ବାର ସର୍ଭେ କରାଯାଇଛି। ସର୍ଭେ କରାଯିବା ସମୟରେ ଇନ୍‌ଫ୍ଲୁଏନଞ୍ଜା ଭଳି ଲକ୍ଷଣ ଏବଂ ଗୁରୁତର ଶ୍ୱାସ କଷ୍ଟ ଭଳି ଲକ୍ଷଣ ଦେଖା ଯାଉଥିବା ରୋଗୀଙ୍କୁ ଚିହ୍ନଟ କରାଯାଉଛି। ଏ ପର୍ଯ୍ୟନ୍ତ ୪୮୧ଟି ଇନ୍‌ଫ୍ଲୁଏନଞ୍ଜା ଏବଂ ୧୦୦ଟି ଜ୍ୱର ଲକ୍ଷଣ ଥିବା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ଏବଂ ଆବଶ୍ୟକ ସ୍ଥଳେ କୋଭିଡ୍‌ ପରୀକ୍ଷଣ ମଧ୍ୟ କରାଯାଇଛି। ଆଜି ସୁଦ୍ଧା କଟକ ସହରରେ ୩୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୨ଜଣଙ୍କ ମୃତ୍ୟୁ ହୋଇଛି। ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧ରେ ରହିଛି ବୋଲି କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି।

କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍-୧୯ ନିୟମ ଓ ମାର୍ଗଦର୍ଶିକା କଡ଼ାକଡି ଭାବେ ପାଳନ କରାଯାଉଛି। କଟକ ସହରରେ ମାକ୍ସ ପିନ୍ଧିନଥିବା ଏବଂ ବାଣିଜ୍ୟିକ କେନ୍ଦ୍ରରେ ସାମାଜିକ ଦୂରତ୍ବ ନ ମାନିବା ଅଭିଯୋଗରେ ବିଭିନ୍ନ ବ୍ୟକ୍ତିଙ୍କଠାରୁ ଜୋରିମାନା ଆଦାୟ କରାଯାଇଛି। କୋଭିଡ୍‌ ନିୟମ ଓ ମାର୍ଗଦର୍ଶିକା ଉଲ୍ଲଙ୍ଘନ ଅଭିଯୋଗରେ ୩,୯୯,୩୦୦ଟଙ୍କା ଜୋରିମାନା ଆଦାୟ କରାଯାଇଛି।


ସ୍ୱାସ୍ଥ୍ୟକର୍ମୀ/ଆଶା/ଅଙ୍ଗନବାଡ଼ି କର୍ମୀମାନେ ନିୟମିତ ହୋମ୍‌ କ୍ୱାରାଣ୍ଟାଇନ୍‌ ହୋଇଥିବା ଲୋକମାନଙ୍କ ଘରକୁ ଯାଇ ସେମାନଙ୍କ ଘରର ସ୍ଥିତି ତଦାରଖ କରିବା ସହ କୋଭିଡ୍‌ କଣ୍ଟ୍ରୋଲ୍‌ ରୁମ୍‌କୁ ରିପୋର୍ଟ ପ୍ରଦାନ କରୁଛନ୍ତି। ଏଥିରେ ୨୩୯ ଆଶାକର୍ମୀ ଓ ୬୭ଜଣ ସ୍ବାସ୍ଥ୍ୟକର୍ମୀ ନିୟୋଜିତ ହୋଇଛନ୍ତି। ଯେଉଁଠାରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ସମସ୍ୟା ଉପୁଜୁଛି, ସେଠାରେ ରାପିଡ୍‌ ରେସ୍‌ପନ୍ସ ଦଳ ସେମାନଙ୍କୁ ଆନୁଷ୍ଠାନିକ/ଦେୟଯୁକ୍ତ କ୍ୱାରାଣ୍ଟାଇନ୍‌ରେ ରଖିବା ନିମନ୍ତେ ତୁରନ୍ତ ବ୍ୟବସ୍ଥା କରୁଛନ୍ତି। ଲୋକମାନଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବା ନିମନ୍ତେ ବାରମ୍ବାର ସଚେତନ କରାଯାଉଛି। କଟକ ସହରର ପ୍ରତି ୱାର୍ଡକୁ ବାହାରୁ ଆସୁଥିବା ଲୋକମାନଙ୍କ ନିମନ୍ତେ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି ଏବଂ ଏ ବାବଦରେ କଟକ ମହାନଗର ନିଗମର କୋଭିଡ୍‌ କଣ୍ଟ୍ରୋଲ୍‌ ରୁମ୍‌କୁ ଅବଗତ କରିବାକୁ କୁହାଯାଇଛି ବୋଲି ସିଏମ୍‌ସି କମିଶନର ଅନନ୍ୟା ଦାସ ପ୍ରକାଶ କରିଛନ୍ତି।

- Advertisement -

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories