www.samajalive.in
Sunday, December 14, 2025
23.1 C
Bhubaneswar

ବଢ଼ିଲା ଓଜେଇଇ ପଞ୍ଜୀକରଣ ଅବଧି

ଭୁବନେଶ୍ବର : କରୋନା ମୁକାବିଲା ନେଇ ଲକ୍‌ଡାଉନ୍ ଚାଲିଥିବାରୁ ବି.ଟେକ୍ ନାମଲେଖା ପାଇଁ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ନିମନ୍ତେ ସ୍ବତନ୍ତ୍ର ଓଜେଇଇ ପଞ୍ଜୀକରଣ ଅବଧିକୁ ୧୫ଦିନ ବୃଦ୍ଧି କରାଯାଇଛି । ସେହିଭଳି ଅନ୍ୟ ବୈଷୟିକ ପାଠ୍ୟକ୍ରମ ନାମଲେଖା ନିମନ୍ତେ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ପାଇଁ ଚାଲିଛି ଅନ୍‌ଲାଇନ୍ ପଞ୍ଜୀକରଣ। ଏହାର ସମୟ ସୀମାକୁ ମଧ୍ୟ ୭ଦିନ ବଢାଇ ଦିଆଯାଇଛି। ଏ ସଂକ୍ରାନ୍ତରେ ଶନିବାର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ନୋଟିସ୍‌ ପ୍ରକାଶ ପାଇଛି। ସ୍ବତନ୍ତ୍ର ଓଜେଇଇ ପାଇଁ ପଞ୍ଜୀକରଣ ଶେଷ ତାରିଖ ଜୁନ୍ ୧୫ ରହିଛି। ଏହାରି ଭିତରେ ଆଶାୟୀ ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟକୁ ଯାଇ ପଞ୍ଜୀକରଣ କରିବାକୁ କୁହାଯାଇଛି। ଶେଷ ମୁହୂର୍ତ୍ତରେ ପଞ୍ଜୀକରଣ କରୁଥିବା ଛାତ୍ରଛାତ୍ରୀ ଜୁନ୍ ୨୦ ସୁଦ୍ଧା ଫି ଦାଖଲ କରିବେ। ପୂର୍ବରୁ ମେ ୩୧ ଯାଏଁ ପଞ୍ଜୀକରଣ କରିବାର ସମୟ ଦିଆଯାଇ ଥିବା ଛାତ୍ରଛାତ୍ରୀଙ୍କୁ।
ସେହିପରି ଏମ୍‌ବିଏ, ଏମ୍‌ସିଏ, ଡିପ୍ଲୋମା, ବି.ଫାର୍ମା, ଏମ୍‌.ଫାର୍ମା, ବି.ଆର୍କ, ଏମ୍‌.ଆର୍କ ଏବଂ ଲାଟେରାଲ ଏଣ୍ଟ୍ରି ଏମ୍‌ବିଏ ଏବଂ ଏମ୍‌ସିଏ ଆଦି ପାଠ୍ୟକ୍ରମରେ ନାମଲେଖାଇବା ନିମନ୍ତେ ଅନ୍‌ଲାଇନ୍ ପଞ୍ଜୀକରଣ ଅବଧି ମେ ୩୧ ପର୍ଯ୍ୟନ୍ତ ଥିଲା। ତେବେ ଲକ୍‌ଡାଉନ୍ ବଢିବା ସମ୍ଭାବନାକୁ ନେଇ ପଞ୍ଜୀକରଣ ଅବଧି ଜୁନ୍ ୭ ଯାଏଁ ବୃଦ୍ଧି କରାଯାଇଛି। ଶେଷ ମୁହୂର୍ତ୍ତରେ ପଞ୍ଜୀକରଣ କରୁଥିବା ଛାତ୍ରଛାତ୍ରୀ ଜୁନ୍ ୧୦ ସୁଦ୍ଧା ଫି ଦାଖଲ କରିପାରିବେ। ପରୀକ୍ଷା ତାରିଖ ଏବଂ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ଼ କରିବା ସଂକ୍ରାନ୍ତରେ ୩୧ ପରେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ନୋଟିସ୍‌ରେ ଉଲ୍ଲେଖ କରିଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories