ଦୁର୍ଦ୍ଦିନରେ ପଟ୍ଟଚିତ୍ର ଶିଳ୍ପୀ : ସରକାରୀ ସହାୟତା ଦାବି
ସୁଆଣ୍ଡୋ : ବିଶ୍ୱ ଆଜି କରୋନା କବଳରେ। ଜନଜୀବନ ଅସ୍ତବ୍ୟସ୍ତ। ସବୁ ବର୍ଗର ଲୋକମାନେ ଜୀବୀକା ହରେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେହିପରି କଥା କହୁଥିବା ନିର୍ଜୀବ ତୂଳୀର ସ୍ପର୍ଶରେ ଜୀବନ୍ତ ପାରମ୍ପରିକ ପଟ୍ଟଚିତ୍ର କରି ସମସ୍ତଙ୍କ ମନ ମୋହୁ ଥିବା କାରିଗରମାନେ ଏବେ ଘରେ ବସିଛନ୍ତି। କରୋନା ଛଡେଇ ନେଇଛି ବେଉସା। ଓଡିଶାର କଳାକୃତିର ଝଲକ ପଟ୍ଟଚିତ୍ର ମାଧ୍ୟମରେ ପରିପ୍ରକାଶ କରି ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ତାହା ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ସେମାନଙ୍କର କଳାକୃତି ଏବେ କାନଭାସ୍ ଘରେ ତିନିମାସ ହେଲା ପଡି ରହିଛି।
ପୁରୀଜିଲା ନିମାପଡ଼ା ରଘୁରାଜପୁର ପିପିଲି ସତ୍ୟବାଦୀ ଆଦି ଅଞ୍ଚଳର ସହସ୍ରାଧିକ ପୁରୁଷ ମହିଳା ଶହ ଶହ ବର୍ଷ ଧରି ଏହି କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ସରକାର କରୋନା ମାଡରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ଅନେକ ସାହାଯ୍ୟ ସହଯୋଗ କରି ସାହାରା ହୋଇଥିବାବେଳେ ପଟ୍ଟଚିତ୍ର କାରିଗରମାନଙ୍କ କଥା ବୁଝୁ ନାହାଁନ୍ତି ବୋଲି ଶିଳ୍ପୀ ସୌଦାମିନୀ ସ୍ୱାଇଁ ଓ ସଂଘ ଆବାହକ ଶରତଚନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି। ତେବେ ପଟ୍ଟଚିତ୍ର କାରିଗରମାନଙ୍କୁ ସରକାରୀ ସହାୟତା ଦିଆଯିବାକୁ ଗରିବ ଶିଳ୍ପୀମାନଙ୍କ ପକ୍ଷରୁ ଦାବି ହେଉଛି।
Comments are closed.