କେନ୍ଦ୍ର ସରକାରଙ୍କୁ ମହଙ୍ଗା ଚିନ୍ତା, ଜୁଲାଇ ଶେଷରେ ଡାକିବେ ବୈଠକ

0

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଚିନ୍ତା ଘାରିଛି। ଏବେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଥିଲେ ମଧ୍ୟ ଆସନ୍ତା କିଛି ମାସରେ ପନିପରିବା ଓ ଡାଲି ଜାତୀୟ ଦ୍ରବ୍ୟ, ଆଳୁ ଓ ପିଆଜ ମହଙ୍ଗା ହୋଇପାରେ।
ସାଧାରଣତଃ ଜୁଲାଇରୁ ଅକ୍ଟୋବର ମଧ୍ୟରେ ପନିପରିବା ଆଦି ଖାଦ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଉଥିବା ଦେଖାଯାଏ। ଏହି ସମୟରେ ପନିପରିବା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଉତ୍ପାଦନ ଓ ଯୋଗାଣ କମ୍‍ ରହୁଥିବା ବେଳେ ପାର୍ବଣ ଯୋଗୁଁ ଚାହିଦା ଅଧିକ ଥାଏ। ଏହାର ଫାଇଦା ଉଠାଇ କିଛି ଅସାଧୁ ମହଜୁଦକାରୀ କୃତ୍ରିମ ବଜାର ସୃଷ୍ଟି କରି ଅଧିକ ଲାଭ କରିଥାନ୍ତି।
ବିଜେପି ଶାସିତ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଖାଦ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି କେନ୍ଦ୍ରର ବିଜେପି ସରକାରଙ୍କୁ ଅଡ଼ୁଆରେ ପକାଇପାରେ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଜୁଲାଇ ୨୯ ତାରିଖରେ ଏକ ଜାତୀୟ ବୈଠକ ପାଇଁ କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଏଥିରେ ସବୁ ରାଜ୍ୟର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀମାନେ ଯୋଗଦେବେ। ଖାଦ୍ୟ ସାମଗ୍ରୀ ଦର ବୃଦ୍ଧିକୁ କିଭଳି ରୋକାଯାଇପାରିବ ସେ ସମ୍ପର୍କରେ ବୈଠକରେ ଆଲୋଚନା ହେବ।
ଏତଦ୍‍ବ୍ୟତୀତ କେତେକ କୃଷିଜାତ ସାମଗ୍ରୀ ଉପରେ କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ୫୦% ବୃଦ୍ଧି କରିବାକୁ ଯାଉଥିବାରୁ ଏହାର ପ୍ରଭାବ ଖାଉଟି ମୂଲ୍ୟ ଉପରେ ପଡ଼ିବା ସମ୍ଭାବନା ରହିଛି।

kalyan agarbati
Leave A Reply