www.samajalive.in
Tuesday, December 9, 2025
23.1 C
Bhubaneswar

କରୋନା ଲକଡାଉନ ସମୟରେ ବଢିଛି ପଶୁ ଶିକାର

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମଣ ପ୍ରଭାବରେ ମଣିଷମାନେ ଆକ୍ରାନ୍ତ ହେଉଛନ୍ତି, ଅନେକ ଜୀବନ ଯାଉଛି ଓ ଏକ ପ୍ରକାର ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କେବଳ ଯେ ଅର୍ଥନୀତି ବାଧାପ୍ରାପ୍ତ ହେଉଛି କି ଲୋକମାନେ ଜୀବିକା ହରାଉଛନ୍ତି ତାହା ନୁହେଁ, କରୋନା ଲକ ଡାଉନ ସମୟରେ ପଶୁ ଶିକାର ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଇଛି। କରୋନା ସଂକ୍ରମଣ ଜନିତ ଲକଡାଉନର ସଫଳତା ନେଇ ଚିନ୍ତା କରୁଥିବା ଲୋକମାନେ ହୁଏତ ଏହା ପ୍ରତି ଧ୍ୟାନ ଦେଇ ନଥିବେ। ଏଭଳି ପରିସ୍ଥିତିର ସୁଯୋଗ ନେଇ ଚୋରା ଚାଲାଣକାରୀଙ୍କ ପାଇଁ କାମ କରୁଥିବା ଶିକାରୀମାନେ ଅନେକ ପଶୁ ଶିକାର କରିଛନ୍ତି। କେତେକ କ୍ଷେତ୍ରରେ ବିଭାଗୀୟ ନିଷ୍କ୍ରିୟତା ଏଥିପାଇଁ ଦାୟୀ ବୋଲି କୁହାଯାଇପାରେ। ଏହା ମଧ୍ୟ କୁହାଯାଏ ଯେ ଅଧିକାଂଶ ବିରଳ ପ୍ରାଣୀମାନଙ୍କ ଶିକାର କେବଳ ମାଂସ ପାଇଁ କରାଯାଇଛି। ୱାଇଲ୍ଡ ଲାଇଫ ବାଣିଜ୍ୟ ମନିଟରିଂ ନେଟୱାର୍କ ଟ୍ରାଫିକ ଅନୁଯାୟୀ ବିଶ୍ୱର ବିଭିନ୍ନ ଦେଶରେ ଲକଡାଉନ ବନ୍ୟଜନ୍ତୁ ସଂରକ୍ଷଣ ଉପରେ ନକାରାତ୍ମକ ପ୍ରଭାବ ପକାଇଛି।

ଜଙ୍ଗଲ ବିଭାଗର ନିଷ୍କ୍ରିୟତା ହେତୁ ଶିକାରୀମାନେ ସକ୍ରିୟ ହୋଇଥିବା ବେଳେ କାମଧନ୍ଦା ନ ପାଇଁ ବହୁ ସଂଖ୍ୟାରେ ଲୋକ ଫେରି ଆସିଥିବାରୁ ଜାଳେଣି ଏବଂ ଖାଦ୍ୟର ଆବଶ୍ୟକତା ହେତୁ ଜଙ୍ଗଲ ଉପରେ ଚାପ ସୃଷ୍ଟି ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ପ୍ରତିବନ୍ଧିତ ଜଙ୍ଗଲରେ ଏବେ ଶିକାରୀମାନେ ଅଧିକ ସଂଖ୍ୟାରେ ଚଳପ୍ରଚଳ କରୁଛନ୍ତି। ବିଶେଷ କରି ମାଂସ ଏବଂ ଚୋରା ଚାଲାଣ ପାଇଁ ବନ୍ୟଜନ୍ତୁମାନଙ୍କର ଶିକାର ବୃଦ୍ଧି ପାଇଛି।

- Advertisement -

ରିପୋର୍ଟ ଅନୁଯାୟୀ, ଲକଡାଉନ ଅବଧି ମଧ୍ୟରେ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ଅଧିକ ଶିକାର କରାଯାଇଛି। ଲକଡାଉନ୍ ପୂର୍ବରୁ ଏହି ସଂଖ୍ୟା ୨୨ ପ୍ରତିଶତ ଥିବାବେଳେ ଲକଡାଉନରେ ତାହା ୪୪ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ଜୀବମାନଙ୍କୁ ସାଧାରଣତ ମାଂସ ପାଇଁ ହତ୍ୟା କରାଯାଇଥାଏ। ଜଙ୍ଗଲୀ ବିଲେଇ, ପାଙ୍ଗୋଲିନ୍, ମାଙ୍କଡ଼ ପ୍ରଭୃତି ଶିକାର ମାମଲା ବୃଦ୍ଧି ପାଇଛି। ବିଦେଶରେ ଛୋଟ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ପାଇଁ ଏକ ବଜାର ଅଛି | ଲକଡାଉନ୍ ସମୟରେ ସେମାନଙ୍କର ମୃତ୍ୟୁ ହାର ୧୭ରୁ ୨୫ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ମାଂସ ଓ ଚୋରା ଚାଲାଣ ପାଇଁ ବଡ଼ ପକ୍ଷୀମାନଙ୍କୁ ଶିକାର କରାଯାଇଛି।

Hot this week

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

Related Articles

Popular Categories