ସୈନ୍ୟ ସଂଖ୍ୟା ୩ ଲକ୍ଷ ହ୍ରାସ କଲା ଚୀନ

0

ବେଜିଂ : ଚୀନ ଏହାର ସୈନ୍ୟ ସଂଖ୍ୟା ୩ଲକ୍ଷ ହ୍ରାସ କରିଛି। ଚୀନର ପିପୁଲ୍ସ ଲିବରେସନ ଆର୍ମିରେ ପୂର୍ବରୁ ୨୩ ଲକ୍ଷ ସୈନିକ ଥିବାବେଳେ ଏହାକୁ ହ୍ରାସ କରାଯାଇ ୨୦ଲକ୍ଷ କରାଯାଇଛି। ସୈନିକଙ୍କ ସଂଖ୍ୟା ହ୍ରାସ ନେଇ ସୋମବାର ଚୀନ ପ୍ରଧାନମନ୍ତ୍ରୀ ଲି କେକ୍ୱାଙ୍ଗ ନ୍ୟାସନାଲ ପିପୁଲ୍ସ କଂଗ୍ରେସ (ଏନପିସି)ର ବାର୍ଷିକ କାର୍ଯ୍ୟ ରିପୋର୍ଟରେ ଘୋଷଣା କରିଛନ୍ତି। ଲି କହିଛନ୍ତି ଯେ ସୈନିକଙ୍କ ସଂଖ୍ୟା ହ୍ରାସ କରିବା ପ୍ରକ୍ରିୟା ଶେଷ କରିସାରିଛି। ୨୦୧୫ରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସୈନ୍ୟ ହ୍ରାସ କରାଯିବା ସମ୍ପର୍କରେ ପ୍ରଥମେ ଘୋଷଣା କରିଥିଲେ। ଚୀନ ସେନାର ସରକାରୀ ଖବରକାଗଜ ଉଲ୍ଲେଖ କରିଛି ଯେ ସେନ୍ୟବାହିନୀରେ ଥିବା ଅଣ ସୈନିକ ବର୍ଗର କର୍ମଚାରୀଙ୍କୁ ହ୍ରାସ କରାଯାଇଛି। ୧୯୮୦ରେ ଚୀନର ସୈନିକଙ୍କ ସଂଖ୍ୟା ୪୫ଲକ୍ଷ ଥିଲା। ୧୯୮୫ରେ ଏହାକୁ ୨୩ଲକ୍ଷକୁ ହ୍ରାସ କରାଯାଇଥିଲା। ଏବେ ଏହାକୁ ୨୦ଲକ୍ଷକୁ ହ୍ରାସ କରାଯାଇଛି।

Leave A Reply