www.samajalive.in
Sunday, December 7, 2025
13.1 C
Bhubaneswar

କାନ୍ଥ ପଡ଼ି ନାତି ମୃତ, ଜେଜେବାପା ଗୁରୁତର

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ତାଳପଦା ଗ୍ରାମରେ କାନ୍ଥପଡ଼ି ବର୍ଷେ ନଅମାସର ନାତିର ମୃତ୍ୟୁ ଘଟିଥିବା ବେଳେ ଜେଜେବାପା ଗୁରୁତର ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ, ଗ୍ରାମର ଅଜୟ ମହାକୁଡ଼ଙ୍କର ପ୍ରଧାନମନ୍ତ୍ରୀ ଆବାସ ଘର ନିର୍ମାଣ କାମ ଚାଲିଥିବା ବେଳେ ସୋମବାର ସନ୍ଧ୍ୟା ପୂର୍ବରୁ ତାଙ୍କ ବାପା ଲକ୍ଷ୍ମୀଧର ପୁରୁଣାଘରର ମାଟିକାନ୍ଥ ଭାଙ୍ଗୁଥିଲେ। ତେବେ କାନ୍ଥ ପଡ଼ି ଅଜୟଙ୍କ ଏକମାତ୍ର ଶିଶୁ ପୁତ୍ର ଆୟୂଷ ଉପରେ ଚାପିହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ଶିଶୁପୁତ୍ର ତା’ ମାଙ୍କ କୋଳରେ ଥିବା ବେଳେ ତାଙ୍କ ଜେଜେବାପା ନାତିକୁ ବଞ୍ଚାଇବାକୁ ଯାଇ ଗୁରୁତର ହୋଇଥିଲେ। ଊଭୟଙ୍କୁ ବଡ଼ସାହି ଡ଼ାକ୍ତରଖାନା ଅଣାଯାଇଥିବା ବେଳେ ଡ଼ାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଜେଜେବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାରିପଦା ମେଡ଼ିକାଲ ଓ କଲେଜକୁ ସ୍ଥାନାନ୍ତର କରାଯାଇଛି।

- Advertisement -

ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ବିଜେଡ଼ି ଯୁବସଭାପତି ନିହାର ରଞ୍ଜନ ମହାପାତ୍ର ଓ ଲକ୍ଷ୍ମୀଧର ସେନାପତି ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ ସାଙ୍ଗକୁ ଆହତଙ୍କୁ ବାରିପଦା ପଠାଇବାରେ ସହଯୋଗ କରିଛନ୍ତି। ବଡ଼ସାହି ପୁଲିସ୍‍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶିଶୁପୁତ୍ରର ବ୍ୟବଛେଦ ମଙ୍ଗଳବାର ସମ୍ପନ୍ନ ହେବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories