www.samajalive.in
Tuesday, December 9, 2025
17.1 C
Bhubaneswar

ଭକ୍ତକୁ ବଡଦାଣ୍ଡ ମନା ; ସୀମିତ ସେବକଙ୍କୁ ନେଇ ସ୍ନାନଯାତ୍ରା 

ଭୁବନେଶ୍ବର: ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଶନିବାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯଇଛି। ବୈଠକର ନିଷ୍ପତ୍ତି ପରେ କମିଟି ଅଧ୍ୟକ୍ଷ ଗଜପତି ମହାରାଜ ଗଣମାଧ୍ୟମଙ୍କୁ ସୂଚନ ଦେଇଛନ୍ତି।

ସୂଚନା ଅନୁଯାୟୀ, ସ୍ନାନଯାତ୍ରା ବିଧିବିଧାନ ଅନୁସାରେ କରିବାକୁ ନିଷ୍ପତ୍ତି ହୋଇଛି। କୌଣସି ଦର୍ଶନାର୍ଥୀଙ୍କ ପାଇଁ  ଶ୍ରୀମନ୍ଦିର ଖୋଲାଯାଇ ପାରିବ ନାହିଁ। ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ଖୋଲିଲେ ଭକ୍ତଙ୍କୁ ଅଟକାଇବା କଷ୍ଟକର ହେବ। ଅସମ୍ଭାଳ ଭିଡକୁ ଦୃଷ୍ଟିରେରଖି ଏହି ନିଷ୍ପତ୍ତି ନିଆଯାଇଛି । ସ୍ନାନଯାତ୍ରା ନେଇ ଛତିଶା ନିଯୋଗର ନିଷ୍ପତ୍ତିକୁ ଗ୍ରହଣ କରାଯିବ। ଶ୍ରୀମନ୍ଦିର ପରିସରରେ ସ୍ନାନଯାତ୍ରା ହେଉଥିବାରୁ ସନ୍ନଯାତ୍ରା ପାଇଁ କୌଣସି ଅସୁବିଧା ନାହିଁ । ସୀମିତ ସେବକଙ୍କୁ ନେଇ ସ୍ନାନଯାତ୍ରା କରାଯିବ। ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ ହେତୁ ସାହାଣମେଲା ଦର୍ଶନ ବନ୍ଦ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସ୍ନାନଯାତ୍ରା ସିଧା ପ୍ରସାରଣ ଦାୟିତ୍ବ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଦିଆଯାଇଛି। ସାରା ଦୁନିଆ ଲୋକେ ଯେଭଳି ଟିଭିରେ ଦେଖିବେ ସେ ନେଇ ବ୍ୟବସ୍ଥା କରାଯିବ

- Advertisement -

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories