www.samajalive.in
Tuesday, December 9, 2025
15.1 C
Bhubaneswar

ବିଲେଇସାଥିରେ ବାଲି ଉଠାକୁ କେନ୍ଦ୍ର କରି ହତ୍ୟା ଘଟଣା

ପାଟଣାଗଡ : ବଲଙ୍ଗାରି ଜିଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ବିଲେଇସାଥି ଗ୍ରାମରେ ନଦୀ ତୁଠରୁ ବାଲି ଉଠାକୁ କେନ୍ଦ୍ର କରି ଗତ ମାସ ୧୪ ତାରିଖ ଦିନ ଘଟିଥିବା ସଂଗଠିତ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଂଜୟ ସାହୁକୁ ଘଟଣାର ୨୨ ଦିନ ପରେ ଆଜି ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ତେବେ ହତ୍ୟାକାଣ୍ଡର ଅନ୍ୟ ୨ ମୁଖ୍ୟ ସହଯୋଗୀ ବିଶ୍ୱାମିତ୍ର ସାହୁ ଏବଂ ଛେଲିଆ ସାହୁ ଏବେ ମଧ୍ୟ ଫେରାର ଥିବା ଜଣାଯାଇଛି।

ବିଲେଇସାଥି ଏବଂ ସୋଲବନ୍ଧ ଗ୍ରାମ ମଧ୍ୟରେ ପ୍ରବାହିତ ମାୟାବତୀ ନଦୀର ଗୋଟିଏ ନିର୍ଦ୍ଦିଷ୍ଟ ତୁଠରୁ ବାଲି ଉଠାକୁ କେନ୍ଦ୍ର କରି ସୋଲବନ୍ଧ ଗ୍ରାମର ମୃତକ ଓମପ୍ରକାଶ ବେହେରା ଏବଂ ବିଲେଇସାଥି ଗ୍ରାମର ଅଭିଯୁକ୍ତ ସଂଜୟ ସାହୁଙ୍କ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଲାଗି ରହିଥିଲା।

- Advertisement -

ସୂଚନାଯୋଗ୍ୟ, ଗତ ମାସ ୧୪ତାରିଖ ଦିନ ଓମପ୍ରକାଶ ତାର ଜନୈକ ସହଯୋଗୀ ଧୁମା ମାଝିଙ୍କ ସହ ଏକ ବାଇକରେ କୌଣସି ଆଲୋଚନା ପାଇଁ ନଦୀର ଅପର ପାଶ୍ୱର୍ରେ ଥିବା ସଂଜୟଙ୍କ ଖଳାକୁ ଆଲୋଚନା ପାଇଁ ଆସିଥିବା ବେଳେ ଉଭୟଙ୍କ ମଧ୍ୟରେ ଝଗଡା ଜୋର ଧରିଥିଲା। ସଂଜୟଙ୍କ ଗୋଷ୍ଠୀର ଆକ୍ରମଣର ଶିକାର ହୋଇ ଓମପ୍ରକାଶଙ୍କ ମୃତ୍ୟୁ ହୋଇଥିବା ବେଳେ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଧୁମା ମାଝିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତକଙ୍କ ଜେଜେବାପା ଝସକେତନ ବେହେରାଙ୍କ ଲିଖିତ ଏତଲାକୁ ନେଇ ପାଟଣାଗଡ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଝସକେତନ ସାହୁଙ୍କ ଲିଖିତ ଏତଲା ଏବଂ ଆହତ ଧୁମା ମାଝିଙ୍କ ବୟାନ ଅନୁଯାୟୀ ସଂଜୟ ସାହୁ, ବିଶ୍ୱାମିତ୍ର ସାହୁ, ଛେଲିଆ ସାହୁ ଏବଂ ଚତୁର୍ଭୁଜ ସାହୁଙ୍କ ସହ ସେମାନଙ୍କର କେତେ ଜଣ ସହଯୋଗୀ ଉକ୍ତ ହତ୍ୟାକାଣ୍ଡ ଭିଆଇଥିବା ବିଷୟ ସ୍ପଷ୍ଟ ସୂଚନା ଦିଆଯାଇଥିବା ବେଳେ ପୁଲିସ ଗତ ୧୬ ତାରିଖ ଦିନ  ଚତୁର୍ଭୁଜ ଏବଂ ଅନ୍ୟ ଜଣେ ସହଯୋଗୀ ରୁଦ୍ରେଶ୍ୱର ଗୁପ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଘଟଣାର ମୁଖ୍ୟ ଅଭିଯୁକ୍ତ ସଂଜୟ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ୨ ମୁଖ୍ୟ ସହଯୋଗୀ ଏବେ ମଧ୍ୟ ଫେରାର ଥିବା ଜଣାଯାଇଛି। ତେବେ ଅନ୍ୟମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ଉପଖଣ୍ଡୀୟ ପୁଲିସ ଅଧିକାରୀ ସୁରେଶ ଚନ୍ଦ୍ର ନାଏକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories