ଏଣିକି ଡଙ୍ଗାରେ ଲାଗିବ ଜିପିଏସ୍
କଟକ: ଡଙ୍ଗାର ଗତିବିଧି ଉପରେ ନଜର ରଖିବା ପାଇଁ ଜିପିଏସ ଲାଗିବ ବୋଲି ନିଷ୍ପତ୍ତି ହୋଇଛି । ଏହା ସହ ଡଙ୍ଗାରେ ଜଣେ ଅନୁଧ୍ୟାନକାରୀ ରହିବା ସହ ଲାଇଫ ଜ୍ୟାକେଟ ପିନ୍ଧିବା ପାଇଁ ଦିଆଯିବ । ନିୟମ ଉଂଲଘନ କଲେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ, ଗତ ଶନିବାର କାଳୀଜାଇ ଦର୍ଶନ ସାରି ଫେରୁଥିବା ବେଳେ ଚିଲିକା ମଝିରେ ଡଙ୍ଗା ବୁଡି ୬ ଜଣଙ୍କ ମୃତ୍ୟୁ ଖଟିଥିଲା।