www.samajalive.in
Sunday, December 7, 2025
23.1 C
Bhubaneswar

 ମହାମାରୀ ମହାଦୁର୍ନୀତି ; ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତକତା: କଂଗ୍ରେସ

ଭୁବନେଶ୍ୱର:ମାସ୍କ କିଣାରେ ବ୍ୟାପକ ଅନିୟମିତତା ଏବଂ ଦୁର୍ନୀତିର ପ୍ରମାଣ ଗୋଟିଏ ପରେ ଗୋଟିଏ ପଦାକୁ ଆସୁଛି। କଂଗ୍ରେସ ପାଖରେ ଖୋଦ୍ ପ୍ରମାଣ ସବୁ ହସ୍ତଗତ ହୋଇଛି। ୩ ପରସ୍ତ ମାସ୍କ ୧୬ ଟଙ୍କାରେ କିଣା ଯାଇଛି। ଏହି ସମାନ ଧରଣର ମାସ୍କ ଅନ୍ୟ ରାଜ୍ୟ  ଦିଲ୍ଲୀ ୮ଟଙ୍କା ୪୭ ପଇସା,  ପଣ୍ଡିଚେରୀ ୭ଟଙ୍କା ୮୮ ପଇସା, ଆଣ୍ଡାମାନ ନିକୋବର ୭ଟଙ୍କା ୫୦ ପଇସା, ଗୁଜୁରାଟ ୨ଟଙ୍କା ୪୦ ପଇସା ଓ ତେଲଙ୍ଗାନା ୧ଟଙ୍କା ୩୪ ପଇସାରେ କିଣିଛନ୍ତି । ମାତ୍ର ଆମ  ରାଜ୍ୟର ଔଷଧ ନିଗମ ୧୬ ଟଙ୍କାରେ ଏହି ପ୍ରକାର ମାସ୍କକୁ କିଣିଛି ବୋଲି ଅଭିଯୋଗ କରିଛି କଂଗ୍ରେସ ।

ମଙ୍ଗଳବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଯୁକ୍ତି ହେଉଛି କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍ ଅନୁସାରେ ମାସ୍କ କିଣାଯାଇଛି। କେନ୍ଦ୍ର ସରକାର ମାର୍ଚ୍ଚ ୨୧ ତାରିଖ ଏବଂ ମାର୍ଚ୍ଚ ୨୪ ତାରିଖରେ ଦୁଇଟି ନିର୍ଦେଶ ଜାରି କରିଥିଲେ। ସେଥିରେ ୧୦ ଟଙ୍କା ଏବଂ ୧୬ ଟଙ୍କା ମାସ୍କ  ଦର ଧାର୍ଯ୍ୟ କରିଥିଲେ। ମାତ୍ର ତାହା ଥିଲା ସର୍ବୋଚ୍ଚ ମୂଲ୍ୟ ଏବଂ ଖୁଚୁରା ବିକ୍ରୀ ପାଇଁ । କିନ୍ତୁ ଓଡିଶା ସରକାର ୩୦ ଲକ୍ଷ ମାସ୍କ ୧୬ ଟଙ୍କାରେ କିଣିଛନ୍ତି। ତେଲଙ୍ଗାନା ଟ.୧.୩୪ ପଇସାରେ ଏବଂ ଗୁଜୁରାଟ ଟ. ୨.୪୦ ପଇସାରେ କିଣୁଥିବା ବେଳେ ଆମ ରାଜ୍ୟ ୧୬ ଟଙ୍କାରେ କିଣିବା ପଛରେ କ’ଣ ରହସ୍ୟ ରହିଛି ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି।

- Advertisement -

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମାର୍ଚ୍ଚ ୩ ତାରିଖରେ ୩୦ ଲକ୍ଷ ମାସ୍କ କିଣିବା ପାଇଁ ଟେଣ୍ଡର କରି ମାର୍ଚ୍ଚ ୧୮ ରେ କାହିଁକି ସେଥିରୁ ଓହରି ଗଲେ ତାହା ଏଯାଏ ରହସ୍ୟ ହୋଇ ରହିଛି ।   ସମାନ ପ୍ରକାରର ଟେଷ୍ଟିଙ୍ଗ କିଟ୍‌କୁ ୩ ପ୍ରକାରର ଦରରେ କିଣାଯାଇଛି। ଗୋଟିଏ କମ୍ପାନୀ ପାଖରୁ ଟ. ୧୩୨୧ ରେ କିଣାଯାଇଥିବା ବେଳେ ଅନ୍ୟ ଏକ କମ୍ପାନୀ ପାଖରୁ ରେ ୧୧୨୫ ଟଙ୍କାରେ ଏବଂ ଆଉ ଏକ କମ୍ପାନୀ ପାଖରୁ ୯୮୦ ଟଙ୍କାରେ ଏହି ଟେଷ୍ଟିଙ୍ଗ୍ କିଟ୍ କିଣା ହୋଇଛି। ସମାନ ଟେଷ୍ଟିଙ୍ଗ କିଟ୍ ବିିଭିନ୍ନ କମ୍ପାନୀ ପାଖରୁ ଭିନ୍ନ ଭିନ୍ନ ଦରରେ କାହିଁକି କିଣା ହେଲା? ଟେଷ୍ଟିଙ୍ଗ କିଟ୍ କିଣିବା କ୍ଷେତ୍ରରେ ମଧ୍ୟରେ ଅନେକ ଅନିୟମିତତା ଦେଖିବାକୁ ମିଳେ। ଏହି ଟେଷ୍ଟିଙ୍ଗ କିଟ୍‌କୁ ବିଭିନ୍ନ କମ୍ପାନୀ ଠାରୁ ବିଭିନ୍ନ ସମୟରେ କିଣାଯାଇଛି।
ସରକାର ବିଭିନ୍ନ କମ୍ପାନୀ ପାଖରୁ ପିପିଇ କିଣିଛନ୍ତି ତାହା ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫମାନେ ପିନ୍ଧନ୍ତି କୋଭିଡ ୧୯ ସଂକ୍ରମଣରୁ ରକ୍ଷା ପାଇବା ପାଇଁ। ମାତ୍ର ଏହାକୁ ସେମାନେ ପିନ୍ଧିବା ପୂର୍ବରୁ ତାହା ପରୀକ୍ଷା ହେବାର ଆବଶ୍ୟକତା ରହିଛି। ସରକାର ବିଭିନ୍ନ କମ୍ପାନୀ ପାଖରୁ ଯେଉଁ ପିପିଇ କିଣିଛନ୍ତି ସେ ସବୁକୁ ଟେଷ୍ଟିଙ୍ଗ ନକରି ପିନ୍ଧାଇଛନ୍ତି, ଯାହା ଦୁର୍ଭାଗ୍ୟଜନକ। ଯେଉଁଥିପାଇଁ ଅନେକ ଡାକ୍ତର ନର୍ସମାନେ କରୋନା ସଂକ୍ରମିତ ହୋଇଛନ୍ତି। ଏଗୁଡିକ ଖୁବ୍ ନିମ୍ନମାନର ଏବଂ କୋଭିଡ୍ – ୧୯ ରୁ ସୁରକ୍ଷା ଦେଇପାରି ନାହିଁ।
ପିସିସି ସଭାପତି ପୁଣି କହିଛନ୍ତି ଯେ ଜୁନ୍ ୨ ରେ ୩୫ ଟି ଟ୍ରକ୍ ଭୁବନେଶ୍ୱରରେ ପହଞ୍ଚି ଔଷଧ ନିଗମ ସମ୍ମୁଖରେ ଛିଡା ହୋଇ ରହିଲେ। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କିଛି ଜିନିଷ ରଖାଯିବା ପରେ ଟ୍ରକ୍‌ଗୁଡ଼ିକୁ ଫେରାଇ ଦିଆଗଲା। ଏଥିରେ ପିପିଇ, ସାନିଟାଇଜର, ଭେଣ୍ଟିଲେଟର ଓ ମାସ୍କ ଇତ୍ୟାଦି ଥିଲା। କିଏ ଏବଂ କାହିଁକି ଏତେ ପରିମାଣରେ ଅର୍ଡର ଏଥିପାଇଁ ଦେଇଥିଲା। ଏହାର ସ୍ପଷ୍ଟ ଜବାବ ସରକାର ରଖନ୍ତୁ। ଗୃହମନ୍ତ୍ରୀ ଅମିତ ଶାହା ମୋଦୀ ସରକାରଙ୍କର ଦ୍ୱିତୀୟ ପାଳି ଏକ ବର୍ଷ ପୂର୍ତି ଅବସରରେ ଏକ ଭର୍ଚୁଆଲ ରାଲିରେ ଉଦ୍‌ବୋଧନ ଦେବା ସମୟରେ ରାଜ୍ୟ ସରକାରଙ୍କର ଏ ଦୁର୍ନତି ନେଇ ପଦଟିଏ ମଧ୍ୟ ପାଟି ଫିଟାଇ ନଥିଲେ। ଅପରପକ୍ଷରେ ଏଠାରେ ରାଜ୍ୟସ୍ତରୀୟ ନେତାମାନେ ଯେଉଁଭଳି ଭାବରେ ବିରୋଧୀ ଦଳର ଭୂମିକା ଲିଭାଇବା କଥା ତାହା ନକରି ରକ୍ଷଣାତ୍ମକ ଢ଼ଙ୍ଗରେ କଥାବାର୍ତା କରିବା ଓଡ଼ିଶା ବାସୀଙ୍କ ପ୍ରତି ବିଶ୍ୱାସଘାତକତା ନୁହେଁକି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ତେଣୁ ସରକାର ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ଶୁଭେନ୍ଦୁ ମହାନ୍ତି, ଜ୍ଞାନଦେବ ବେଉରା, ଅଭିଷେକ ମହାନନ୍ଦ, ସୁଦର୍ଶନ ଦାସ, ପଦ୍ମାକର ଗୁରୁ, ରଜନୀ ମହାନ୍ତି ଓ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories