www.samajalive.in
Sunday, December 14, 2025
23.1 C
Bhubaneswar

କନ୍ଧମାଳ ସାଇବର୍‍ ପୁଲିସ ହାତରେ ଧରାପଡ଼ିଲା ଏଟିଏମ୍‍ ଲୁଟେରା; ୧୬ ହଜାର ଟଙ୍କା ଜବତ

ଫୁଲବାଣୀ: କନ୍ଧମାଳ ପୁଲିସର ସାଇବର୍‍ ଟିମ୍‍ ହାତରେ ଶନିବାର ଜଣେ ଏଟିଏମ୍‍ ଲୁଟେରା ଧରାପଡ଼ିଛି। ପୁଲିସ ଲୁଟେରାକୁ ଗିରଫ କରିବା ସହିତ ୧୬ ହଜାର ଟଙ୍କା ଜବତ କରିଛି। କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଗିରଫ ଯୁବକ ଜଣକ ଖଜୁରିପଡ଼ା ଥାନା ଅନ୍ତର୍ଗତ ଝାଗଡ଼ପଟା ଗ୍ରାମର ରଂଜନ କୁମାର ବେହେରା ବୋଲି ସାଇବର ଇନ୍ସପେକ୍ଟର ସୌମ୍ୟ ପଣ୍ଡା ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଗତ ୨୩ ତାରିଖ ଦିନ ଖଜୁରିପଡ଼ା ଥାନା ଅନ୍ତର୍ଗତ ନାଗଲେଜୁ ଗ୍ରାମର ରୁପବଦୀ ବେହେରା ନାମକ ଜଣେ ମହିଳା ଖଜୁରିପଡ଼ା ସ୍ଥିତ ଷ୍ଟେଟ୍‍ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ଏଟିଏମକୁ ଯାଇ ଟଙ୍କା ଉଠାଣ ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସେ ନୂତନ ଭାବେ ଏଟିଏମ୍‍ ବ୍ୟବହାର କରୁଥିବା ଯୋଗୁଁ ଟଙ୍କା ଉଠାଇ ପାରିନଥିବା ବେଳେ କେବଳ ସେ ତାଙ୍କର ବ୍ୟାଙ୍କ୍‍ ଖାତା ବ୍ୟାଙ୍କରେ ଅପଡ଼େଟ୍‍ କରି ଫେରିଥିଲେ। ତେବେ ଏହି ସମୟ ମଧ୍ୟରେ ମହିଳା ଜଣକ ଅଜାଣତରେ ତାଙ୍କର ଏଟିଏମ୍‍ କାର୍ଡ଼ ସେଠାରେ ପକାଇ ଦେଇଥିବା ବେଳେ ସେହି ନିକଟରେ ଥିବା ରଂଜନ ବେହେରା ଉକ୍ତ ଏଟିଏମକୁ ଗୋଟାଇଥିଲା। ଚତୁରତାର ସହିତ ସେ ଉକ୍ତ ଏଟିଏମ୍‍ ସହିତ ଭିତରେ ଥିବା ସମସ୍ତ ପିନ୍‍ ଧରି ଚକାପାଦ ବ୍ଳକ ଅନ୍ତର୍ଗତ ଲାଇନପଡ଼ା ସ୍ଥିତ ଏକ ଏଟିଏମ୍‍ ପାଖରେ ପହଞ୍ଚି ସେଠାରୁ ୨୦ ହଜାର ଟଙ୍କା ଉଠାଣ କରିଥିଲା। ତେବେ ଚତୁରତାର ସହିତ ନିଜେ ଟଙ୍କା ଉଠାଇଲେ ଏଟିଏମ୍‍ ମଧ୍ୟରେ ଥିବା ସିସିଟିଭି କ୍ୟାମେରାରେ ତା’ର ମୁହଁ ଆସିଯିବା ଭୟରେ ଉକ୍ତ ଗ୍ରାମର ଜଣେ ନାବାଳକକୁ କିଛି ମିଛକଥା କହି ତାହା ଦ୍ୱାରା ଟଙ୍କା ଉଠାଇଥିବାର ପୁଲିସ୍‍ ତଦନ୍ତ ବେଳେ ଜାଣିପାରିଛି ଓ ସିସିଟିଭି ଫୁଟେଜରୁ ମଧ୍ୟ ଜଣାପଡ଼ିଛି। ନାବାଳକ ଜଣକ ଏଥିରେ ଟଙ୍କା କାଢିବା ପାଇଁ ରାଜି ହୋଇ ନ ଥିଲେ ମଧ୍ୟ ସେ କିଛି ମିଛ କହି ତା’ ଦ୍ୱାରା କାଢିଥିବା ପୁଲିସ୍‍ ତଦନ୍ତ ବେଳେ ଜାଣିପାରିଛି। ତେବେ ଟଙ୍କା ଉଠାଣ ପରେ ମହିଳା ଜଣକ ଜାଣିବା ପରେ ଏନେଇ ସେ ଖଜୁରିପଡ଼ା ଥାନାରେ ଗତ ୨୪ ତାରିଖ ଦିନ ଏକ ଏତଲା ଦେଇଥିଲେ। ଏତଲା ପ୍ରକାରେ ପୁଲିସ୍‍ କେସ ନଂ ୫୮ା୨୦ରେ ଏକ ମାମଲା ରୁଜୁକରି ଏହାର ତଦନ୍ତ ଭାର ପୁଲିସ୍‍ ବିଭାଗର ସାଇବର୍‍ ଟିମ୍‍କୁ ଦିଆଯାଇଥିଲା। ତଦନ୍ତ ବେଳେ ଉକ୍ତ ଟଙ୍କା ଲାଇନପଡ଼ା ଏଟିଏମ୍‍ ରୁ ଉଠାଯାଇଥିବା ଜାଣିବା ପରେ ସିସିଟିଭି ଫୁଟେଜ୍‍ ଦେଖିବା ପରେ ସେହି ନାବାଳକ ପାଖରେ ପହଞ୍ଚିଥିଲ।। ନାବାଳକ ସମସ୍ତ ତଥ୍ୟ ପୁଲିସକୁ ଦେଇଥିବା ବେଳେ ଆଜି ପୁଲିସ୍‍ ଏହି ଘଟଣାରେ ସଂପୃକ୍ତ ଯୁବକ ପାଖରେ ପହଞ୍ଚି ତାକୁ ତା’ ଘରୁ ଗିରଫ କରିବା ସହିତ ୧୬ ହଜାର ଟଙ୍କା ଜବତ କରିଥିବା ତଦନ୍ତ ଅଧିକାରୀ ସମୀର କୁମାର ରାଉତ ସୂଚନା ଦେଇଛନ୍ତି। ବଳକା ୪ ହଜାର ଟଙ୍କା ସେ ଖର୍ଚ୍ଚ କରିଦେଇଥିବା ପୁଲିସ୍‍ ପ୍ରକାଶ କରିଛି। ଏହି ଘଟଣା ପରେ ସମଗ୍ର ଜିଲାରେ ଏହାକୁ ନେଇ ଆଲୋଚନା ଜୋର ଧରିଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories