www.samajalive.in
Tuesday, December 9, 2025
26.1 C
Bhubaneswar

ଆମେରିକା, ଆବୁଧାବି, ନାଇଜେରିଆ, କତାର, ଇଥିଓପିଆରୁ ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ ବୈଜୟନ୍ତଙ୍କ ଉଦ୍ୟମ

ଭୁବନେଶ୍ବର : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆମେରିକା, ଆବୁ ଧାବି, ନାଇଜେରିଆ, କତାର, ଇଥୋପିଆ ସମେତ ବିଭିନ୍ନ ଦେଶରେ ଲକ୍‌ଡାଇନ ଯୋଗୁ ବିମାନ ଚଳାଚଳ ବନ୍ଦ ଥିବାରୁ ଫସିରହିଥିବା ପ୍ରବାସୀ ଓଡିଆଙ୍କୁ ଭାରତ ଫେରାଇ ଆଣିବା ପାଇଁ ସଂପୃକ୍ତ ଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତମାନଙ୍କୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ବିଶିଷ୍ଠ ଅର୍ଥନୈତିଜ୍ଞ ତଥା ଉତ୍କଳ ବିଶ୍ବବିଦ୍ୟାଳୟ ଓ ଫକିରମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କୁମରବର ଦାସ ଇଥୋପିଆରେ ଫସି ରହିଥିଲେ । ଭାରତ ଫେରାଇ ଆଣିବାକୁ ପ୍ରଫେସର ଦାସ ବୈଜୟନ୍ତଙ୍କୁ ଇମେଲ୍‌ ଯୋଗେ ଅନୁରୋଧ କରିଥିଲେ । ସେହିପରି ଭୂବନେଶ୍ବର କଳିଙ୍ଗନଗର ଅଞ୍ଚଳର ଭବାନୀ ଶଙ୍କର ମିଶ୍ର ଆମେରିକାରେ ଫସି ରହିଥିବାବେଳେ, କୋଲକତାର ଶ୍ବେତା ମହାବର ଓ କଟକ ଦରଗା ବଜାର ଅଞ୍ଚଳର ସିକୋଲ ମୁରଲି କୃଷ୍ଣ ରାଓ ଆବୁ ଧାବିରେ ଫସି ରହିଛନ୍ତି। ବଲାଙ୍ଗୀର ଜିଲ୍ଲାର ଅଭିଳାଷ ଚାନ୍ଦ ଓ ତାଙ୍କ ପତ୍ନୀ ଗୋଧୁଳୀ ପାଣିଗ୍ରାହୀ ନାଇଜେରିଆରେ ଫସି ରହିଛନ୍ତି । ଗୋଧୂଳୀ ଗର୍ଭବତୀ ଅଛନ୍ତି ଏବଂ ତାଙ୍କର ନାଇଜେରିଆ ଭିସା ଅବଧି ସରି ଆସୁଥିବାରୁ ଭାରତ ଫେରିଆସିବାକୁ ଚାହୁଁଛନ୍ତି। ଗଞ୍ଜାମ ଜିଲ୍ଲାର କୁଶ ରାଉତ କତାରରେ ଫସି ରହିଛନ୍ତି। ନିକଟରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ କାମ ନକରିବାକୁ ପରାମର୍ଶ ଦିଆଯାଇଛି ଏବଂ ଅସ୍ତ୍ରୋପଚାରର ଆବଶ୍ୟକତା ଥିବାରୁ ଭାରତ ଫେରାଇ ଆଣିବାକୁ ବୈଜୟନ୍ତଙ୍କୁ ନିବେଦନ କରିଥିଲେ।

- Advertisement -

ଫସି ରହିଥିବା ଏହି ପ୍ରବାସୀ ଓଡିଆମାନଙ୍କୁ ଫେରାଇ ଆଣିବା ପାଇଁ ବରିଷ୍ଠ ବିଜେପି ନେତା ମନମୋହନ ସାମଲ, ଭୃଗୁ ବକ୍ସିପାତ୍ର, କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ବୈଜୟନ୍ତଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ବୈଜୟନ୍ତ ଭାରତୀୟ ରାଷ୍ଟ୍ରଦୂତମାନଙ୍କୁ ପତ୍ର ଲେଖି ଅବଗତ କରାଇବା ସହ “ବନ୍ଦେ ଭାରତ” ଯୋଜନାରେ ଏହି ପ୍ରବାସୀ ଓଡିଆମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି।

Hot this week

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

Related Articles

Popular Categories