www.samajalive.in
Monday, December 15, 2025
27.1 C
Bhubaneswar

ପହିଲାରୁ ୩୪ କେନ୍ଦ୍ରରେ ହେବ +୨ ଖାତା ଦେଖା

ଭୁବନେଶ୍ବର : ଜୁନ୍ ପହିଲାରୁ ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ ହେବ । ରାଜ୍ୟର ୩୪ ଟି ଇ-ମୂଲ୍ୟାୟନ କେନ୍ଦ୍ରରେ ଅନ୍‌ଲାଇନ୍‌ରେ ଖାତା ଦେଖି ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍‌ଲାଇନ୍‌ରେ ଦୁଇଟି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ କରାଯିବ। ସକାଳ ୭ ଟା ୩୦ରୁ ମଧ୍ୟାହ୍ନ ୧୨ ଟା ୩୦ ଏବଂ ଦିନ ଗୋଟାଏ ତିରିଶ ମିନିଟରୁ ସନ୍ଧ୍ୟା ୬ଟା ୩୦ ଯାଏ ମୂଲ୍ୟାୟନ ଚାଲିବ । ପରେ ଅଫ୍ ଲାଇନ୍ ଖାତା ଦେଖା ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ତେବେ ମୂଲ୍ୟାୟନ ପ୍ରକ୍ରିୟାରେ ଅଧ୍ୟାପକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ଓଡ଼ିଶା ସରକାରୀ କଲେଜ ଶିକ୍ଷକ ସଂଘ ଦାବି କରିଛି । ସଂଘ ସଭାପତି ଡ.ମାନସ ବେହେରାଙ୍କ ନେତୃତ୍ବରେ ପ୍ରତିନିଧି ଦଳ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ମୂଲ୍ୟାୟନରେ ନିୟୋଜିତ ଅଧ୍ୟାପକଙ୍କୁ ଖାଦ୍ୟ, ମାସ୍କ. ସାନିଟାଇଜର ପ୍ରଦାନ ସହ ଅନ୍ୟ ସୁବିଧା ଯୋଗାଇଦେବାକୁ ସଂଘ ଅନୁରୋଧ କରିଛି । ସେହିପରି ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଇଁ ଦାବି କରାଯାଇଛି । ଏହା ବ୍ୟତୀତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦରେ ପ୍ରଶାସନିକ ଅଧିକାରୀଙ୍କ ବଦଳରେ ଶିକ୍ଷାବିତ୍‌ଙ୍କୁ ନିଯୁକ୍ତ କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories