www.samajalive.in
Sunday, December 7, 2025
14.1 C
Bhubaneswar

ଜାଣନ୍ତୁ : ନିଜ ଜୀବନସାଥୀଙ୍କ ବିଷୟରେ କିଛି ଜଣା ଅଜଣା କଥା

ପ୍ରତ୍ୟେକ କୁଆଁରୀ କନ୍ୟାର ସ୍ୱପ୍ନ ଥାଏ ଯେ ତାକୁ ଉତ୍ତମ ଜୀବନସାଥୀ ମିଳୁ। ଯେ କି ତାକୁ ସମ୍ମାନ ସୁଖ ଓ ଭଲ ପାଇବା ମଧ୍ୟ ଦେଉଥିବ। ସୁଖ ହେଉ ଅଥବା ଦୁଃଖ ସବୁ ସମୟରେ ସେ ତାକୁ ସହଯୋଗ କରୁଥିବ। ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ବରକନ୍ୟାଙ୍କ ପାଇଁ ବହୁ ତଥ୍ୟ ଉଲ୍ଲେଖ ରହିଛି। ରାଶି ଅନୁଯାୟୀ ଅବିବାହିତା କନ୍ୟାକୁ କେଉଁ ସ୍ୱଭାବର ଜୀବନ ସାଥୀ ମିଳିବ, ତାହା ମଧ୍ୟ ଉଲ୍ଲେଖ ରହିଛି। ଜାଣନ୍ତୁ ……..
ମେଷ – ଏହି ରାଶିର କନ୍ୟାକୁ ସୁନ୍ଦର ଓ ଅଧିକ ପାଠୁଆ ଜୀବନସାଥି ମିଳିବା କଥା ଉଲ୍ଲେଖ ରହିଛି। ସେ ଧାର୍ମିକ ସ୍ୱଭାବର ମଧ୍ୟ ହୋଇଥିବେ।
ବୃଷ – ଏହି ରାଶିର କନ୍ୟାଙ୍କୁ ସାଧାରଣ ପାଠ ପଢିଥିବା ଜୀବନସାଥି ମିଳିଥାଏ। ଜୀବନରେ ବହୁ କଷ୍ଟ କରି ସେ ସଫଳତା ପାଇଥାଆନ୍ତି।
ମିଥୁନ – ଏହି ରାଶିର କନ୍ୟାଙ୍କୁ ଅଧିକ ଗର୍ବ କରୁଥିବା ଜୀବନସାଥି ମିଳିଥାଏ। କଥା କଥାରେ ଏମାନେ କ୍ରୋଧ ମଧ୍ୟ କରିଥାଆନ୍ତି।
କର୍କଟ – ଏହି ରାଶିର କନ୍ୟାଙ୍କୁ ତାଙ୍କ ଜୀବନସାଥିମାନେ ଖୁବ ସମ୍ମାନ କରିଥାଆନ୍ତି। ତାଙ୍କ ଅନୁଯାୟୀ, କାର୍ୟ୍ୟ ନହେଲେ ସେମାନେ କ୍ରୋଧ କରିଥାଆନ୍ତି।
ସିଂହ – ଏହି ରାଶିର କନ୍ୟାଙ୍କୁ ତାଙ୍କ ଜୀବନସାଥିମାନେ ଖୁବ ସମ୍ମାନ କରିଥାଆନ୍ତି। ତାଙ୍କ ଜୀବନରେ ହସଖୁସି ସର୍ବଦା ରହିଥାଏ।
କନ୍ୟା – ଏହି ରାଶିର କନ୍ୟାଙ୍କୁ ଅଧିକ ଚଞ୍ଚଳ ସ୍ୱଭାବର ଜୀବନସାଥି ମିଳିଥାଆନ୍ତି। ଦେଖିବାକୁ ମଧ୍ୟ ସୁନ୍ଦର ହୋଇଥାଆନ୍ତି।
ତୁଳା – କୁହାଯାଇଥାଏ ଏହି ରାଶିର କନ୍ୟାଙ୍କୁ ଛୋଟ ଛୋଟ କଥାରେ କ୍ରୋଧ କରୁଥିବା ଜୀବନସାଥି ମିଳିଥାଆନ୍ତି। ମାତ୍ର ଏମାନେ ନିଜ ଦାମ୍ପତ୍ୟ ଜୀବନକୁ ଅଧିକ ଗୁରୁତ୍ୱ ମଧ୍ୟ ଦେଇଥାଆନ୍ତି।
ବିଛା – ଏହି ରାଶିର କନ୍ୟାଙ୍କ ଜୀବନସାଥି ମିଷ୍ଟଭାଷୀ ହେବା ସହ ଉତ୍ତମ ସ୍ୱଭାବର ହୋଇଥାଆନ୍ତି।
ଧନୁ – ଏହି ରାଶିର କନ୍ୟାଙ୍କୁ ଭାଗ୍ୟବାନ ଜୀବନସାଥି ମିଳିଥାଆନ୍ତି । ନିଜ ପତ୍ନୀ କଥା ସର୍ବଦା ରଖିଥାଆନ୍ତି।
ମକର – ଏହି ରାଶିର କନ୍ୟାଙ୍କୁ ମଧୁର ସ୍ୱଭାବର ଜୀବନସାଥି ମିଳିଥାଆନ୍ତି। ଜୀବନରେ ଆସୁଥିବା ସମସ୍ତ କଷ୍ଟକୁ ଏମାନେ ସାହସର ସହ ସାମ୍ନା କରିଥାଆନ୍ତି।
କୁମ୍ଭ – ଏହି ରାଶିର କନ୍ୟାଙ୍କୁ ସର୍ବଦା ହସଖୁସିରେ ରହୁଥିବା ଜୀବନସାଥି ମିଳିଥାଆନ୍ତି।
ମୀନ – ଏହି ରାଶିର କନ୍ୟାଙ୍କୁ ସୁନ୍ଦର ଓ ଆର୍ଥିକ କ୍ଷେତ୍ରରେ ସମ୍ପନ୍ନ ଥିବା ଜୀବନସାଥି ମିଳିଥାଆନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories