www.samajalive.in
Sunday, December 7, 2025
26.1 C
Bhubaneswar

‘ଘରେଘରେ ଅରୁଣିମା’: ଉପକୃତ ହେବେ ୧୬ ଲକ୍ଷରୁ ଊର୍ଦ୍ଧ୍ୱ ଅଙ୍ଗନବାଡ଼ି ଶିଶୁ

ଭୁବନେଶ୍ୱର: କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀରେ ରାଜ୍ୟର ଶିଶୁମାନ ଙ୍କ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷାର ବିକାଶ ନିମନ୍ତେ ଉତ୍ସର୍ଗୀକୃତ ରାଜ୍ୟର ୭୨,୫୮୭ଟି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଛି। ଏହି କଠିନ ପରିସ୍ଥିତିରେ ରାଜ୍ୟର ୧୬,୧୩,୭୭୫ ଜଣ ଅଙ୍ଗନବାଡ଼ି ଶିଶୁଙ୍କୁ (୩ରୁ ୬ ବର୍ଷ) ବିଭିନ୍ନ ସୃଜନଶୀଳ କାର୍ୟ୍ୟକ୍ରମରେ ନିୟୋଜିତ ରଖି ସେମାନଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ୟୁନିସେଫ୍‌ ସହାୟତାରେ ‘ଘରେ ଘରେ ଅରୁଣିମା’ କ୍ୟାଲେଣ୍ଡରର ଦ୍ୱିତୀୟ ସଂସ୍କରଣ ପ୍ରସ୍ତୁତ ହୋଇଛି।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଡିଏସ୍‌ଡବ୍ଲ୍ୟୁଓ ଏବଂ ସିଡିପିଓମାନଙ୍କ ଉପସ୍ଥିତିରେ ଏହି କ୍ୟାଲେଣ୍ଡର ଉନ୍ମୋଚନ କରିବା ଅବସରରେ ପ୍ରଥମ ସଂସ୍କରଣ ପିଲମାନଙ୍କ ଦ୍ୱାରା ବିଶେଷ ଆଦୃତ ହୋଇଥିବାରୁ ଦ୍ୱିତୀୟ ସଂସ୍କରଣକୁ ମଧ୍ୟ ଅନୁରୂପ ଆଦୃତି ମିଳିବ
ବୋଲି ଆଶା ପ୍ରକଟ କରିଛନ୍ତି ।

- Advertisement -

‘ଘରେ ଘରେ ଅରୁଣିମା’ର ପ୍ରଥମ ସଂସ୍କରଣ ‘କୀଟପତଙ୍ଗ ଏବଂ ସରୀସୃପ’ମାନଙ୍କ ଉପରେ ଆଧାରିତ ହୋଇଥିବାବେଳେ ଦ୍ୱିତୀୟ ସଂସ୍କରଣ ‘ବାୟୁ, ଜଳ ଏବଂ ମୃତ୍ତିକା’ ଉପରେ ଆଧାରିତ। ଏହି ଅବସରରେ ୟୁନିସେଫ୍‌, ଓଡ଼ିଶାର ମୁଖ୍ୟ ମୋନିକା ନିଲେସନ୍‌ କହିଛନ୍ତି, ‘ଘରେ ଘରେ ଅରୁଣିମା’ର ଦ୍ୱିତୀୟ ସଂସ୍କରଣ ଶିଶୁମାନଙ୍କ ମଧ୍ୟରେ ସ୍ୱଚ୍ଛ ପରିବେଶ, ଜଳ ସଂଚୟ ଏବଂ ବୃକ୍ଷଲତାଙ୍କ ବଢ଼ିବାରେ ମୃତ୍ତିକାର ଭୂମିକା ସମ୍ପର୍କରେ କୌତୁହଳ ସୃଷ୍ଟି କରିବ। ପ୍ରତ୍ୟେକ ଶିଶୁଙ୍କ ପାଇଁ ଘରେ ଏକ ଅନୁକୂଳ ବାତାବରଣ ସୃଷ୍ଟି ପାଇଁ ମଧ୍ୟ ଏହା ଏକ ଅଭିନବ ଉଦ୍ୟମ।

ପିତାମାତାଙ୍କ ସକ୍ରିୟ ସହଭାଗିତାରେ ଶିଶୁମାନଙ୍କୁ ସଂଗୀତ, ନୃତ୍ୟ, ଚିତ୍ରକଳା, ଗଳ୍ପକଥନ
ଆଦିରେ ନିୟୋଜିତ ରଖି ସେମାନଙ୍କ ମଧ୍ୟରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ଏହି କ୍ୟାଲେଣ୍ଡର ପ୍ରକାଶନର ଆଭିମୁଖ୍ୟ। ହାତଧୁଆ, ସ୍ୱଚ୍ଛତା, ପରିମଳ, ସାମାଜିକ ଦୂରତ୍ୱ ପ୍ରଭୃତି ଉତ୍ତମ ଅଭ୍ୟାସ ସମ୍ପର୍କରେ ମଧ୍ୟ ପିଲାମାନଙ୍କୁ ସଚେତନ କରିବା ନିମନ୍ତେ ଏହି କ୍ୟଲେଣ୍ଡରରେ ଅନେକ ବାର୍ତ୍ତା ପ୍ରଦାନ କରାଯାଇଛି । ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିବାରୁ ଅଙ୍ଗନବାଡ଼ି କର୍ମୀମାନଙ୍କ ଦ୍ୱାରା ଏହି ପୁସ୍ତକ ପିତାମାତା/ଅଭିଭାବକମାନଙ୍କୁ ଡିଜିଟାଲ୍‌ ମାଧ୍ୟମରେ ବିତରଣ କରାଯିବ । ଏହି ପୁସ୍ତିକା ପିଲାମାନଙ୍କ ମାନସିକ ସୁସ୍ଥତା ପାଇଁ ଉପାଦେୟ ହେବା ସହିତ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ଶିଶୁମାନଙ୍କ ଉତ୍ତମ ସଂପର୍କ ସ୍ଥାପନରେ ସହାୟକ ହେବ । ପ୍ରକାଶ ଥାଉ କି ‘ଘରେ ଘରେ ଅରୁଣିମା’ର ପ୍ରଥମ ସଂସ୍କରଣ ପ୍ରଥମ ପର୍ୟ୍ୟାୟ ଲକ୍‌ ଡାଉନ୍‌ ସମୟରେ ଅପ୍ରେଲ ମାସରେ ଉନ୍ମୋଚିତ ହୋଇଥିଲା।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories