www.samajalive.in
Sunday, December 7, 2025
26.1 C
Bhubaneswar

ପୃଥିବୀ କକ୍ଷ ଦିଗକୁ ମାଡ଼ି ଆସୁଛି ଅଧ ଡ଼ଜନେ ଉଲକା ପିଣ୍ଡ; ଗୋଟିକର ଆକାର ଏମ୍ପାୟାର ଷ୍ଟେଟ ବିଲଡ଼ିଂଠାରୁ ବିଶାଳ

ନୂଆଦିଲ୍ଲୀ:  ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଅନ୍ତରୀକ୍ଷ ସହ ଜଡ଼ିତ ଗତିବିଧି ଉପରେ ରହିଛି । ବାସ୍ତବରେ ଆସନ୍ତା ରବିବାର ପୃଥିବୀ ଦିଗକୁ ଅଗ୍ରସର ହେଉଥିବା ଏକ ବିଶାଳ ଉଲ୍କା ପିଣ୍ଡ ଉପରେ ଦୃଷ୍ଟି କେନ୍ଦ୍ରୀତ କରିଛି ନାସା । କୁହାଯାଉଛି ଯେ ଏହି ଉଲକାର ଆକାର ଅତ୍ୟନ୍ତ ବିଶାଳ । ଏହାର ଆକାର ଏମ୍ପାୟାର ଷ୍ଟେଟ ବିଲଡ଼ିଂଠାରୁ ବଡ଼ ଓ ଏହା ପୃଥିବୀ କକ୍ଷର ଅତି ନିକଟରେ ଗତି କରିବାର ଆଶଙ୍କା କରିଛି ନାସା ।

ନାସା ଏହି ଉଲ୍କା ପିଣ୍ଡର ନାମ ଦେଇଛି ରକ୍-୧୬୩୩୪୮ (୨୦୦୨ଏନ୍ଏନ୍୪) । ଏହି ଉଲ୍କା ପିଣ୍ଡ ପ୍ରତି ସେକେଣ୍ଡରେ ୫.୨ କିଲୋମିଟର ଗତିରେ ଗତି କରୁଛି । ଆସନ୍ତା ୬ ତାରିଖରେ ଏହି ଉଲ୍କା ପିଣ୍ଡ ପୃଥିବୀର ନିକଟ ଦେଇ ଗତି କରିବ । ଏହାର ଲମ୍ବା ୨୫୦ ମିଟର ଓ ପ୍ରସ୍ଥ ୫୭୦ ମିଟର ମଧ୍ୟରେ ହୋଇପାରେ । ଏମ୍ପାୟାର ଷ୍ଟେଟ ବିଲଡ଼ିଂର ଲମ୍ବ ୪୪୩ ମିଟର ଠାରୁ ଏହା ଅଧିକ ବୋଲି କୁହାଯାଉଛି ।

- Advertisement -

ବର୍ତମାନ ଏହି ଉଲକା ପିଣ୍ଡକୁ ଏଟେନ୍ ଆଷ୍ଟୋୟଡ଼ ଆଧାରରେ ବର୍ଗୀକୃତ କରାଯାଇଛି । ଯାହା ସୂର୍ଯ୍ୟଙ୍କ ନିକଟ ଦେଇ ପୃଥିବୀ କକ୍ଷରେ ପ୍ରବେଶ କରିଛି । ଅବଶ୍ୟ ଏହାକୁ ନେଇ ଭୟଭୀତ ହେବାର କାରଣ ନାହିଁ ବୋଲି ବୈଜ୍ଞାନିକମାନେ ଆଶ୍ବାସନା ଦେଇଛନ୍ତି । କାରଣ ଏହା ପୃଥିବୀ ସହ ଧକ୍କା ଖାଇବାର ଅବକାଶ ନାହିଁ । ନାସା ପକ୍ଷରୁ ଆଉ ମଧ୍ୟ କୁହାଯାଇଛି ଯେ ରକ୍ ୧୬୩୩୪୮ ଉଲ୍କା ପିଣ୍ଡ ରବିବାର ସକାଳ ୮ଟା ୨୦ ମିନିଟରେ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ । ଯାହାର ଘଣ୍ଟାପ୍ରତି ବେଗ ୧୧୨୦୦ କିଲୋମିଟର ବୋଲି ନାସା ଆକଳନ କରିଛି ।

କେବଳ ଏହି ଗୋଟିଏ ନୁହେଁ, ଆସନ୍ତା କେଇ ଦିନରେ ଅନେକଗୁଡ଼ିଏ ଉଲକା ପିଣ୍ଡ ପୃଥିବୀର ନିକଟତର ହେବ । ଜୁନ୍ ୫ ଭୋର୍ ୪ଟା ୪୪ରେ ଉଲକା ପିଣ୍ଡ ୨୦୨୦ କେଏନ୍୫ ପୃଥିବୀର ଅତି ନିକଟରେ ଅତିକ୍ରମ କରିବ । ଘଣ୍ଟା ପ୍ରତି ଏହାର ବେଗ ୪୫ ହଜାର ୫୭୬ କିଲୋମିଟର। ଅନୁରୂପ ଭାବରେ କେଏ୬ ଉଲକା ପିଣ୍ଡ ପୃଥିବୀ ନିକଟର ହେବ ଜୁନ୍ ୫ ତାରିଖ ଅପରାହ୍ନରେ ।  ଏହା ଘଣ୍ଟାପ୍ରତି ୪୧ ହଜାର ୬୫୨ କିମି ବେଗରେ ଗତି କରୁଛି । ଅବଶ୍ୟ ଏଗୁଡ଼ିକ ଅତ୍ୟନ୍ତ ଛୋଟ ଏବଂ ଏହାର ଲମ୍ବା ୨୮ ମିଟରରୁ ୫୪ ମିଟର ମଧ୍ୟରେ । ସେହିପରି ଜୁନ୍ ୬ ତାରିଖରେ ଏନ୍ଏନ୍ ୪ ଉଲକା ପିଣ୍ଡ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ । ଏହାର ଆକାର ଅତ୍ୟନ୍ତ ବିଶାଳ ଓ ୫ଟି ଷ୍ଟାଡ଼ିଅମ ସହ ସମାନ । ଏହାର ଘଣ୍ଟାପ୍ରତି ବେଗ ୪୦ ହଜାର କିଲୋମିଟରରୁ ଅଧିକ । ସେହିଦିନ ଆଉ ଏକ ଉଲକା ପିଣ୍ଡ କେକ୍ୟୁ-୧ ପୃଥିବୀ ନିକଟତର ହେବ । ଏହାର ଆକାର ୧୦୦ ମିଟର ମଧ୍ୟରେ ।

ଏହାବ୍ୟତୀତ ଅନେକଗୁଡ଼ିଏ ଉଲକା ପିଣ୍ଡ ମହାକାଶରେ ପୃଥିବୀ ଦିଗକୁ ଗତି କରୁଛି । ଜୁନ୍ ୬ ଓ ୭ ତାରିଖରେ ଏହା ପୃଥିବୀର କକ୍ଷପଥରେ ପ୍ରବେଶ କରିବ । ତେବେ ଏହାର ପୃଥିବୀଠାରୁ ଲକ୍ଷଲକ୍ଷ କିଲୋମିଟର ଦୂରରେ ଗତି କରିବାର ସମ୍ଭାବନା ଥିବାରୁ କୌଣସି କ୍ଷୟକ୍ଷତିର ଆଶଙ୍କା ନାହିଁ ବୋଲି ନାସା ପ୍ରକାଶ କରିଛି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories