ଭାରତ ଗସ୍ତରେ ନିକ୍କି ହାଲେ
ନୂଆଦିଲ୍ଲୀ : ଜାତିସଂଘରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ନିକ୍କି ହାଲେ ମଙ୍ଗଳବାର ଠାରୁ ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଜାତିସଂଘସ୍ଥିତ ଆମେରିକା ଦୂତାବାସର ସୂଚନା ଅନୁଯାୟୀ ଜୁନ ୨୬ରୁ ୨୮ ପର୍ଯ୍ୟନ୍ତ ହାଲେ ନୂଆଦିଲ୍ଲୀ ଗସ୍ତ କରିବେ। ଏଠାରେ ସେ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ବିଶେଷ କରି ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ, ଏନଜିଓ ନେତା ଓ ବିଭିନ୍ନ ସମ୍ପ୍ରଦାୟର ନେତାଙ୍କୁ ଭେଟିବେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ହାଲେ ବିଶ୍ୱ ସମସ୍ୟା ବାବଦରେ ଆଲୋଚନା କରିବେ। ଏହା ସହିତ ଜେସିପିଓଏରୁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଓହରିଯିବା ଉପରେ ମଧ୍ୟ ସେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।