www.samajalive.in
Wednesday, December 10, 2025
17.1 C
Bhubaneswar

ଜାତୀୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାର ଫଳାଫଳ

ଭୁବନେଶ୍ବର : କୋରୋନା ମହାମାରୀର କଟକଣା ଯୋଗୁଁ ସାରା ଦେଶରେ ତାଲା ବନ୍ଦ ଥିବା ସମୟରେ ଶ୍ରୀ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟ, ବସନ୍ତପୁର, କେନ୍ଦ୍ରାପଡା ଓ ରାଉରକେଲାର ବେବି ବିଙ୍ଗୋ ପ୍ଲେ ସ୍କୁଲ ମିଳିତ ଭାବରେ ଏକ ଜାତୀୟ ସ୍ତରୀୟ ଅନଲାଇନ ଚିତ୍ରଙ୍କନ ପ୍ରତିଯୋଗିତାର ଆୟୋଜନ କରିଥିଲେ। ଏହି ପ୍ରତିଯୋଗିତାରେ ରେ ଆମ ରାଜ୍ୟ ତଥା ଅନ୍ୟ ରାଜ୍ୟରୁ ସର୍ବମୋଟ ୧୫୬ ଜଣ ଛାତ୍ରଛାତ୍ରୀ ଚିତ୍ରଙ୍କନ ପଠାଇ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀଙ୍କ ଶ୍ରେଣୀ ଅନୁସାରେ ସେମାନଙ୍କୁ ୪ଟି ବର୍ଗ ରେ ବିଭକ୍ତ କରାଯାଇଥିଲା ସେଥିମଧ୍ୟରୁ ୨୧ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନେ ହେଲେ ମହାରାଷ୍ଟ୍ର କପରଗାଁଊରୁ ମିଳନ ମୋହନ ଦେଶପାଣ୍ଡେ ଓ ନବି ମୁମ୍ବାଇ ରୁ କିସାଙ୍ଗ ପାଣ୍ଡେ, ଝାଡ଼ଖଣ୍ଡ ଜାମସେଦପୁର ରୁ ଶ୍ରୀଜା ମୁଖାର୍ଜୀ, ଏଚ. ଭବ୍ୟ ଓ ଅଭିଜିତ ଶ୍ରୀବାସ୍ତବ, ରାଉରକେଲା ବେବି ବିଙ୍ଗୋ ପ୍ଲେ ସ୍କୁଲରୁ ଆଦିତ୍ୟ ରୁଦ୍ର ପାତ୍ର, ଇସ୍ପାତ ମହାବିଦ୍ୟାଳୟ ରୁ ମଧୁସ୍ମିତା ଖଣ୍ଡୁଆଳ, ଦୀପିକା ଇ°.ମ ସ୍କୁଲରୁ ଦେବାଙ୍ଗଶି ଜେନା, ଚିନ୍ମୟ ବିଦ୍ୟାଳୟ (ଛେଣ୍ଡ) ରୁ ଆକାଂକ୍ଷା ମହାନ୍ତି, ଅରୋବିନ୍ଦ ସ୍କୁଲ ରୁ ନିଶାନ୍ତ ଖଣ୍ଡୁଆଳ ଓ ନନ୍ଦିନୀ ଖଣ୍ଡୁଆଳ, ସମ୍ବଲପୁର ଗୁରୁ ନାନକ ପବ୍ଲିକ ସ୍କୁଲରୁ ଶିଭାଂସି ସୌରୀ ଶତପଥି, ଅବନ୍ତିକା ନାୟକ ଓ ବିକାଶ ସ୍କୁଲରୁ ଶ୍ରେୟାଂସି ସାହୁ, ଝାରସୁଗୁଡା ଅରୋବିନ୍ଦ ସ୍କୁଲରୁ ପ୍ରାଚୀ ପ୍ରଧାନ, ଡ଼ି.ଏ.ଭି ପବ୍ଲିକ ସ୍କୁଲରୁ ସିଦ୍ଧି ମହାପାତ୍ର ଓ ଇଶା ପୁରୋହିତ, ସୁବର୍ଣ୍ଣପୁର ସଂଗ୍ରାମପୁର ହାଇ ସ୍କୁଲରୁ ଚନ୍ଦ୍ରିକା କର୍ଣ୍ଣ, ବଲାଙ୍ଗୀର ସଇଁତଳା ପବ୍ଲିକ ସ୍କୁଲରୁ ପ୍ରସଂଶା ପ୍ରିୟଦର୍ଶିନୀ ମହୁତି, ରାଜଗାଙ୍ଗପୁର ନିର୍ମଳା ଇଂଲିଶ ସ୍କୁଲରୁ ସୁଦୀକ୍ସା ନନ୍ଦ ଓ ଶେଷରେ ପାରାଦୀପ କେନ୍ଦ୍ରିୟ ବିଦ୍ୟାଳୟରୁ ସମୀକ୍ସା ସାହୁ।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories