www.samajalive.in
Monday, December 15, 2025
16.1 C
Bhubaneswar

ପରଲୋକରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କ ମା’

ନୂଆଦିଲ୍ଲୀ : କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ମା’ ଚନ୍ଦ୍ରକାନ୍ତା ଗୋୟଲଙ୍କର ଶନିବାର ପୂର୍ବାହ୍ଣରେ ପରଲୋକ ଘଟିଛି। ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଗୋୟଲ ନିଜେ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ଗୋୟଲ୍‌ ତାଙ୍କ ମା’ଙ୍କ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ‘ସ୍ନେହ ଓ ଭଲ ପାଇବା ମାଧ୍ୟମରେ ସବୁବେଳେ ବାଟ ଦେଖାଉଥିବା ମୋର ପୂଜ୍ୟ ମା’ଙ୍କ ଆଜି ସକାଳେ ସ୍ୱର୍ଗବାସୀ ହୋଇଛି। ସେ ନିଜର ସମ୍ପୂର୍ଣ୍ଣ ଜୀବନ ସେବା କରିବାରେ ବିତାଇଛନ୍ତି। ଆମ୍ଭମାନଙ୍କୁ ମଧ୍ୟ ସେବା ମନୋଭାବ ପୋଷଣ ପୂର୍ବକ ଜୀବନ ଅତିବାହିତ କରିବାକୁ ସେ ପ୍ରେରଣା ଦେଇଛନ୍ତି। ଈଶ୍ୱର ତାଙ୍କୁ ପାଦ ତଳେ ସ୍ଥାନ ଦିଅନ୍ତୁ। ଓମ୍‌ ଶାନ୍ତି।’ ମୁମ୍ବଇର ମାଟୁଙ୍ଗାରୁ ୩ ଥର ବିଧାୟକ ନିର୍ବାଚିତ ହୋଇଥିବା ଚନ୍ଦ୍ରକାନ୍ତା ଗୋୟଲ ବିଜେପିର ପୂର୍ବତନ ନେତା ବେଦପ୍ରକାଶ ଗୋୟଲଙ୍କ ପତ୍ନୀ। ବେଦପ୍ରକାଶ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ମନ୍ତ୍ରିମଣ୍ଡଳରେ ଜାହାଜ ଚଳାଚଳ ମନ୍ତ୍ରୀ ଥିଲେ। ଚନ୍ଦ୍ରକାନ୍ତାଙ୍କ ପରଲୋକରେ ବହୁ ରାଜନେତା ଓ ମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

Hot this week

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

Related Articles

Popular Categories