www.samajalive.in
Monday, December 15, 2025
15.1 C
Bhubaneswar

ଛତିଶଗଡ଼ ଭରତପୁର ଜଙ୍ଗଲରେ ପଙ୍ଗପାଳ: ପଶ୍ଚିମ ଓଡ଼ିଶାର ୬ ଜିଲାକୁ ବିପଦ, କାଲି ଲଖନପୁର ଯିବେ କୃଷି ବିଭାଗ ଟିମ୍

ଭୁବନେଶ୍ବର: ଛତିଶଗଡ଼ରେ ଏବେ ପଶିଛନ୍ତି ପଙ୍ଗପାଳ । ଛତିଶଗଡ଼ କୋରିଆ ଜିଲାର ଭରତପୁର ଜଙ୍ଗଲରେ ଏହି ପଙ୍ଗପାଳ ଉଡ଼ି ବୁଲୁଛନ୍ତି । ଲକ୍ଷଲକ୍ଷ ସଂଖ୍ୟାରେ ପଙ୍ଗପାଳଙ୍କୁ ଦେଖି ଛତିଶଗଡ଼ର ଚାଷୀ ଭୟଭୀତ ହୋଇ ପଡ଼ିଛନ୍ତି । ଓଡ଼ିଶା ସୀମାଠାରୁ ଭରତପୁର ଜଙ୍ଗଲ ମାତ୍ର ୨ଶହ କିଲୋମିଟର ଦୂର ହୋଇଥିବାରୁ ଓଡ଼ିଶାର ସୀମାନ୍ତବର୍ତୀ ଝାରସୁଗୁଡ଼ା ଓ ବରଗଡ଼ରେ ପଙ୍ଗପାଳ ପଶିବାର ଆଶଙ୍କା ସୃଷ୍ଟି ହୋଇଛି ।

Locust swarms (Representative image) | Bloomberg

ଅନ୍ୟପକ୍ଷରେ ଛତିଶଗଡ଼ରେ ପଙ୍ଗପାଳ ପଶିବା ପରେ ମୁକାବିଲା ନିମନ୍ତେ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।  ପଙ୍ଗପାଳ ଓଡ଼ିଶା ଆସିବ କି ନାହିଁ ତାହା ମୌସୁମୀ ଓ ପବନର ବେଗ ଉପରେ ନିର୍ଭର କରୁଛି।ଅନ୍ୟପଟେ ଓଡ଼ିଶାରେ ଜୁନ୍‌ରୁ ଜୁଲାଇ ୧୫ ଭିତରେ ପଙ୍ଗପାଳ ପହଞ୍ଚିପାରନ୍ତି । ଏମାନେ ପଶ୍ଚିମ ଓଡ଼ିଶାର ଝାରସୁଗୁଡା, ବରଗଡ଼, କଳହାଣ୍ଡି, ସୁନ୍ଦରଗଡ଼, ସମ୍ବଲପୁର ଓ ନୂଆପଡ଼ା ଭଳି ଜିଲ୍ଲାରେ ଉପଦ୍ରବ କରି ପାରନ୍ତି ବୋଲି ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଅନୁମାନ କରିବା ପରେ ବଢିଛି ସତର୍କତା। ଏନେଇ ରାଜ୍ୟର ଚାଷୀଙ୍କ ଭିତରେ ସଚେତନ ସୃଷ୍ଟି କରିବା, ପ୍ରତିଦିନ ସ୍ଥିତିର ଯାଞ୍ଚ ଓ ଆବଶ୍ୟକ କୀଟନାଶକ ମହଜୁଦ୍ ରଖିବାକୁ ରାଜ୍ୟ କୃଷି ବିଭାଗ ନିର୍ଦ୍ଦେଶ ଦେଇଛି ।

- Advertisement -

ପଙ୍ଗପାଳ ଛତିଶଗଡ଼ ରୁ ଝାରସୁଗୁଡା ସୀମାନ୍ତ ଲଖନପୁର ବ୍ଲକକୁ ପ୍ରଵେଶ ଆଶଙ୍କା ଥିବାରୁ ସୀମାନ୍ତବର୍ତୀ ଅଞ୍ଚଳର ଚାଷୀଙ୍କୁ ସଚେତନ କରାଯାଉଛି ଏବଂ ଆସନ୍ତା କାଲି ଓଡିଶା-ଛତିଶଗଡ଼ ସୀମାନ୍ତ ଲଖନପୁର ବ୍ଲକକୁ କୃଷି ବିଭାଗର ଦୁଇଟି ଟିମ ଗସ୍ତ କରି  ଚାଷୀଙ୍କ ସହ ଆଲୋଚନା କରିବେ ବୋଲି ଝାରସୁଗୁଡା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଲକ୍ଷ୍ମୀ ନାରାୟଣ ଶଥପଥି କହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories