www.samajalive.in
Monday, December 15, 2025
15.1 C
Bhubaneswar

୩୦ ରାତିରୁ କର୍ଫ୍ୟୁ, ଘରେ ରହି ପ୍ରଭୁଙ୍କ ଦର୍ଶନ ପାଇଁ ଜିଲ୍ଲାପାଳଙ୍କ ନିବେଦନ

ଶ୍ରୀକ୍ଷେତ୍ର ପୁରୀରେ ଘୋଷ ଯାତ୍ରା ଭଳି ବାହୁଡା ଯାତ୍ରା ମଧ୍ୟ ବିନା ଭକ୍ତରେ ହେବ। ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ବାହୁଡା ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଅପାତତଃ ଶେଷ ହୋଇଥିବା ବେଳେ ଶନିବାର ସନ୍ଧ୍ୟାରେ ଜିଲ୍ଲାପାଳ ବଲୱନ୍ତ ସିଂ ଏ ନେଇ ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି। ଜୁନ ୩୦ ତାରିଖ ରାତିରୁ ଜୁଲାଇ ୨ ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ଲାଗୁ ହେବ ବୋଲି ସେ ସୂଚନା ଦେଇଛନ୍ତି।

- Advertisement -

ଚଳିତ ବର୍ଷର ରଥଯାତ୍ରାକୁ ଅବିଶ୍ୱସନୀୟ ଏବଂ ଅଦ୍ଭୁତ ବୋଲି କହିବା ସହ ଜିଲ୍ଲାପାଳ ପୁରୀବାସୀଙ୍କୁ ସେମାନଙ୍କ ସହଯୋଗ ଓ ଅନୁଶାସନ ପାଇଁ ଧନ୍ୟବାଦ ଦେଇଛନ୍ତି। ଜୁଲାଇ ୧ରେ ବାହୁଡା ଯାତ୍ରା, ୨ରେ ସୁନାବେଶ, ୩ରେ ଅଧରପଣା ଓ ୪ରେ ନୀଳାଦ୍ରିବିଜେ ଅନୁଷ୍ଠିତ ହେବାକୁ ଥିବାରୁ ଏହି ୪ ଦିନ ପାଇଁ ଭକ୍ତମାନଙ୍କ ଲାଗି କଟକଣା ରହିବ। ତେଣୁ ଜୁନ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ ଯାଏଁ ସମ୍ପୂର୍ଣ୍ଣ ଜିଲ୍ଲାରେ କର୍ଫ୍ୟୁ ଏବଂ ସଟ ଡାଉନ ଲାଗୁ ହେବ।

ସେହି ସମୟ ମଧ୍ୟରେ କୌଣସି ଯାନବାହାନ ଚଳାଚଳ କରିବ ନାହିଁ, କେବଳ ସ୍ୱାସ୍ଥ୍ୟ ସେବା ଓ ମେଡିକାଲ ଯିବା ଆସିବା ଭଳି ଜରୁରୀକାଳୀନ ସେବା ଜାରି ରହିବ ବୋଲି ଜିଲ୍ଲାପାଳ କହିଛନ୍ତି। ସେ କହିଛନ୍ତି ଯେ ସେହି ସମୟରେ ସମସ୍ତ ଜିଲ୍ଲାରୁ ପୁରୀ ଜିଲ୍ଲାକୁ ଆସୁଥିବା ସମସ୍ତ ରାସ୍ତା ସିଲ କରାଯିବ। ଅନ୍ୟ ପକ୍ଷରେ ଜିଲ୍ଲାର ସମସ୍ତ ହୋଟେଲ, ଲଜ, ଧର୍ମଶାଳା ଓ ଅନ୍ୟାନ୍ୟ ଅନୁଷ୍ଠାନଗୁଡିକୁ ସେହି ୪ ଦିନ ପାଇଁ କୌଣସି ଲୋକଙ୍କୁ ନ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବଡ ଦାଣ୍ଡରେ ଥିବା ସମସ୍ତ ଦୋକାନ ବନ୍ଦ ରହିବ। ତେବେ ଆସନ୍ତା କଲି ଅର୍ଥାତ ରବିବାର ଦିନ ବଡଦାଣ୍ଡ ନିକଟବର୍ତ୍ତୀ ଅଂଚଳରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ, ମଠ ଓ ରହଣି ସ୍ଥଳ ଯାଞ୍ଚ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ଏବଂ ସେହିସବୁ ସ୍ଥାନମାନଙ୍କରେ କେବଳ ଅଧିକୃତ ଅଧିବାସୀଙ୍କ ବ୍ୟତୀତ ଆଉ କାହାକୁ ରହିବ ପାଇଁ ଅନୁମତି ଦିଆଯିବ ନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories