ଗାର୍ଡ ଅଫ୍ ଅନର ବେଳେ ଚେତା ହରାଇଲେ ଅଧିକାରୀ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ସେଚେଲ୍ସ ରାଷ୍ଟ୍ରପତି ଡାନି ଫେୟୁରଙ୍କ ଗାର୍ଡ ଅଫ୍ ଅନର କାର୍ଯ୍ୟକ୍ରମରେ ଭାରତୀୟ ବାୟୁସେନାର ଜଣେ ଅଧିକାରୀ ବେହୋସ୍ ହୋଇପଡ଼ିଛନ୍ତି। ଅତ୍ୟଧିକ ରୌଦ୍ରତାପ ସହି ନ ପାରି ସେ ତଳେ ପଡ଼ିଯାଇଥିବା ଜଣାପଡ଼ିଛି। ଏହାପରେ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ରାଷ୍ଟ୍ରପତି ଭବନରେ ସାକ୍ଷାତ ଆଲୋଚନା ଓ ସମ୍ବର୍ଦ୍ଧନା ପର୍ବ ସମାପ୍ତ ହେବା ଏବଂ ସମସ୍ତେ ଚାଲଯିବା ପରେ ପ୍ରଧାନମନ୍ତ୍ରୀ ମୋଦି ଉକ୍ତ ଅଧିକାରୀଙ୍କ ନିକଟକୁ ଯାଇ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। କିଛି ସମୟ କଥାବାର୍ତ୍ତା ହେବା ପରେ ମୋଦି ଚାଲି ଯାଇଥିଲେ।