www.samajalive.in
Wednesday, December 10, 2025
16.1 C
Bhubaneswar

ମା’ଙ୍କ ପାଇଁ ଶେଷ ପୋଷ୍ଟ କରିଥିଲେ ସୁଶାନ୍ତ : ଲେଖିଥିଲେ…….

ମୁମ୍ବଇ : ବଲିଉଡର ଜଣାଶୁଣା ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଜି ଆତ୍ମହତ୍ୟା କରିଛନ୍ତି। ବିସାଦଗ୍ରସ୍ତ ତାଙ୍କ ଆତ୍ମହତ୍ୟାର ମୁଖ୍ୟ କାରଣ ବୋଲି ବିଶ୍ୱାସ କରାଯାଉଛି। ମୁମ୍ବଇ ସ୍ଥିତ ଫ୍ଲାଟରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ଦେଖିବା ପରେ ଗୃହରକ୍ଷୀ ଫୋନ କରି ପୁଲିସକୁ ସୂଚନା ଦେଇଥିଲେ। ପୋଷ୍ଟମର୍ଟମ ପାଇଁ ଅଭିନେତାଙ୍କ ଶରୀରକୁ ପଠାଯାଇଛି।
ସୁଶାନ୍ତ ଏତେ ବଡ ପଦକ୍ଷେପ ନେଇଛନ୍ତି ବୋଲି କେହି ବିଶ୍ୱାସ କରିପାରୁ ନାହାନ୍ତି । ସୋସିଆଲ ମିଡିଆରେ ସୁଶାନ୍ତ ବହୁତ ସକ୍ରିୟ ଥିଲେ। ସେ ତାଙ୍କ ମାଆଙ୍କ ପାଇଁ ଇନଷ୍ଟାଗ୍ରାମରେ ଶେଷ ପୋଷ୍ଟ କରିଥିଲେ। ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୁଶାନ୍ତଙ୍କ ମା’ ୨୦୦୨ରେ ଦେହ ତ୍ୟାଗ କରିଥିଲେ। ସୁଶାନ୍ତଙ୍କୁ ୧୬ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ମାଙ୍କର ଦେହାନ୍ତ ହୋଇଥିଲା। ସେ ତାଙ୍କ ମାଙ୍କର ଅତି ନିକଟତର ଥିଲେ। ସେ ସୋସିଆଲ ମିଡିଆରେ ନିଜ ମା’ଙ୍କ ପ୍ରତି ଅନେକ ଥର ପ୍ରେମ ବ୍ୟକ୍ତ କରିଥିଲେ। ମାଆଙ୍କ ମୃତ୍ୟୁ ପରେ ସେ ତାଙ୍କ ଭଉଣୀ ଏବଂ ପିତାଙ୍କ ଦ୍ୱାରା ଲାଳିତ ପାଳିତ ହୋଇଥିଲେ।
ସୁଶାନ୍ତ ସିଂ ରାଜପୁତ ତାଙ୍କ ଇନଷ୍ଟାଗ୍ରାମରେ ୧୦ ଦିନ ପୂର୍ବରୁ ଜୁନ୍ ୩ରେ ଶେଷ ଥର ପାଇଁ ତାଙ୍କ ମା’ଙ୍କ ପାଇଁ କିଛି ଶବ୍ଦ ଲେଖିଥିଲେ। ସୁଶାନ୍ତ ଲେଖିଥିଲେ ଯେ,

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories