www.samajalive.in
Monday, December 15, 2025
15.1 C
Bhubaneswar

ଖଡିଆଳ ବ୍ଲକର ତିନୋଟି ପଞ୍ଚାୟତ ସଟଡାଉନ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ଅନ୍ତର୍ଗତ ତୁକଲା, ଦାବରୀ ଏବଂ ମାଣ୍ଡୋସିଲ ପଞ୍ଚାୟତକୁ ପଞ୍ଚାୟତର ସରପଞ୍ଚମାନେ ଜିଲାପାଳ କ୍ଷମତା ପ୍ରୟୋଗ କରି ସଟଡାଉନ ଘୋଷଣା କରିଛନ୍ତି। ବ୍ଲକର ତୁକଲା ସରପଞ୍ଚ ପଞ୍ଚାୟତକୁ ପୁଣି ଦ୍ୱିତୀୟ ଥର ସଟଡାଉନ ଘୋଷଣା କରିଛନ୍ତି। ତୁକଲାରୁ ୨ ଜଣ ପ୍ରବାସୀ ଶ୍ରମିକଙ୍କ କରୋନା ଲକ୍ଷଣ ଥିବା ନେଇ ରିପୋର୍ଟ ଆସିବା ପରେ ଗତକାଲି ରାତ୍ରିରେ ଚିକିତ୍ସା ସକାଶେ ଏହି ୨ ଜଣଙ୍କୁ କୋଭିଡ ଡାକ୍ତରଖାନା ନିଆଯାଇଥିବା କାରଣରୁ ପଞ୍ଚାୟତକୁ ସଟଡାଉନ ଘୋଷଣା କରିଥିବା ନେଇ ସରପଞ୍ଚ ଭଗତରାମ ମେହେର ସୂଚନା ଦେଇଛନ୍ତି। ତୁକଲା ଗ୍ରାମର ଜଣେ ମୁମ୍ବଇ ଫେରନ୍ତା ଯୁବକ ନେହେନା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ କ୍ୱାରେଣ୍ଟାଇନରେ ଥିଲେ। ହେଲେ ତାଙ୍କର ରିପୋର୍ଟ ଆସିବା ପୂର୍ବରୁ ଗତ ୨୭ ତାରିଖରେ ଉକ୍ତ ଯୁବକଙ୍କୁ ଛାଡି ଦିଆଯାଇଥିଲା। ସେ ତୁକଲା ଗ୍ରାମକୁ ଆସି ହୋମ କ୍ୱାରେଣ୍ଟାଇନରେ ଥିଲେ। ହେଲେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିବାରୁ ରବିବାର ରାତ୍ରିରେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଛି। ସେହିପରି ତୁକଲା ଗ୍ରାମର ଅନ୍ୟ ଜଣେ ଶ୍ରମିକ ଦାବରୀ କ୍ୱାରେଣ୍ଟାଇନରେ ଥିବାବେଳେ ତାଙ୍କର ପଜିଟିଭ ଆସିଥିବା ସୂଚନା ମିଳିଛି। ଏନେଇ ସରପଞ୍ଚ ୪୮ ଘଣ୍ଟିଆ ତୁକଲା ପଞ୍ଚାୟତ ସଟଡାଉନ ଘୋଷଣା କରିଛନ୍ତି। ସୋମବାର ସକାଳ ୬ ଘଣ୍ଟାରୁ ବୁଧବାର ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ଏହି ସଟଡାଉନ ଘୋଷଣା କରାଯାଇଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ତଥା ଦୋକାନକୁ ଛାଡି ଅନ୍ୟ ସବୁ ବନ୍ଦ ରହିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ସରପଞ୍ଚ ଗତ ମଇ ମାସ ୧୨ ତାରିଖ ଦିନ ପ୍ରବାସୀ ଶ୍ରମିକଙ୍କ ଆଗମନକୁ ଦୃଷ୍ଟିରେ ରଖି ୨୪ ଘଣ୍ଟିଆ ତୁକଲା ପଞ୍ଚାୟତ ସଟଡାଉନ ଘୋଷଣା କରିଥିଲେ। ସେହିପରି ଦାବରୀ ସ୍ଥିତ କ୍ୱାରେଣ୍ଟାଇନ କେନ୍ଦ୍ରରେ ୭ ଜଣଙ୍କ କରୋନା ପଜିଟିଭ ରିପୋର୍ଟ ଆସିବା ପରେ ଦାବରୀ ସରପଞ୍ଚ ନରେନ୍ଦ୍ର କୁମାର ହେର୍ଣ୍ଣା ୪୮ ଘଣ୍ଟିଆ ଦାବରୀ ପଞ୍ଚାୟତ ସଟଡାଉନ୍ ଘୋଷଣା କରିଛନ୍ତି। ଦାବରୀ ପଞ୍ଚାୟତର ୬ ଖଣ୍ଡ ଗ୍ରାମରେ ସୋମବାର ସକାଳ ୭ ଘଣ୍ଟାରୁ ବୁଧବାର ସକାଳ ୭ ଘଣ୍ଟା ପର୍ଯ୍ୟନ୍ତ ଏହି ସଟଡାଉନ ଲାଗୁ ହୋଇଥିବା ବେଳେ ଅତି ଅତ୍ୟାବଶ୍ୟକ ଦୋକାନକୁ ଛାଡି ଅନ୍ୟ ଦୋକାନ, ବଜାର ବନ୍ଦ ରହିବ ବୋଲି ନିର୍ଦ୍ଦେଶାନାମା ଜାରୀ କରିଛନ୍ତି। ଏହାସହ ପଞ୍ଚାୟତବାସୀ ନିଜ ନିଜ ଘରେ ରହିବେ ଏବଂ ବାହାର ପଞ୍ଚାୟତର ଲୋକଙ୍କୁ ଏଠାକୁ ଆସିବାକୁ ବାରଣ କରାଯାଇଛି। ଠିକ ସେହିପରି ବ୍ଲକର ମାଣ୍ଡୋସିଲ ପଞ୍ଚାୟତକୁ ମଧ୍ୟ ସରପଞ୍ଚ ରାଧେଶ୍ୟାମ ରଣା ୭୨ ଘଣ୍ଟିଆ ମାଣ୍ଡୋସିଲ ପଞ୍ଚାୟତ ସଟଡାଉନ ଘୋଷଣା କରିଛନ୍ତି। ଏହି ସଟଡାଉନ ସୋମବାର ସକାଳ ୭ ଘଣ୍ଟାରୁ ଗୁରୁବାର ସକାଳ ୭ ଘଣ୍ଟା ପର୍ଯ୍ୟନ୍ତ ଲାଗୁ ରହିବ। ଏଥିରେ ଅତି ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ ସବୁ ବନ୍ଦ ରହିବ ଏବଂ ଲୋକେ ନିଜ ନିଜ ଘରେ ସଟଡାଉନ ଘୋଷଣାକୁ ମାନି ରହିବେ ବୋଲି ନିର୍ଦ୍ଦେଶ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories