www.samajalive.in
Saturday, December 6, 2025
15.1 C
Bhubaneswar

ଲକଡାଉନରେ ଗୋଷ୍ଠୀ ସଂଘର୍ଷ ; ଯୁବକଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା ଅଭିଯୋଗ, ଜଣେ ଆହତ

ପାଟଣାଗଡ : ଦୁଇ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂର୍ଘଷକୁ ନେଇ ଜଣେ ଯୁବକଙ୍କୁ ଅତି ନିର୍ମମ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହା ସହ ଏଥିରେ ଅନ୍ୟ ଜଣେ ଯୁବକ ଅତ୍ୟନ୍ତ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି।

ସୂଚନାଅନୁଯାୟୀ, ବଲାଙ୍ଗିର ଜିଲା ପାଟଣାଗଡ ବ୍ଲକ ବଥର୍ଲା ପଞ୍ଚାୟତ ଅନ୍ତର୍ଗତ ବିଲେଇସାଥି ଗ୍ରାମର କିଛି ଯୁବକ ନିକଟସ୍ଥ ସୋଲବନ୍ଧ ଗ୍ରାମର ୨ ଜଣ ଯୁବକଙ୍କୁ ନିର୍ମମ ଭାବେ ପିଟିବା ଫଳରେ ଘଟଣାସ୍ଥଳରେ ଜନୈକ ଯୁବକ ଓମପ୍ରକାଶ ବେହେରା(୩୨)ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଯୁବକ ଧୁମା ମାଝି(୩୫) ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଆହତ ହୋଇ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଏବଂ ରକ୍ତପାତର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।  ନଦୀରୁ ବାଲି ଉଠାଇବାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ରକ୍ତପାତ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

- Advertisement -

ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଧୁମା ମାଝିଙ୍କ କହିବାନୁଯାୟୀ, ନଦୀକୁ ଗାଧୋଇବା ପାଇଁ ଆଜି ଓମପ୍ରକାଶ ତାଙ୍କୁ ଡାକି ନେଇଥିଲେ। ତେବେ ନଦୀ ପାଖରେ ପହଞ୍ଚିବା ପରେ ଅପରପାଶ୍ୱର୍ରେ ଥିବା ସଂଜୟ ସାହୁଙ୍କ ଖଳାରୁ କିଛି ଆଲୋଚନା ସାରି ଫେରିଆସିବାକୁ କହି ଓମପ୍ରକାଶ କହିଥିଲେ। ତେବେ ସେଠାରେ ପହଞ୍ଚିବା ମାତ୍ରେ ସଂଜୟ ସାହୁ, ତାଙ୍କର କିଛି ପରିବାର ସଦସ୍ୟ ଏବଂ ଅନ୍ୟ କେତେ ଜଣ ମିଶି ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ସେଠାରେ ଥିବା ଇଟାଭାଟି ପାଇଁ ରଖାଯାଇଥିବା କିଛି ଶକ୍ତ କାଠ ଫାଳିଆରେ ସମସ୍ତେ ମିଶି ଉଭୟଙ୍କୁ ଅତ୍ୟନ୍ତ ନିର୍ମମ ଭାବରେ ପିଟିଥିଲେ। ରକ୍ତାକ୍ତ ଅବସ୍ଥାରେ ସେଠାରୁ ଦଉଡି ପଳାଇବାକୁ ଚେଷ୍ଟା କରିବା ବେଳେ ପ୍ରାୟତଃ ଚେତାଶୂନ୍ୟ ହୋଇପଡିଥିବା କହିଛନ୍ତି  ଧୁମା ମାଝି। ତାଙ୍କୁ ଏଭଳି ଅବସ୍ଥାରେ ଦେଖି ସୋଲବନ୍ଧ ଗ୍ରାମର ୨ଜଣ ବ୍ୟକ୍ତି ନିଜ ଗ୍ରାମକୁ ନେଇଯାଇଥିବା ସହ ଓମପ୍ରକାଶଙ୍କୁ ଖୋଜାଖୋଜି କରିଥିଲେ ଏବଂ ଓମପ୍ରକାଶ ବିଲେଇସାଥି ଗ୍ରାମର ସଜୟ ସାହୁଙ୍କ ଖଳା ନିକଟରେ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖିଥିଲେ। ସାଙ୍ଗେ ସାଙ୍ଗେ ଉଭୟଙ୍କୁ ପାଟଣାଗଡ ଡାକ୍ତରଖାନା ଆଣିଥିଲେ ମଧ୍ୟ ଡାକ୍ତର ଓମପ୍ରକାଶଙ୍କୁ ମୃତ ଘୋଷଣା କରିଥିଲେ। ଉକ୍ତ ଘଟଣାଟି ଆଜି ଦିନ ପ୍ରାୟ ୧୨ ଘଣ୍ଟା ସମୟରେ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଅପରାହ୍ଣ ପ୍ରାୟ ୧ ଘଣ୍ଟା ୩୦ ମିନିଟ ବେଳକୁ ଉଭୟଙ୍କୁ ଡାକ୍ତରଖାନା ଅଣାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories