ପାକ୍ ଏନ୍ଏସ୍ଏଙ୍କ ଇସ୍ତଫା
ଇସ୍ଲାମାବାଦ : ପାକିସ୍ତାନ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଲ୍ୟୁଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ନାସିର ଜାଞ୍ଜୁଆ ବୁଧବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାର ବାସ୍ତବ କାରଣ ଜଣାପଡି ନ ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିବା ନସିରୁଲ ମୁଲ୍କଙ୍କ ସହିତ ମତାନ୍ତର କାରଣରୁ ସେ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। ମୁଲ୍କ ଇତିମଧ୍ୟରେ ତାଙ୍କ ଇସ୍ତଫା ଗ୍ରହଣ କରିଥିବା କ୍ୟାବିନେଟ୍ ଡିଭିଜନ୍ ପକ୍ଷରୁ ସୂଚନା ଦିଆଯାଇଛି। ଦେଶର ଦାକ୍ଷିଣାତ୍ୟ କମାଣ୍ଡର ମୁଖ୍ୟ ଭାବେ ପୂର୍ବରୁ କାର୍ଯ୍ୟ କରିଥିବା ଜାଞ୍ଜୁଆଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବିତାଡିତ ନୱାଜ ଶରିଫ୍ ୨୦୧୫ ଅକ୍ଟୋବରରେ ଏନ୍ଏସ୍ଏ ଭାବେ ନିଯୁକ୍ତି ଦେଇଥିଲେ।