www.samajalive.in
Wednesday, December 10, 2025
16.1 C
Bhubaneswar

ଦେଶର ମଧ୍ୟବିତ୍ତଙ୍କୁ ଗରିବ କରିଛି କରୋନା, ଆର୍ଥିକ ଦୃଷ୍ଟିରୁ ଏହି ବର୍ଗ ସବୁଠୁ କ୍ଷତିଗ୍ରସ୍ତ: ରାହୁଳ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଦେଶର ଆର୍ଥିକସ୍ଥିତି ଭୂଷୁଡ଼ି ପଡ଼ିଛି। ଦେଶର ଆର୍ଥିକସ୍ଥିତି ସୁଧାରିବା ପାଇଁ ସରକାର ବିଭନ୍ନ ପଦକ୍ଷେପ ନେଉଛନ୍ତି। କରୋନା ପ୍ରଭାବରେ ସବୁ ବର୍ଗର ଲୋକଙ୍କ ଆର୍ଥିକ କ୍ଷତି ହେଉଛି। ସେଥିମଧ୍ୟରୁ ମଧ୍ୟବିତ୍ତ ଶ୍ରେଣୀ ଲୋକ ସର୍ବାଧିକ ଆର୍ଥିକ କ୍ଷତି ସହୁଛନ୍ତି। ଆଗାମି ଦିନରେ ମଧ୍ୟବିତ୍ତ ଶ୍ରେଣୀ ଲୋକ ଦେଶର ନୂଆ ଗରିବ ତାଲିକାରେ ଯୋଡ଼ି ହୋଇଯିବେ ବୋଲି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧି ଚେତାବନୀ ଦେଇଛନ୍ତି। ତେଣୁ ସମସ୍ତଙ୍କୁ ମାସିକ ଆର୍ଥିକ ସହାୟତା ଦେବା ଉପରେ ରାହୁଳ ଗୁରୁତ୍ବ ଦେଇଛନ୍ତି ।


ରାହୁଲ ଗାନ୍ଧି କହିଛନ୍ତି ଯେ କରୋନା ମହାମାରୀ ଦେଶର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଛି। ଭାରତର ଆର୍ଥନୀତିରେ ସୁଧାର ଆଣିବା ପାଇଁ ସରକାର ଅଧିକ ପୁଞ୍ଜିନିବେଶ କରିବା ଜରୁରୀ। ଅନ୍ୟଥା ଦେଶରୁ ପ୍ରକୃତ ଗରିବଲୋକ ଧ୍ବଂଶ ପାଇଯିବେ ଏବଂ ନୂଆ ଗରିବ ଭାବେ ମଧ୍ୟବିତ୍ତ ଶ୍ରେଣୀର ଲୋକ ମୁଣ୍ଡ ଟେକିବେ। ଦେଶର ଘରୋଇ କମ୍ପାନୀଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କ ଦରମା କମାଇ ଦେଇଛନ୍ତି। ଅନେକ ଘରୋଇ କମ୍ପାନୀ ବହୁ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛନ୍ତି। ଏଭଳି କର୍ମଚାରୀ ବହୁ ଦୁଃଖକଷ୍ଟରେ ଜୀବନ କାଳାତିପାତ କରୁଛନ୍ତି। ଜୀବନ ଯୁଦ୍ଧରେ କେବେ ସେମାନଙ୍କୁ ସଫଳତା ମିଳିପାରିବ ତାହା କାହାକୁ ମଧ୍ୟ ଜଣାନାହିଁ। ତେଣୁ ପ୍ରତ୍ୟେକ ଗରିବ ପରିବାରକୁ ସରକାରଙ୍କ ପକ୍ଷରୁ ନଗଦ ୧୦,୦୦୦ଟଙ୍କା ପ୍ରଦାନ କରାଯିବା ଆବଶ୍ୟକ ଏବଂ ଆସନ୍ତା ୬ମାସ ପର୍ଯ୍ୟନ୍ତ ପ୍ରତି ମାସରେ ୭,୫୦୦ଟଙ୍କା ଲେଖାଏଁ ଆର୍ଥିକ ରାଶି ଯୋଗାଇ ଦେବା ଉଚିତ। ଏହାଦ୍ବାରା ଲକ୍‌ଡାଉନ୍‌ ସମୟରେ ସେମାନେ ବଞ୍ଚିପାରିବେ। ଏହାସହିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଦ୍ୟୋଗଗୁଡ଼ିକ ପାଇଁ ସ୍ବତନ୍ତ୍ର ଆର୍ଥିକ ସହାୟତା ପ୍ୟାକେଜ୍‌ ଘୋଷଣା କରିବା ଉପରେ ରାହୁଲ୍‌ ଗାନ୍ଧି ଗୁରୁତ୍ବ ଦେଇଛନ୍ତି।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories