www.samajalive.in
Sunday, December 7, 2025
26.1 C
Bhubaneswar

ଜୁଆର ମାଡ଼ି ୯ ଗ୍ରାମ ପ୍ଲାବିତ, ୧୨ହଜାର ବାସହରା

କଲକାତା : ଅମ୍ପନ ଆଜିକୁ ୧୮ଦିନ ବିତିଥିବାବେଳେ ଗତକାଲି ରାତ୍ରିରୁ ହାସନାବାଦର ବିଭିନ୍ନ ଅଞ୍ଚଳରେ ପୁଣି ଜୁଆର ପାଣି ମାଡ଼ି ଆସିବାଦ୍ବାରା ନୂତନ ଭାବେ ୯ଟି ଗ୍ରାମ ପ୍ଲାବିତ ହୋଇଥିବା ଜଣାପଡ଼ିଛି। କେବଳ ହାସନାବାଦ ନୁହେଁ ବସିରହାଟର କେତେକ ଗ୍ରାମ ମଧ୍ୟ ପ୍ଲାବିତ ହୋଇଛି। ସେହିପରି ପାଣି ସ୍ରୋତରେ ହାସନାବାଦ, ହିଜଳିଗଞ୍ଜ ଓ ସନ୍ଦେଶଖାଲି​‌େ​‌ର ନୂତନ ଭାବେ ବହୁ କ୍ଷୟକ୍ଷତି ଘଟିଛି। ଅଞ୍ଚଳରେ ଜୁଆର ପାଣି ମାଡ଼ି ଆସିବାଦ୍ବାରା ପ୍ରାୟ ଆଠଶହ ଭଳି ଘର ପାଣି ଘେରରେ ରହିଛି। ଅନ୍ୟପକ୍ଷରେ ହାସନାବାଦର ପାଟଲିଖାନପୁର ଅଞ୍ଚଳର ‘ଭାଁସା’ ନଦୀବନ୍ଧଟି ଜୁଆର ପାଣିରେ ଧକ୍କା ଖାଇ ଭାଙ୍ଗିଯିବାଦ୍ବାରା ସକାଳୁ ଟିୟାମାରି, ତିଲେରଚକ, ବେନା, ବେଦପାଟଲି, ବାଲିଘାଡ଼ାଙ୍ଗା, ଠାକୁରାଣିଆବାଦ, ଗୋୟାଲଆଟି, ଖାଁପୁକୁରର ବହୁ ଅଞ୍ଚଳ ପ୍ଲାବିତ ହୋଇଯାଇଛି। ଏପରିକି ଉଚ୍ଚ ଅଞ୍ଚଳ ଭାବେ ପରିଚିତ ସ୍ଥାନୀୟ ଶୁକୁକୁନିର ମୁକ୍ତାରଚକ ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିରି ହିଜଳିଗଞ୍ଜର ରୂପମାରି ପଞ୍ଚାୟତର ବାଇନାଡ଼ା, ଗେୟୋଁମାରି ଇଲକାରେ ନୂତନ ଭାବେ ଜୁଆର ପାଣି ପ୍ରବେଶ କରିବାଦ୍ବାରା ଅଞ୍ଚଳବାସୀ ଅନ୍ୟ ସ୍ଥାନରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି। ଫଳରେ ସ୍ଥାନୀୟ ଉଚ୍ଚ ରାସ୍ତାରେ ଗ୍ରାମବାସୀମାନେ ଆଶ୍ରୟ ନେଇଥିବା ଦେଖାଯାଇଛି।

ଅମ୍ପନ ଆଜକୁ ୧୮ଦିନ ଅତିକ୍ରମ କରିଥିବାବେଳେ ନୂତନ ଭାବେ ଉପରୋକ୍ତ ଅଞ୍ଚଳଗୁଡ଼ିକରେ ଜୁଆର ପାଣି ପ୍ରବେଶ କରି ବନ୍ୟା ପରିସ୍ଥିତି ସୃଷ୍ଟି କରିବାଦ୍ବାରା ପ୍ରାୟ ୧୨ହଜାର ଭଳି ଗ୍ରାମବାସୀ ବାସହରା ହେବାକୁ ବାଧ୍ୟ ହୋଇଛନ୍ତି। ରାଜରାସ୍ତାରେ ଆଶ୍ରୟ ନେଇଥିଲେ ସୁଦ୍ଧା କଳା ବାଦଳ ଓ ଝିପିଝିିପି ବର୍ଷା ଆରମ୍ଭ ହେବାଦ୍ବାରା ସମଗ୍ର ପରିସ୍ଥିତି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ପ୍ରଶାସନ ପକ୍ଷରୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇ ଦିଆଯାଇଥିଲେ ସୁଦ୍ଧା ଗ୍ରାମବାସୀମାନେ ଆତଙ୍କିତ ହୋଇପଡ଼ିଛନ୍ତି।

- Advertisement -

ଅଞ୍ଚଳବାସୀଙ୍କ ବକ୍ତବ୍ୟ ଯେ ଗତ ଶୁକ୍ରବାରଠୁ ନଦୀଗୁଡ଼ିକରେ ଧୀରେ ଧୀରେ ପାଣି ବୃଦ୍ଧି ପାଉଛି। ଅଞ୍ଚଳର କେତେକ ନଦୀବନ୍ଧ ଦୁର୍ବଳ ଥିବାରୁ ସେହିସ୍ଥାନଗୁଡ଼ିକରେ ଫାଟ ସୃଷ୍ଟି ହୋଇ ଏଭଳି ପରିସ୍ଥିତି ସୃଷ୍ଟି କରିଛି। ପ୍ରଶାସନ ପକ୍ଷରୁ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ଆଶ୍ରୟ ଉପରେ ଗୁରୁତ୍ବ ଦେଉଥିଲେ ସୁଦ୍ଧା ବନ୍ଧ ମରାମତି ପ୍ରତି ବିଶେଷ ଗୁରୁତ୍ବ ଦେଉନାହିଁ, ଯାହାଦ୍ବାରା ପ୍ରତିବର୍ଷ ପରିସ୍ଥିତି ଏଭଳି ହେଉଛି। ହାସନାବାଦ, ହିଞ୍ଜିଳିଗଞ୍ଜ ସହ ମୌସୁନୀ ଓ ଘୋଡ଼ାମାରା ଦ୍ବୀପର ବହୁ ଚାଷ ଜମି ଏହି ଜୁଆରରେ ପ୍ଲାବିତ ହୋଇଯାଇଛି ବୋଲି ସେମାନେ କହିଛନ୍ତି।

Hot this week

ଆବଶ୍ୟକ ହେଲେ ପୀଡିତାଙ୍କୁ କରାଯିବ ଏୟାରଲିଫ୍ଟ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

Related Articles

Popular Categories