www.samajalive.in
Wednesday, December 10, 2025
26.1 C
Bhubaneswar

କୃଷିକ୍ଷେତ୍ରରରେ ନିଷେଧ ହେଲା ୨୭ ପ୍ରକାର କୀଟନାଶକ

ପାଟଣା : ଡେରିରେ ହେଉପଛେ ଦେଶରେ କୃଷି କ୍ଷେତ୍ରରେ ବ୍ୟାପକ ଓ ଉତ୍କଟ କୀଟନାଶକ ପ୍ରୟୋଗ ଏବଂ ବହୁଳ ବ୍ୟବହାର କିଭଳି ଦୂରାରୋଗ୍ୟ ରୋଗକୁ ନିମନ୍ତ୍ରଣ କରୁଛି ତାହାକୁ ହୃଦୟଙ୍ଗମ କରିଛନ୍ତି ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ । ବିଭଗ ପକ୍ଷରୁ ଗତ ମଇ ୧୪ ତାରିଖ ଜାରି ପତ୍ରରେ ଦେଶରେ ବ୍ୟବାହର କରାଯାଉଥିବା ୨୭ ପ୍ରକାରର କୀଟନାଶକକୁ ନିଷେଧ କରାଯାଇଛି । ଏପରିକି ଆଗାମୀ ଦିନରେ ଏହାର ଉତ୍ପାଦନ ମଧ୍ୟ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି ।

ଏହି ସବୁ କୀଟନାଶକ ମଧ୍ୟରେ ଏସଫେଟ୍, ଅଲଟ୍ରାଜାଇନ, ବେନଫୁରାକାରବ୍, ବୁଟାକ୍ଲୋର, କେପଟନ୍, କାରବେନଡେଜିମ୍, କାର୍ବୋଫ୍ୟୁରାନ୍, କ୍ଲୋରପ୍ୟରିଫସ୍, ୨-୪-ଡି, ଡେଲଟ୍ରାମେଥ୍ରୀନ୍, ଡିକୋଫଲ, ଡିମେଥୋଟ, ଡାଇନୋକେଫ, ଡିୟୁରୋନ୍, ମାଲାଥିୟନ, ମେନକୋଜେବ, ମିଥୋମିଲ, ମୋନୋକ୍ରୋଟୋଫସ୍, ଅକ୍ସିଫଲୋରିନ, ପେଣ୍ଡିମେଥୋଲିନ, କ୍ୟୁନଲଫସ୍, ସଲଫାସୁଲଫୁରୋନ, ଥିଓଡିକର୍ବ, ଥାୟୋଫନେଟ ମିଥାଇଲ, ଥିରମ, ଜୀନେବ ଓ ଜୀରମ ଆଦି କୀଟନାଶକକୁ କୃଷି ଓ କୃଷକ ମନ୍ତ୍ରଣାଳୟ ପକ୍ଷରୁ ନିଷିଦ୍ଧ କରାଯାଇଥିବା ଜଣାପଡିଛି। ପନିପରିବା ଚାଷ ଠାରୁ ଆରମ୍ଭ କରି ଧାନ, ଗହମ, ମକା ଓ ଅନ୍ୟାନ୍ୟ ଚାଷରେ ବହୁଳ ପରିମାଣରେ ଏହି ସବୁ କୀଟନାଶକର ପ୍ରଭାବ ମାନବ ଶରୀର ପାଇଁ ଦୂରାରୋଗ୍ୟ ରୋଗର କାରଣ ହେଉଥିବାରୁ ବହୁ ଦେଶରେ ଏହିସବୁ କୀଟନାଶକ ନିଷେଧ କରାଯାଇଥିବା ଘଟଣାକୁ ରଖି ଭାରତ ସରକାରଙ୍କ ପକ୍ଷରୁ ୨୭ ପ୍ରକାର କୀଟନାଶକକୁ ନିଷେଧ କରାଯାଇଥିବା ଜଣାପଡିଛି ।

- Advertisement -

 

 

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories