www.samajalive.in
Tuesday, December 9, 2025
23.1 C
Bhubaneswar

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ : ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ

ସମ୍ବଲପୁର : ସମ୍ବଲପୁର ଜିଲାରେ ହୁଗୁଳା ପୁଲିସ ବ୍ୟବସ୍ଥା ଯୋଗୁଁ ସାରା ଜିଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଥିବାବେଳେ କଡା କାର୍ଯ୍ୟାନୁଷ୍ଠାନର ଅଭାବ ଅପରାଧି ମାନଙ୍କର ମନୋବଳକୁ ବୃଦ୍ଧି କରୁଛି। ସମ୍ବଲପୁର ଭଳି ପଶ୍ଚିମ ଓଡିଶାର ଏକ ପ୍ରମୁଖ ସ୍ଥାନରେ ବଡ଼ ବଡ଼ ପୁଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଥିବାବେଳେ ଜିଲାର ଆଇନ ଶୃଙ୍ଖଳାଠାରୁ ଆରମ୍ଭ କରି ଶାସନ ବ୍ୟବସ୍ଥା ଦିନକୁ ଦିନ ନିମ୍ନଗାମୀ ହେବାର ଦେଖାଯାଉଛି। ଗତ ୨୯ ତାରିଖରେ ସମ୍ବଲପୁର ସ୍ଥିତ ଏସଡିପିଓ ସଦରଙ୍କ ଅଇଁଠାପାଲି ସ୍ଥିତ କାର୍ଯ୍ୟାଳୟର ଠିକ୍ ପଛରେ ଜଣେ ଦିବ୍ୟାଙ୍ଗ ନାବାଳିକା ବଳାତ୍କାରର ଶିକାର ହୋଇଥିବା ବେଳେ ଗତ ମାସ ୮ ତାରିଖରେ ନାକଟିଦେଉଳ ଥାନା ଅର୍ନ୍ତଗତ କୁଢ଼ାନାଳି ଗ୍ରାମରେ ମଧ୍ୟ ଜଣେ ଦିବ୍ୟାଙ୍ଗ ଯୁବତୀ ସେହିଭଳି ବଳାତ୍କାରର ଶିକାର ହୋଇଛନ୍ତି। ଏହି ଦୁଇ ମାମଲାରେ ପୀଡିତାମାନଙ୍କୁ ପୁଲିସ ନ୍ୟାୟ ଦେବା ବଦଳରେ ନିଜର ଦୋଷଦୁର୍ବଳତାକୁ ଲୁଚାଇବାରେ ବ୍ୟସ୍ତ ଥିବା ପରିଲକ୍ଷିତ ହେଉଛି।

ଥାନାରେ ଦିଆଯାଇଥିବା ଲିଖିତ ଅଭିଯୋଗ ଅନୁଯାୟୀ, ନାକଟିଦେଉଳ ଥାନା ଅର୍ନ୍ତଗତ କୁଢ଼ାନାଳୀ ଗ୍ରାମର ଦିନବନ୍ଧୁ ମାଝୀଙ୍କ ତୃତୀୟ ଝିଅ(ଦିବ୍ୟାଙ୍ଗ)ଙ୍କୁ ଗତ ମାସ ୮ ତାରିଖରେ ସେହି ଗ୍ରାମର ବୈରାଗୀ ମାଝୀ ନାମକ ଜଣେ ବ୍ୟକ୍ତି ଜୋରଜବରଦସ୍ତ ବଳାତ୍କାର କରିଛି। ଘରେ କେହି ନ ଥିବାବେଳେ ଅଭିଯୁକ୍ତ ବୈରାଗୀ ପୀଡିତାଙ୍କୁ ଜୋରଜବରଦସ୍ତ ତାର ଘରକୁ ନେଇ ବଳାତ୍କାର କରିଥିଲା। ଝିଅ ଘରେ ନ ଥିବା ଏବଂ ବହୁ ସମୟ ଧରି ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିବାରୁ ସେ ବୈରାଗୀ ଘରେ ଥିବାର ଜାଣିବାକୁ ପାଇଥିଲେ। ଏଣୁ ତା ଘରକୁ ପୀଡିତାର ପରିବାର ଲୋକେ ଯିବାରୁ ସେ ପୀଡିତାଙ୍କୁ ଏକ ଝରକା ଦେଇ ବାହାରକୁ ଫିଙ୍ଗି ଦେଇ କିଛି ସମୟ ପରେ କବାଟ ଖୋଲିଥିଲା। ଇତି ମଧ୍ୟରେ ପୀଡିତା ଲଜ୍ଜାରେ ଜଙ୍ଗଲ ମଧ୍ୟକୁ ଦୌଡି ପଳାଇଥିବା ବେଳେ ତାକୁ ଖୋଜି ଆଣିବା ସମୟରେ ସନ୍ଧ୍ୟା ହୋଇ ଯିବାରୁ ୯ ତାରିଖରେ ନାକଟିଦେଉଳ ଥାନାରେ ଅଭିଯୋଗ କରାଯାଇଥିଲା।

- Advertisement -

ତେବେ ଇତି ମଧ୍ୟରେ ପ୍ରାୟ ଏକ ମାସ ବିତିଯିବା ସତ୍ୱେ ପୁଲିସ କେବଳ ମାମଲା ନଂ ୭୦/୨୦୨୦ ରୁଜୁ କରି ଚୁପ ବସି ଯାଇଥିବାରୁ ବାଧ୍ୟ ହୋଇ ପୀଡିତା ଯୁବତୀ ତାଙ୍କର ବାପାଙ୍କ ସହିତ ଶୁକ୍ରବାର ଜିଲା ଏସପିଙ୍କ ନିକଟରେ ନ୍ୟାୟ ପାଇଁ ଦ୍ୱାରସ୍ଥ ହୋଇଛନ୍ତି। ଏ ସର୍ମ୍ପକରେ ଦୀନବନ୍ଧୁ କହିଛନ୍ତି ଯେ, ଦୋଷୀ ବ୍ୟକ୍ତିଙ୍କ ଜଣେ ସର୍ମ୍ପକୀୟ ପୁଲିସ ବିଭାଗରେ ଥିବାରୁ ଝିଅକୁ ନ୍ୟାୟ ମିଳିପାରୁ ନାହିଁ। ଏହା ସହିତ ଦୋଷୀ ଓ ତାର ପରିବାର ଲୋକେ ବାରମ୍ବାର ଥାନାରୁ କେଶ୍ ଫେରାଇ ନେବା ପାଇଁ ଧମକଚମକ ଦେବା ସହିତ ରାତିରେ ତାଙ୍କ ଘରକୁ ଇଟା ପଥର ଆଦି ମାଡ କରୁଛନ୍ତି। ଏଣୁ ସେମାନଙ୍କ ସୁରକ୍ଷା ବିପନ୍ନ ହୋଇଥିବା ବେଳେ ନ୍ୟାୟ ପାଇଁ ସେମାନେ ସବୁ ଆଡେ ଦୌଡୁଛନ୍ତି। କିନ୍ତୁ ସେମାନଙ୍କୁ ନ୍ୟାୟ ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ। ଦୋଷୀ ଖୁଲମଖୁଲା ଘୁରି ବୁଲୁଥିବାବେଳେ ସେମାନଙ୍କୁ ଅକାରଣେ ହଇରାଣ କରାଯାଉଛି ବୋଲି ପୀଡିତାର ବାପା ଅଭିଯୋଗ କରିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ପୁଲିସ ମାମଲା ରୁଜୁ କରି ଚୁପ ହୋଇ ବସି ରହିଛି। ଯାହା ଫଳରେ ଅପରାଧ ଘଟାଇଥିବା ବ୍ୟକ୍ତିମାନଙ୍କ ମନୋବଳ ବୃଦ୍ଧି ପାଉଛି।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ସହରରେ ଗତ ୨୯ ତାରିଖରେ ଘଟିଥିବା ଘଟଣାକୁ ପୁଲିସ ୫ ଦିନ ଯାଏ ଚାପି ରଖିଥିବାରୁ ସ୍ପଷ୍ଟ ହେଉଛି ଯେ ଯଦି ସହର ମଧ୍ୟରେ ପୁଲିସ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଏଭଳି ପ୍ରୟାସ କରୁଛି, ତାହା ହେଲେ ଜିଲାର ଅଗମ୍ୟ ଅଞ୍ଚଳଗୁଡିକର ଅବସ୍ଥା କଣ ଥିବ ତାହା ସହଜେ ଅନୁମେୟ।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories