www.samajalive.in
Monday, December 15, 2025
16.1 C
Bhubaneswar

ପରଲୋକଗତ ମାଲିକଙ୍କୁ ୩ ମାସ ହେଲା ଉହାନ ଡ଼ାକ୍ତରଖାନାରେ ଚାହିଁ ବସିଛି ପୋଷା କୁକୁର

ଉହାନ: ମାଲିକ ପ୍ରତି କୁକୁରର ବିଶ୍ବସ୍ତତା ସର୍ବଜନବିଦିତ । ବିଶ୍ବରେ ଏ ନେଇ ଅନେକ କାହାଣୀ ରହିଛି, ଉଦାହରଣ ବି ଅନେକ । ମାତ୍ର ଗୋଟିଏ ସାନ କୁକୁର ଛୁଆ ତା’ର ମାଲିକର ବାଟ ଚାହିଁ ୩ ମାସ ହେଲା ଏକ ଡ଼ାକ୍ତରଖାନାରେ ବସି ରହିବା ଘଟଣା ଅନେକଙ୍କ ହୃଦୟକୁ ତରଳାଇ ଦେବ । ଘଟଣାଟି ଘଟିଛି ଚୀନର ସବୁଠାରୁ କରୋନାଗ୍ରସ୍ତ ଅଞ୍ଚଳ ଉହାନରେ । ଉହାନର ଏକ ଡ଼ାକ୍ତରଖାନାରେ ମୋଙ୍ଗରାଲ ପ୍ରଜାତିର ଏହି କୁକୁର ଛୁଆଟି ତାର ମାଲିକଙ୍କୁ ୩ ମାସ ହେଲା ଅପେକ୍ଷା କରିଛି । କିନ୍ତୁ ବିଡ଼ମ୍ବନା ହେଉଛି ତା’ର ମାଲିକ ଆଉ ଏ ଦୁନିଆରେ ନାହାନ୍ତି ସେ କଥା କୁକୁରଛୁଆଟିକୁ ଜଣା ନାହିଁ । ଡ଼ାକ୍ତରଖାନାରେ ଭର୍ତି ହେବାର ୫ ଦିନ ପରେ ତାର ମାଲିକ କରୋନାରେ ମୃତ୍ୟୁବରଣ କରିଛନ୍ତି ଏ କଥା ବି ସେ ବୁଝିପାରି ନାହିଁ । କୁକୁରଟିର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ତାକୁ ଡ଼ାକ୍ତରଖାନ କର୍ତ୍ତୃପକ୍ଷ ଏକ କୁକୁର ଆଶ୍ରୟସ୍ଥଳକୁ ପଠାଇ ଦେଇଛନ୍ତି । ହେଲେ ମୂକ ପଶୁଟିର ମାଲିକ ପ୍ରତି ଭଲପାଇବା ଓ ବିଶ୍ବସ୍ତ ଭାବ ଅନେକଙ୍କ ହୃଦୟକୁ ତରଳାଇ ଦେଇଛି ।

 

- Advertisement -

ସୂଚନା ଅନୁସାରେ ଜଣେ କରୋନା ରୋଗୀକୁ ଡ଼ାକ୍ତରଖାନା ଅଣାଯିବା ବେଳେ ଏହି କୁକୁରଟି ତାଙ୍କୁ ଅନୁସରଣ କରି ଆସିଥିଲା। ତାକୁ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ଯେତେ ଗୋଡ଼ାଇଲେ ମଧ୍ୟ ସେ ବାହାରକୁ ଯାଉ ନ ଥିଲା । ଯେଉଁ ରୋଗୀ ସହ କୁକୁରଟି ଆସିଥିଲା ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ମାତ୍ର କୁକୁର ଏ କଥା ଜାଣି ନ ଥିଲା । ସେ ଡ଼ାକ୍ତରଖାନା ଲବିରେ ସବୁବେଳେ ଶୋଇ ରହୁଥିଲା । ଅନେକ ଥର ହସ୍ପିଟାଲରୁ ବାହାର କରିବା ପାଇଁ ଚେଷ୍ଟା କରାଗଲା । କିନ୍ତୁ ସେ ସବୁଥର ଫେରି ଆସୁଥିଲା । ସେ ନିଜ ମାଲିକର ଫେରିବା ବାଟକୁ ଅପେକ୍ଷା କରି ରହିଥିଲା ।

ଡ଼ାକ୍ତରଖାନାର ଜଣେ ସ୍ବାସ୍ଥ୍ୟ କର୍ମୀ ୱୁ କ୍ୟୁଫେନ୍ ଦୟା  ପରବଶ ହୋଇ କୁକୁରଟିକୁ ଖାଦ୍ୟ ଖୁଆଉଥିଲେ । ତାଙ୍କୁ କୁକୁରର ନାଁ ଜଣା ନ ଥିଲା ଓ ତାକୁ ସେ ବାଓ ନାମରେ ଡ଼ାକିବା ଆରମ୍ଭ କଲେ ।  ଏହାପରେ ଯେତେବେଳେ ତାକୁ ଡ଼ାକ୍ତରଖାନାରୁ ବାହାରି କରିବା ସମ୍ଭବ ନ ହେଲା ଶେଷରେ ଏକ ପଶୁ ସୁରକ୍ଷା ସଙ୍ଗଠନର ସହାୟତା ଲୋଡ଼ିଲେ । ଏହି ସଂଗଠନ ବାଓକୁ କୁକୁର ଆଶ୍ରୟସ୍ଥଳରେ ରଖିଛନ୍ତି ଓ ସେଠାରେ ତାର ଚିକିତ୍ସା କରାଯାଉଛି ।

ଏହି ଖବର ୱିୁ କ୍ୟୁଫେନ୍ ଟ୍ବିଟ୍ କରିବା ପରେ ବିଶ୍ବରେ ତାହା ବେଶ୍ ଚର୍ଚିତ ହୋଇଛି । ମାଲିକ ମୃତ୍ୟୁ ୯ ବର୍ଷ ପର୍ଯ୍ୟନ୍ତ ଷ୍ଟେସନରେ ତାଙ୍କୁ ପ୍ରତିଦିନ ଅପେକ୍ଷା କରିଥିବା ଜାପାନୀ କୁକୁର ହଚିକୋ ସହ ଅନେକ ତାହାର ତୁଳନା କରିବା ଆରମ୍ଭ କରିଛନ୍ତି । ସେହିପରି ଇଂଲଣ୍ଡରେ ଗୋଟିଏ ଝିଅର କଫିନ୍ ନିକଟରେ ତାର ପୋଷା କୁକୁରଟି ପ୍ରତିଦିନ ବସି ରହିବା, ଜର୍ମାନରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ମଧ୍ୟ କୁକୁରଟି ତାଙ୍କର ପ୍ରିୟ ଗୋଲାପ ଗଛ ନିକଟରେ ଲୁହ ଗଡ଼ାଉଥିବା ଘଟଣା ପରି ଚୀନର ବାଓର କାହାଣୀ ଏବେ ବେଶ୍ ଚର୍ଚାରେ ରହିଛି ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories