କାଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ ପ୍ରସଙ୍ଗ : ଜାତିସଂଘ ରିପୋର୍ଟକୁ ସେନାମୁଖ୍ୟଙ୍କ ଖଣ୍ଡନ
ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ମୁତୟନ ସୁରକ୍ଷାକର୍ମୀଙ୍କ ଦ୍ୱାରା ମାନବାଧିକାର ଉଲ୍ଲଙ୍ଘନ ହେଉଥିବା ନେଇ ଜାତିସଂଘ ମାନବାଧିକାର ଆୟୋଗ ଦେଇଥିବା ରିପୋର୍ଟକୁ ସେନାମୁଖ୍ୟ ଜେନେରାଲ ବିପିନ ରାୱତ ଖଣ୍ଡନ କରିଛନ୍ତି। ଜେନେରାଲ ରାୱତ କହିଛନ୍ତି ଯେ ଜାତିସଂଘର ରିପୋର୍ଟ ସମ୍ପୂର୍ଣ୍ଣ ରୂପେ ମିଥ୍ୟା ଓ ଭିତ୍ତିହୀନ। ଅନ୍ୟର ପ୍ରଭାବରେ ପ୍ରଭାବିତ ହୋଇ ଆୟୋଗ ଏପରି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହା ପୂର୍ବରୁ ଭାରତ ସରକାର ମଧ୍ୟ ଜାତିସଂଘର ଏହି ରିପୋର୍ଟକୁ ଖଣ୍ଡନ କରିଥିଲେ।