ଶାହାରୁଖଙ୍କ ପ୍ରଥମ ପସନ୍ଦ ଭାରତୀୟ ଖାଦ୍ୟ
ମୁମ୍ବଇ : ବଲିଉଡ଼ର କିଙ୍ଗ୍ ଖାନ ଶାହାରୁଖ ଅନ୍ୟ ଖାଦ୍ୟ ତୁଳନାରେ ଭାରତୀୟ ଖାଦ୍ୟକୁ ଅଧିକ ପସନ୍ଦ କରନ୍ତି । ମା’ଙ୍କ ହାତତିଆରି ହାଇଦ୍ରାବାଦୀ ମଟନ ବିରିୟାନୀ ଓ ଖଟା ଡ଼ାଲି ତାଙ୍କର ବହୁତ ପସନ୍ଦ। ଅଧିକ ମସଲା ଯୁକ୍ତ ଖାଦ୍ୟ ଖାନ୍ ଙ୍କୁ ଭଲଲାଗେ। ଗଣମାଧ୍ୟମରୁ ମିଳିଥିବା ଖବର ଅନୁସାରେ ସେ ପିଲାଦିନୁ ମୁଗଲାଇ ଖାଦ୍ୟ ଖାଇ ହିଁ ବଡ଼ ହୋଇଛନ୍ତି। ଶାହାରୁଖ ତନ୍ଦୁରୀ ଚିକେନକୁ ଉପଯୁକ୍ତ ଖାଦ୍ୟ ବୋଲି ଭାବିଥା’ନ୍ତି ଯାହାକୁ ସେ ବର୍ଷସାରା ବଡ଼ ଆନନ୍ଦରେ ଖାଇ ପାରିବେ। ସକାଳ ଭୋଜନରେ ସେ ଅଣ୍ଡାର ଧଳା ଅଂଶ, କମଳାରସ, ଚିକେନ ସ୍ୟାଣ୍ଡୱିଚ ଓ ଗଜାମୁଗ ଖାଇଥା’ନ୍ତି। ସେ କ୍ଷୀର ଓ ପରିବାରସ ପିଇବାକୁ ଜମାବି ଭୁଲି ନ ଥାଆନ୍ତି। ତାଙ୍କ କହିବା ଅନୁସାରେ ଏହାଦ୍ବାରା ତ୍ବଚା ଓ ହାଡ଼ ମଜବୁତ ହେବା ସହ ସତେଜ ରହିଥାଏ। ଯଦିଓ ସେ ଫାଷ୍ଟଫୁଡ଼ ଓ ମିଠାରୁ ଦୂରେଇ ରୁହନ୍ତି ତଥାପି ବେଳେବେଳେ ଆଇସ୍କ୍ରିମ ବା ଚକୋଲେଟ୍ ଖାଇଦିଅନ୍ତି। ଏକ ସାକ୍ଷାତକାର ରେ ସେ କହିଥିଲେ ତାଙ୍କର ପତ୍ନୀ ଗୌରୀ ବିସ୍କୁଟରେ ବଢିଆ ଆଇସ୍କ୍ରିମ୍ ତିଆରି କରିଥାଆନ୍ତି , ଏହା ତାଙ୍କୁ ବହୁତ ଭଲ ଲାଗେ। କିଙ୍ଗ୍ ଖାନ୍ ରେଷେଇ ରେ ଏତେ ମନନିବେଶ କରି ନଥା’ନ୍ତି। କେବଳ ଅଣ୍ଡା ସିଝାଇବା ଓ ଚା’ ତିଆରି କରିବା ତାଙ୍କୁ ଭଲଭାବେ ଆସିଥାଏ। ଭଲ ରୁଟି ମଧ୍ୟ କରିପାରନ୍ତି। ଏହା ବ୍ୟତୀତ ଇଟାଲିଆନ ଖାଦ୍ୟ ମଧ୍ୟରେ ପାସ୍ତା ସେ ଭଲ କରିପାରନ୍ତି। ସୁଟିଂ ସମୟରେ ସେ ସେଠାରେ ତିଆରି ଖାଦ୍ୟ ନ ଖାଇ ଘରେ ପ୍ରସ୍ତୁତ ଖାଦ୍ୟ ସାଙ୍ଗରେ ନେଇ ଯାଇଥାଆନ୍ତି। ରାତ୍ରୀ ଭୋଜନ ରେ ତାଙ୍କର ତନ୍ଦୁରି ଚିକେନ, ତନ୍ଦୁରି ନାନ୍ କିମ୍ବା ମଟନର କୌଣସି ବ୍ୟଞ୍ଜନ ନିଶ୍ଚିତ ରହିଥାଏ। ମୃଦୁ ପାନୀୟ ଓ ଚିକେନ ଏହି ଦୁଇଟି ଜିନିଷ ସର୍ବଦା ତାଙ୍କ ଫ୍ରିଜ୍ ରେ ଗଚ୍ଛିତ ରହିଥାଏ।