www.samajalive.in
Sunday, December 7, 2025
23.1 C
Bhubaneswar

ଘର ଅଗଣାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସମ୍ବଲପୁର : ସମ୍ବଲପୁର ଜିଲାର ସଦର ଥାନା ଅନ୍ତର୍ଗତ କୁଲତା-ନୂଆଁପାଲି ଗାଁରେ ନିଜ ଘର ଅଗଣାରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଠାଵ ହୋଇଛି । ସହରର ଉପକଣ୍ଠସ୍ଥ କୁଲତା-ନୂଆଁପାଲି ଗାଁରେ ମଙ୍ଗଳବାର ଜଣେ ମହିଳାଙ୍କ ମୃତ ଦେହକୁ ଦେଖି ତାଙ୍କର ଭାଇ ତଥା ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ମୃତ ମହିଳା ଜଣକ ଜ୍ୟୋଷ୍ଣା ପ୍ରଧାନ ବୋଲି ପ୍ରାଥିମିକ ତଦନ୍ତରୁ ଜଣାପଡିଛି । ତାଙ୍କର ବୟସ ପ୍ରାୟ ୪୦ ହେବ। ଘଟଣା ସ୍ଥଳରେ ସଦର ଥାନା ଅଧିକାରୀ ଚିନ୍ତାମଣି ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତରେ ସହାୟତା ପାଇଁ ସଇଣ୍ଟଟିଫିକ ଦଳକୁ ମଧ୍ୟ ଡକା ଯାଇଛି। ଉଭୟ ପୁଲିସ ଓ ସାଇଣ୍ଟିଫିକ ଟିମ ବର୍ତ୍ତମାନ ତଦନ୍ତ ଜାରି ରଖିଛି। ତେବେ ସ୍ଥାନୀୟ ଲୋକଙ୍କ ଅନୁସାରେ ଜ୍ୟୋଷ୍ଣାଙ୍କ ଭାଇ ସନାତନ ପ୍ରଧାନଙ୍କ ସହ ତାଙ୍କର ସବୁବେଳେ ଝଗଡା ଲାଗି ରହୁଥିଲା । ତେଣୁ ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ପରିବାରିକ କଳହ ଜନିତ ଏକ ହତ୍ୟାକାଣ୍ଡ ବୋଲି ଆଶଙ୍କା କରାଯାଉଛି । ଅନ୍ୟ ପଟେ ମୃତ ଜ୍ୟୋଷ୍ଣାଙ୍କ ବଡ଼ ଭାଇ ସନାତନଙ୍କ ପରିବାର ଲୋକେ ବର୍ତ୍ତମାନ କେହି ନ ଥିବାରୁ ଏହା ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ ଦୃଢ଼ୀଭୂତ ହେଉଛି । ତେବେ ଜ୍ୟୋଷ୍ଣାଙ୍କ ଭାଇ ଏ ନେଇ ସେ କିଛି ଜାଣିନଥିବା କହିଛନ୍ତି। ତେବେ ଏହା ଏକ ଆତ୍ମହତ୍ୟା ନା ହତ୍ୟାକାଣ୍ଡ ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ସ୍ପଷ୍ଟ ହେବ । ଏହି ଘଟଣା କୁ ନେଇ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories