www.samajalive.in
Monday, December 8, 2025
16.1 C
Bhubaneswar

କେନ୍ଦୁଝରରେ ଆଉ ୪ କରୋନା ପଜିଟିଭ ଚିହ୍ନଟ

କେନ୍ଦୁଝରଗଡ : ଚମ୍ପୁଆରୁ ରବିବାର ସନ୍ଧ୍ୟାରେ ଜଣେ, ସୋମବାର ହରିଚନ୍ଦନପୁର ବ୍ଲକ ଜିରାଙ୍ଗ ପଞ୍ଚାୟତରୁ ଜଣେ, ପାଟଣା ବ୍ଲକ ଓ ହାଟଡ଼ିହି ବ୍ଲକର ଜଣେ ନୂତନ କରୋନା ପଜିଟିଭ ଚିହ୍ନଟକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି।
ଚମ୍ପୁଆ ବିଜ୍ଞାପିତ ପରିଷଦ ଅଞ୍ଚଳରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ମୁମ୍ବଇ ଫେରନ୍ତା ବୋଲି ବିଶେଷସୂତ୍ରରୁ ଜଣାପଡିଛି। ସମ୍ପୃକ୍ତ ଆକ୍ରାନ୍ତଙ୍କ ବୟସ ୪୭ବର୍ଷ ହୋଇଥିବା ବେଳେ ସେ ଚଳିତମାସ ୧୭ ତାରିଖର ମୁମ୍ବଇସ୍ଥିତ ଭିଲି ୱେଷ୍ଟ ପ୍ରେମନଗର ଅଞ୍ଚଳରୁ ଏକ ବସ୍‍ ଯୋଗେ ଆସି କେନ୍ଦୁଝରରେ ପହଞ୍ଚିବା ପରେ ତାଙ୍କୁ ଚମ୍ପୁଆ ଆଦର୍ଶ ବିଦ୍ୟାଳୟ ପରିସର କ୍ୱାରେଣ୍ଟାଇନରେ ରଖାଯାଇଥିଲା। ୨୦ତାରିଖ ତାଙ୍କ ଠାରୁ ସ୍ୱାବ୍‍ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠା ଯାଇଥିବା ବେଳେ ରବିବାର ସନ୍ଧ୍ୟାରେ ସେ କରୋନା ପିଜିଟିଭ ଆକ୍ରାନ୍ତ ଥିବା ରିପୋର୍ଟ ପହଞ୍ଚିବା ପରେ ତାଙ୍କୁ ତୁରନ୍ତ କଟକସ୍ଥିତ ‘ଅଶ୍ୱିନୀ କୋଭିଡ-୧୯ ହସ୍ପିଟାଲ’କୁ ସ୍ଥାନାନ୍ତର କରାଯାଇଛି। କରୋନା ଆକ୍ରାନ୍ତ ଏହି ବ୍ୟକ୍ତିଙ୍କ ଟ୍ରାଭେଲ ହିଷ୍ଟ୍ରି ଜଣାପଡିବା ପରେ ସେ ମୋଟ ୨୦୯ଜଣଙ୍କ ସହ କଣ୍ଟାକ୍ଟ ଟ୍ରେସିଂ ଆସିଥିବା ଜଣାପଡିଛି। ସେଥିମଧ୍ୟରୁ ମୁମ୍ବଇରୁ ବସ୍‍ ଯୋଗେ ଆସିଥିବା ମୋଟ ୨୪ଜଣ ପ୍ରବାସୀଙ୍କ ମଧ୍ୟରୁ ୨୩ଜଣ କେବଳ ମୟୁରଭଞ୍ଜ ଜିଲାର ବୋଲି ଜଣାପଡିଛି। ସମ୍ପୃକ୍ତ ବ୍ୟକ୍ତିଜଣଙ୍କ କରୋନା ପିଜିଟିଭ ଚିହ୍ନଟ ହେବାପରେ ସମ୍ପୃକ୍ତ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିବା ପ୍ରାୟ ୨୪ଜଣ ଓ ତାଙ୍କ ଦେଖାଶୁଣା କରୁଥିବା ସ୍ଥାନୀୟ କେତେକ କରୋନା ଯୋଦ୍ଧାଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠା ଯାଇଥିବା ବିଶେଷସୂତ୍ରରୁ ଜଣାପଡିଛି। ସେହିଭଳି ସମ୍ପୃକ୍ତ କ୍ୱାରେଣ୍ଟାଇନ ସେଣ୍ଟରକୁ ଆସନ୍ତା ୭ଦିନ ପାଇଁ କଣ୍ଟେମେଣ୍ଟ ଜୋନ ଘୋଷଣା କରାଯାଇ ସମ୍ପୃକ୍ତ କେନ୍ଦ୍ରର ୩ଶହ ମିଟର ଚତୁଃପାର୍ଶ୍ବକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ କୌଣସି ବ୍ୟକ୍ତିବିଶେଷଙ୍କୁ ଯାତାୟାତ ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ଜଣାପଡ଼ିଛି।
ସେହିପରି ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତରୁ ସୋମବାର ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ସମ୍ପୃକ୍ତ ଆକ୍ରାନ୍ତ ଜଣକ ଗୁଜରାଟର ଅହମ୍ମଦାବାଦରୁ ଚଳିତ ମାସ ୧୯ରେ ଫେରି ସ୍ଥାନୀୟ କ୍ବାରେଣ୍ଟାଇନ ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ତାଙ୍କର ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସେ କରୋନା ପଜିଟିଭ ଆକ୍ରାନ୍ତ ଥିବା ସୋମବାର ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି।
ସେହିପରି ପାଟଣା ବ୍ଲକ୍ ଅନ୍ତର୍ଗତ ଚେମଣା ନୋଡାଲ ହାଇସ୍କୁଲ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ତଥା ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ପ୍ରବାସୀ ୨୪ ବର୍ଷୀୟ ଯୁବକଙ୍କ ସ୍ୱାବ୍ ରିପୋର୍ଟ ଆସିବା ପରେ ତାଙ୍କ ଠାରେ କରାେନା ପଜିଟିଭ୍ ଥିବା ଜଣାପଡିଛି। ଫଳରେ ତାଙ୍କୁ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ ନେବାପାଇଁ ପାଟଣା ବ୍ଲକ୍ ପ୍ରଶାସନ , ପାଟଣା ସ୍ବାସ୍ଥ୍ୟ ବିଭାଗ ଟିମ୍ ଓ ତୁରୁମୁଙ୍ଗା ପୁଲିସ ଚେମଣା ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚିଛି। ଆକ୍ରାନ୍ତ ଯୁବକ ଜଣକ ଗୁଜରାଟର ଅହମ୍ମଦାବାଦରୁ ଫେରିବାପରେ ଚେମଣା ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ପାଟଣା ତହସିଲଦାର ଶିବପ୍ରସାଦ ମୁର୍ମୁ ମଧ୍ୟ ସେଠାରେ ଉପସ୍ଥିତ ଥିବା ଜଣାପଡିଛି। ଚେମଣା ପଞ୍ଚାୟତ ର ଏହି ସଙ୍ଗରୋଧ କେନ୍ଦ୍ର ରେ ଏବେ ୧୭ ଜଣ ପ୍ରବାସୀ ରହୁଥିବା ଜଣାପଡିଛି।
ସେହିପରି ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତର ଜଣେ ୪୦ ବର୍ଷିୟ ଯୁବକ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି। ସେ ଚେନ୍ନଇରୁ ଫେରି ଆଇତିପୁର ପଞ୍ଚାୟତ ସଂଗରୋଧ କେନ୍ଦ୍ରରେ ରହିଥିଲେ। ୨୨ ତାରିଖରେ ତାଙ୍କର କରୋନା ଲକ୍ଷଣ ଜଣ ପଡ଼ିବାରୁ ତାଙ୍କୁ କେନ୍ଦୁଝର ନିଆଯାଇଥିଲା । ସେଠାରେ ତାଙ୍କର କେ଼ାରୋନା ପଜିଟିଭ୍ ଥିବା ଜଣା ଯାଇଛି। ବ୍ଲକ୍ ରେ ଏହାକୁ ଲଗାଇ ୯ ଜଣା ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ,ଏହା ପୂର୍ବରୁ ଜିଲାରେ ୧୧ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସୋମବାର ୪ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୧୫ରେ ପହଞ୍ଚିଛି। ମୋଟ ୧୫ଜଣ କରୋନା ଚିହ୍ନଟଙ୍କ ମଧ୍ୟରୁ ହାଟହିହି ବ୍ଲକରୁ କେବଳ ୯ଜଣ ଚିହ୍ନଟ ହେବା ଉକ୍ତ ବ୍ଲକ ଅଞ୍ଚଳବାସୀ ପ୍ରବାସୀ ଫେରନ୍ତାଙ୍କୁ ନେଇ ବେଶ୍‍ ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି। ଏହାଛଡ଼ା ଚମ୍ପୁଆ ଆକ୍ରାନ୍ତଙ୍କ ସଂପର୍କରେ ଜିଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଥିବାବେଳେ ଅନ୍ୟ ଆକ୍ରାନ୍ତଙ୍କ ସମ୍ପର୍କରେ ପ୍ରଶାସନ ପକ୍ଷରୁ କିଛି ସୂଚନା ଦିଆଯାଇନି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories