www.samajalive.in
Monday, December 15, 2025
27.1 C
Bhubaneswar

ଓଡ଼ିଶାରେ ଖୋଲୁ ଏନ୍‌ଆର୍‌ଆଇ ସେଲ୍‌ ; କ୍ବାରେଣ୍ଟାଇନ୍‌ ବ୍ୟବସ୍ଥା ସହ ମିଳୁ କର୍ମନିଯୁକ୍ତି ସୁଯୋଗ

 ଜୁମ୍‌ ଆପ୍‌ ଯୋାଗେ ବିଦେଶୀ ପ୍ରବାସୀ ଓଡ଼ିଆଙ୍କ ସହ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର : କରୋନା ଭୂତାଣୁ କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଉପୁଜୁଥିବା ଅସ୍ୱାଭାବିକ ପରିସ୍ଥିତିରେ ସାରା ବିଶ୍ୱ ଗତି କରୁଥିବାବେଳେ ଏହାର ମୁକାବିଲା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହିତ ଜୁମ୍‌ ଆପ୍‌ ଯୋଗେ କଥା ହୋଇଥିଲେ। ଏହି ଅବସରରେ ପ୍ରବାସୀ ଓଡ଼ିଆମାନେ କୋଭିଡ୍‌ ପରିପ୍ରେକ୍ଷୀରେ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏଥି ସହିତ ବିଦେଶରୁ ଫେରିବା ପାଇଁ ଆଗ୍ରହୀ ପ୍ରବାସୀ ଓଡ଼ିଆମାନଙ୍କ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଓ ବେସାମରିକ ବିମାନ ମନ୍ତ୍ରାଳୟ ସହିତ ଯୋଗାଯୋଗ କରିବା ପାଇଁ ପ୍ରବାସୀମାନେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ କହିଥିଲେ। ଏଥି ନିମନ୍ତେ ସେମାନଙ୍କ ପାଇଁ ଏକ ଏନ୍‌ଆର୍‌ଆଇ ସେଲ୍‌ ଖୋଲିବା ଏବଂ ବିଦେଶରେ ରହୁଥିବା ଓଡ଼ିଆଙ୍କ ଡାଟାବେସ୍‌ ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ଅନୁରୋଧ କରିଥିଲେ। ଯେଉଁ ଓଡ଼ିଆ ଶ୍ରମିକମାନେ ବିଦେଶରୁ ଫେରିବେ ସେମାନଙ୍କ ପାଇଁ ଓଡ଼ିଶାରେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା ସହ କର୍ମନିଯୁକ୍ତି ବ୍ୟବସ୍ଥା କରିବା ପାଇଁ ମଧ୍ୟ ପ୍ରବାସୀମାନେ ଅନୁରୋଧ କରିଥିଲେ। ଓଡ଼ିଶାରେ କୋଭିଡ୍‌ର ମୁକାବିଲା ନିମନ୍ତେ ସେମାନେ ଯଥାସାଧ୍ୟ ସାହାଯ୍ୟ ଓ ସହଯୋଗ ଯୋଗାଇଦେବେ ବୋଲି ପ୍ରବାସୀମାନେ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ବାହାରିନ୍‌, କୁଏତ୍‌, କ୍ୱାତାର, ସାଉଦି ଆରବ, ଓମାନ୍‌, ୟୁନାଇଟେଡ୍‌ ଆରବ୍‌ ଏମିରଟସ୍‌, କାନାଡା, ନରେୱ, ଦକ୍ଷିଣ ଆଫ୍ରିକା, ନିଉଜିଲାଣ୍ଡ, ଜର୍ମାନୀର ୨୯ ଜଣ ଡାକ୍ତର, ଇଂଜିନିୟର ଓ ଆଇଟି ପ୍ରଫେସନାଲ୍‌ ପ୍ରବାସୀ ଓଡ଼ିଆଙ୍କ ସହିତ ଆଲୋଚନା କରିଥିଲେ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ସଫଳତାର ସହ କୋଭିଡ୍‌-୧୯ ସଂକ୍ରମଣର ମୁକାବିଲା କରାଯାଇଥିବା ବିଷୟରେ କହିଥିବାବେଳେ ସେହି ସବୁ ଦେଶରେ କୋଭିଡ୍‌-୧୯ ସଂକ୍ରମଣ ଏବଂ ପ୍ରବାସୀ ଓଡ଼ିଆମାନଙ୍କ ସ୍ଥିତି ସଂପର୍କରେ ପଚାରି ବୁଝିଥିଲେ। କୋଭିଡ୍‌ ସଂକ୍ରମଣରେ ଓଡ଼ିଶାରେ ମୃତ୍ୟୁହାର ୦.୪୨ ପ୍ରତିଶତ ଯାହାକି ବିଶ୍ୱରେ ସବୁଠାରେ କମ। କୋଭିଡ୍‌ ମୁକାବିଲା କରିବା ପାଇଁ ଅତି କମ୍‌ ସମୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରତିଷ୍ଠା କରାଯାଇପାରିଛି। ରାଜ୍ୟର ୬୭୯୮ ଗ୍ରାମପଞ୍ଚାୟତରେ ୭,୩୮,୬୦୨ଟି ଶଯ୍ୟା ସୁବିଧା ଥାଇ ୧୬,୬୪୪ ଅସ୍ଥାୟୀ ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ର ପ୍ରତିଷ୍ଠା କରାଯିବା ସହ ଲୋକମାନଙ୍କ ଖାଦ୍ୟ ନିରାପତ୍ତା ପାଇଁ ପର୍ୟ୍ୟାପ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories