www.samajalive.in
Sunday, December 7, 2025
26.1 C
Bhubaneswar

ଯୁବରାଜଙ୍କ ବିରୋଧରେ ଅଭିଯୋଗ

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର୍‌ ଯୁବରାଜ ସିଂହଙ୍କ ବିରୋଧରେ ପୁଲିସରେ ଏକ ଅଭିଯୋଗ ଦାଖଲ ହୋଇଥିବା ଜଣାପଡ଼ିଛି। କିଛିଦିନ ତଳେ ଯୁବରାଜ ଓ ଭାରତୀୟ ଓପନର୍‌ ରୋହିତ ଶର୍ମା ସାମାଜିକ ଗଣମାଧ୍ୟମରେ ମତ ବିନିମୟ କରୁଥିଲେ। ମତ ବିନିମୟ ସମୟରେ ଯୁବରାଜ କହିଥିଲେ ସ୍ପିନର ୟୁଜବେନ୍ଦ୍ର ଚହଲ୍‌ଙ୍କ ପରି କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କର କିଛି କାମ ନାହିଁ। ସେମା​‌େ​‌ନ କେବଳ ସାମାଜିକ ଗଣମାଧ୍ୟମରେ ଭିଡିଓ ଛାଡ଼ିବାରେ ବ୍ୟସ୍ତ।
ଯୁବରାଜଙ୍କ ଏପରି ମନ୍ତବ୍ୟ ଜଣଙ୍କର ବ୍ୟକ୍ତିଗତ ସ୍ବାଧିନତାକୁ କ୍ଷୁଣ୍ଣ କରୁଥିବା ଦର୍ଶାଇ ଆଇନଜୀବୀ ରଜତ୍‌ କଲ୍‌ସାନ୍‌ ହିସାର ପୁଲିସରେ ଯୁବରାଜଙ୍କ ବିରୋଧରେ ଅଭିଯୋଗ କରିଥିବା କେତେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି। ଯୁବରାଜଙ୍କୁ ତୁରନ୍ତ ଗିରଫ କରିବାକୁ କଲ୍‌ସାନ ଦାବି କରିଛନ୍ତି। ଚହଲ୍‌ଙ୍କ ବିରୋଧରେ ଯୁବରାଜ ମନ୍ତବ୍ୟ ଦେଉଥିବା ବେଳେ ରୋହିତ ଏହାକୁ ବିରୋଧ କରିନଥିବାରୁ ରୋହିତଙ୍କ ଉପରେ ବର୍ଷିଛନ୍ତି କଲ୍‌ସାନ। ଏ ସଂପର୍କରେ ବରିଷ୍ଠ ଅଧିକାରୀ ତଦନ୍ତ କରିବେ ବୋଲି ପୁଲିସ ତରଫରୁ କୁହାଯାଇଛି। ଚହଲ୍‌ଙ୍କ ବିରୋଧରେ ମନ୍ତବ୍ୟ ଦେବା ଯୁବରାଜଙ୍କ ଉପରେ ଭାରି ପଡ଼ିଛି। ନିଜ ମନ୍ତବ୍ୟ ପାଇଁ ଯୁବରାଜ ତୁରନ୍ତ କ୍ଷମା ମାଗିବା ଉଚିତ୍‌ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories