www.samajalive.in
Sunday, December 14, 2025
19.1 C
Bhubaneswar

ବିଦ୍ୟୁତ ଆଘାତରେ ୩ ହାତୀଙ୍କ ମୃତ୍ୟୁ ଘଟଣା, ୨ ଅଭିଯୁକ୍ତ ଗିରଫ

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ଘୋଷରାମାଳ ଫରେଷ୍ଟ ସେକ୍ସନର ବୁରୋମାଲ ଜଙ୍ଗଲରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାରରେ ଲାଗି ଗତ ୧୮ ତାରିଖରେ ୩ଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ବନ ବିଭାଗ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଅଦ୍ୟାବଧି ଫେରାର ରହିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଘୋଷରାମାଳ ଗ୍ରାମର ସଂଜିତ ବେହେରା (୫୦) ଏବଂ ଗୋବିନ୍ଦ ବସନ୍ତରା (୨୪)। ଏଥି ସହିତ ହାତୀ ମୃତ୍ୟୁ ସ୍ଥାନରୁ ୧ କେଜି ବାଇଣ୍ଡିଙ୍ଗ ତାର ସହ ୭୦ରୁ ଅଧିକ ବାଉଁଶ ଖୁଣ୍ଟ ମଧ୍ୟ ଜବତ କରାଯାଇଛି।

ହାତୀ ମୃତ୍ୟୁ ଘଟଣା ପରେ ସଙ୍ଗେ ସଙ୍ଗେ ବନ ବିଭାଗ ଏହାକୁ ଗମ୍ଭୀରତାର ସହ ନେଇ ଏହି ଘଟଣାରେ ସମ୍ପୃକ୍ତ ଥିବା ଶିକାରୀମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ସେହିଦିନ ବନ ବିଭାଗ ୪ ଜଣଙ୍କୁ ସେମାନଙ୍କ ଘରୁ ଉଠାଇ ନେଇ ଅଟକ ରଖିବା ସହ ଅଧିକ ପଚରା ଉଚରା କରିଥିଲା। ତେବେ ତଦନ୍ତ ବେଳେ ଏହି ୪ଜଣଙ୍କ ମଧ୍ୟରୁ ସଂଜିତ ବେହେରା ଏବଂ ଗୋପୀ ବସନ୍ତରା ଘଟଣାରେ ସମ୍ପୃକ୍ତ ଥିବା ବନ ବିଭାଗ ଜାଣିବାକୁ ପାଇଥିଲା। ଗିରଫ ଅଭିଯୁକ୍ତ ଦ୍ବୟଙ୍କୁ ନାକଟିଦେଉଳ ବନ ବିଭାଗ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଧାରା ୯ରେ ବୁଧବାର ସନ୍ଧ୍ୟାରେ ରେଢ଼ାଖୋଲ କୋର୍ଟ ଚାଲାଣ କରିଛି। କୋର୍ଟ ଅଭିଯୁକ୍ତମାନଙ୍କର ଜାମିନ ନାମଂଜୁର କରି ସେମାନଙ୍କୁ ଜେଲ ହାଜତକୁ ପଠାଇ ଦେଇଛନ୍ତି।

- Advertisement -

ସୂଚନା ଯୋଗ୍ୟ ଯେ ସମ୍ପୃକ୍ତ ଅଭିଯୁକ୍ତମାନେ ବାରହା ଶିକାର ପାଇଁ ଗତ ୧୭ ତାରିଖ ରାତିରେ ଘୋଷରାମାଳ ନିକଟ ବୁରୋମାଲ ଜଙ୍ଗଲରେ ପାଖରେ ଯାଇଥିବା ୧୧କେଭି ବିଦ୍ୟୁତ ତାରରୁ ଧାନ ଜମି ପର୍ଯ୍ୟନ୍ତ ତାର ବିଛାଇଥିଲେ। ୧୮ ତାରିଖ ଭୋର ୪ଟା ବେଳେ ଏକ ୧୧ ଟିକିଆ ହାତୀ ପଲ ସେହି ରାସ୍ତା ଦେଇ ଯାଉଥିବା ବେଳେ ବିଛା ଯାଇଥିବା ବିଦ୍ୟୁତ ତାରରେ ଲାଗିଯିବାରୁ ୨ଟି ମାଈ ହାତୀ ସହ ଗୋଟିଏ ଛୁଆ ହାତୀର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବନ ବିଭାଗ ପିସିସିଏଫ ଘୋର ଉଦବେଗ ପ୍ରକାଶ କରିବା ସହ ବନ ବିଭାଗର ପାଟ୍ରୋଲିଂରେ ତ୍ରୁଟି ରହିଥିବା ପ୍ରକାଶ କରି ସମ୍ବଲପୁର ଆରସିସିଏଫ ଟି. ଅଶୋକ କୁମାରଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିବା ବେଳେ ହାତୀ ମୃତ୍ୟୁ ଘଟଣାରେ ଘୋଷରାମାଳ ଫରେଷ୍ଟର ସମେତ ୨ ଜଣ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories