ବ୍ରହ୍ମପୁରରୁ ଗଡ଼ିଲା ଓଡ଼ିଶାର ପ୍ରଥମ ମେମୁ
ବ୍ରହ୍ମପୁର: ଓଡ଼ିଶାର ପ୍ରଥମ ଦ୍ରୁତଗାମୀ ପାସେଞ୍ଜର ଟ୍ରେନ୍ ମେନ୍ଲାଇନ୍ ଇଲେକ୍ଟ୍ରିକ୍ ମଲ୍ଟିପୁଲ୍ ୟୁନିଟ(ମେମୁ) ଆଜି ବ୍ରହ୍ମପୁରରୁ କଟକ ଷ୍ଟେସନ୍ ମଧ୍ୟରେ ଯାତ୍ରା ଆରମ୍ଭ କରିଛି। ବ୍ରହ୍ମପୁର-କଟକ-ବ୍ରହ୍ମପୁର ଫାଷ୍ଟ ପାସେଞ୍ଜର ବଦଳରେ ମେମୁ ଟ୍ରେନ୍ ସପ୍ତାହକୁ ୬ ଦିନ ଚାଲିବ। ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ବ୍ରହ୍ମପୁରରୁ ସକାଳ ୭.୩୦ମିନିଟରୁ ବାହାରି କଟକରେ ୧୧.୩୦ରେ ପହଞ୍ଚିବ। ରବିବାର ଦିନ ସକାଳେ ବ୍ରହ୍ମପୁରରୁ ଖୋର୍ଦ୍ଧା ରୋଡ୍ ପର୍ଯ୍ୟନ୍ତ ଆସିବ ଓ ସନ୍ଧ୍ୟାରେ ପୁଣି ବ୍ରହ୍ମପୁର ଫେରିଯିବ।
ଏହି ଟ୍ରେନ୍ ଚଳାଚଳ ଦ୍ୱାରା ଡାକ୍ତରଖାନା, କୋର୍ଟ ଓ କାର୍ଯ୍ୟାଳୟକୁ ଯିବା ଆସିବା କରୁଥିବା ସାଧାରଣ ଲୋକ ଓ କର୍ମଚାରୀ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଟ୍ରେନ୍ରେ ୧୨ଟି ବଗି ଥିବା ବେଳେ ପ୍ରତ୍ୟେକ ବଗିରେ ୧୨୦ ଜଣ ବସିପାରିବା ଭଳି ବ୍ୟବସ୍ଥା କରଯାଇଛି। ବଗିରେ ଉତ୍ତମ ଶୈାଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ଟ୍ରେନ୍ ମଝିରେ ଇଞ୍ଜିନ୍ ଥିବାରୁ ରହଣି ପରେ ଇଞ୍ଜିନ ବଦଳାଇବା ଜନିତ ସମୟ ଅପଚୟକୁ ହ୍ରାସ କରାଯାଇପାରିବ।