ଭାରତୀୟ ଦ୍ରୁତ ବୋଲିଂ ସବୁଠାରୁ ମଜବୁତ : ସଚିନ

0

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ଗସ୍ତରେ ଯାଇଛି। ତେବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କହିଛନ୍ତି ଯେ, ପ୍ରାୟ ବହୁବର୍ଷ ବ୍ୟବଧାନରେ ଭାରତୀୟ କ୍ରିିକେଟ ଦଳ ଏକ ଭଲ ଦ୍ରୁତ ବୋଲରଙ୍କ ସହ ପଡିଆକୁ ଓହ୍ଲାଇବ। ସଚିନ କହିଛନ୍ତି ଭାରତୀୟ ଦଳ ସହ ବର୍ତ୍ତମାନ ସବୁଠାରୁ ଭଲ ଦ୍ରୁତ ବୋଲର ଅଛନ୍ତି। ଏହି ଭଳି ବୋଲର ସେ ତାଙ୍କ ୨୪ବର୍ଷ ଅର୍ନ୍ତଜାତୀୟ କ୍ରିକେଟ କ୍ୟାରିୟରରେ ଦେଖିନାହାନ୍ତି। ତେନ୍ଦୁଲକର କହିଛନ୍ତି , ଏହା ଭାରତର ସବୁଠାରୁ ଶକ୍ତିଶାଳୀ ଦ୍ରୁତ ବୋଲର। ନିଜ କ୍ରିକେଟ କ୍ୟାରିୟରରେ ୨୦୦ରୁ ଅଧିକ ଟେଷ୍ଟ ମ୍ୟାଚ ଖେଳିଥିବା ସଚିନ ତେନ୍ଦୁଲକର କହିଛନ୍ତି ଏହା ପୂର୍ବରୁ ଭାରତ ପାଖରେ ଅନେକ ଭଲ ଦ୍ରୁତ ବୋଲର ଥିଲେ କିନ୍ତୁ ଏଭଳି ଆକ୍ରଣାତ୍ମକ ବୋଲର ନଥିଲେ। ସେ କହିଛନ୍ତି ଆମେ ଏବେ ଭଲ ସ୍ଥିତିରେ ଅଛୁ ଏବେ ଆମ ପାଖରେ ଗୋଟିଏ ସ୍ୱିଇଙ୍ଗ ବୋଲର ଭୁବନେଶ୍ୱର କୁମାର , ଇଶାନ୍ତ ଶର୍ମା , ଯଶପ୍ରିତ ବୁମରାହ, ଏବଂ ଉମେଶ ଯାଦବଙ୍କ ଭଳି ବୋଲର ଅଛନ୍ତି। ଭାରତ ନିଜର ୩ମାସର ବ୍ରିଟେନ ଗସ୍ତ କାଳରେ ପ୍ରଥମ ମ୍ୟାଚ ଆୟର୍ଲାଣ୍ଡ ସହ ବୁଧବାର ୨୭ତାରିଖରୁ ଖେଳିବ। ଭାରତ ପ୍ରଥମେ ଦୁଇଟି ଟି-୨୦ ଅର୍ନ୍ତଜାତୀୟ ମ୍ୟାଚ ଖେଳିବ।

kalyan agarbati
Leave A Reply