www.samajalive.in
Monday, December 15, 2025
14.1 C
Bhubaneswar

କ୍ୱାରେଣ୍ଟାଇନ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ବିଧାୟକ

ଖଡିଆଳ : ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ନୂଆପଡା ଜିଲାରେ କ୍ୱାରେଣ୍ଟାଇନ ଅବଧି ବୃଦ୍ଧି ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି। ଅଧିରାଜ ପତ୍ରରେ ନୂଆପଡା ଜିଲାରେ ଦିନକୁ ଦିନ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହାର କ୍ୱାରେଣ୍ଟାଇନ ଅବଧି ୭ ଦିନ ବଦଳରେ ୧୪ ଦିନ ରଖିବାକୁ ଅନୁରୋଧ କରିଛନ୍ତି। ନୂଆପଡା ଜିଲା ଏକ ଦାଦନ ପ୍ରବଣ ଜିଲା ହୋଇଥିବାବେଳେ ଏଠାକାର ୭୦ ହଜାର ଶ୍ରମିକ ବାହାର ରାଜ୍ୟରେ ଦାଦନ ଖଟି ଯାଇଥିବା ନେଇ ସରକାରଙ୍କ ଶ୍ରମିକ ଆଗମନ ପଞ୍ଜିକରଣରେ ଜଣାପଡିଥିଲା। ବିଶେଷକରି ମହାରାଷ୍ଟ୍ରରୁ ଆସୁଥିବା ପ୍ରବାସୀ ଓଡିଆ ଦାଦନ ଶ୍ରମିକଙ୍କ ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କ୍ୱାରେଣ୍ଟାଇନ ଅବଧି ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି। ବର୍ତ୍ତମାନ କ୍ୱାରେଣ୍ଟାଇନରେ ପ୍ରବାସୀ ଶ୍ରମିକମାନଙ୍କୁ ମାତ୍ର ୭ ଦିନ ରଖି ସେମାନଙ୍କୁ ଛାଡି ଦିଆଯାଇ ହୋମ କ୍ୱାରେଣ୍ଟାଇନରେ ୭ ଦିନ ରହିବାକୁ ପରାମର୍ଶ ଦିଆଯାଉଛି। ହେଲେ ଶ୍ରମିକଙ୍କୁ ଛାଡି ଦେବା ପରେ ସେମାନଙ୍କ କରୋନା ପଜିଟିଭ ବାହାରୁଥିବାରୁ ବିଶେଷକରି ଗ୍ରାମାଞ୍ଚଳମାନଙ୍କରେ ଭୟର ବାତାବରଣ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି କ୍ୱାରେଣ୍ଟାଇନ କେନ୍ଦ୍ରରେ ୧୪ ଦିନ ରଖିବା ବ୍ୟବସ୍ଥା କରିବା ସହ ଶ୍ରମିକଙ୍କ ସ୍ୱାବ ପରୀକ୍ଷା ବାଧ୍ୟତାମୂଳକ କରାଯିବାକୁ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ନୂଆପଡା ଜିଲାରେ ଶ୍ରମିକମାନଙ୍କ କରୋନା ଲକ୍ଷଣ ଦେଖାନଦେଲେ କ୍ୱାରେଣ୍ଟାଇନ କେନ୍ଦ୍ରରୁ ସେମାନଙ୍କୁ ୭ ଦିନ ମଧ୍ୟରେ ଛାଡି ଦିଆଯାଉଥିଲେବେଳେ ସେମାନଙ୍କ କରୋନା ପଜିଟିଭ ବାହାରୁଥିବା ଦେଖିବାକୁ ମିଳିଛି। ଯେଉଁ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଛାଡି ଦିଆଯାଉଛି ସେହି ବ୍ୟକ୍ତି ପରିବାର, ସମ୍ପର୍କୀୟ, ଗ୍ରାମବାସୀ, ବନ୍ଧୁବାନ୍ଧବଙ୍କ ସହ ମିଳାମିଶା କରୁଥିବାରୁ କରୋନା ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଥିବାର ପ୍ରଚାର ହେଉଥିବାବେଳେ ବର୍ତ୍ତମାନ ଅଧିକାଂଶ ଗ୍ରାମରେ ଭୟର ବାତାବରଣ ଦେଖାଦେଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories